ଭାରତରେ ଅଣାୟତ୍ତ କରୋନା: ୨୪ ଘଣ୍ଟାରେ ୧୦ ଲକ୍ଷ ଛୁଇଁବା ଆଶଙ୍କା

ମୁମ୍ବାଇ, ୧୬।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ୬୯୫ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୬୦୬ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୮ହଜାର ୮୭୬ ଛୁଇଁଛି। ଅପରପକ୍ଷରେ ମୃତ୍ୟ ସଂଖ୍ୟା ୨୪ ହଜାର ୯୧୫ରେ ପହଞ୍ଚିଛି। ଏବେ ପ୍ରତିଦିନ ୩୨ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ଏଭଳି ଧାରା ଜାରି ରହିଲେ ଆଉ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିବାର ଆଶଙ୍କା ଦେଖାଦେଇଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନଯୋଗ୍ୟ, ଇତିମଧ୍ୟରେ ଦେଶରେ ୬ ଲକ୍ଷ ୧୨ ହଜାର ୮୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୩ ଲକ୍ଷ ୩୧ ହଜାର ୧୪୬ ଚିକିତ୍ସିତ ହେଉଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୬୩. ୨୪ ପ୍ରତିଶତ ରହିଛି।

Share