ଅନିଶ୍ଚିତତାରେ ଧଉଳି ରୋପ୍‌ ଓ୍ବେ

ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର,୧୬ା୭(ଡିଏନ୍‌.ଏ.): ଧଉଳିରେ ହେବାକୁ ଥିବା ରୋପ୍‌ ଓ୍ବେ ପାଇଁ ଆଶା ମଉଳିଛି। ରୋପ୍‌ ଓ୍ବେ ନିର୍ମାଣ ପାଇଁ କାର୍ଯ୍ୟଭାର ଦିଆଯାଇଥିବା ସଂସ୍ଥା ଠିକ୍‌ ସମୟରେ କାର୍ଯ୍ୟ ନ କରିପାରିବାରୁ ପର୍ଯ୍ୟଟନ ବିଭାଗ ଏହାକୁ ବାତିଲ କରିଛି। ଫଳରେ ଏହି ରୋପ ଓ୍ବେ ନିର୍ମାଣ ନେଇ ଅନିଶ୍ଚିତତା ଦେଖାଦେଇଛି। ୨୦୧୯ରେ ରୋପ୍‌ ଓ୍ବେ ନିର୍ମାଣ ପାଇଁ ପର୍ଯ୍ୟଟନ ବିଭାଗ ଓଡ଼ିଶା କନ୍‌ଷ୍ଟ୍ରକଶନ୍‌ କର୍ପୋରେଶନ ଲିମିଟେଡ୍‌(ଓସିସିଏଲ୍‌)କୁ ପ୍ରକଳ୍ପ କାର୍ଯ୍ୟ ଦେଇଥିଲା। ମାତ୍ର ଇତିମଧ୍ୟରେ ଏକବର୍ଷ ବିତିଯାଇଥିଲେ ମଧ୍ୟ ଶାନ୍ତିସ୍ତୂପରେ ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇପାରିନାହିଁ, ଯେଉଁଥିପାଇଁ ପର୍ଯ୍ୟଟନ ବିଭାଗ ଓସିସି ହାତରୁ ଏହି ପ୍ରକଳ୍ପକୁ କାଢି ନେଇଥିବା ଜଣାପଡ଼ିଛି। ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଯାଦବ ଓଡ଼ିଶା କନ୍‌ଷ୍ଟ୍ରକଶନ୍‌ କର୍ପୋରେଶନ ଏମ୍‌ଡିଙ୍କୁ ମଙ୍ଗଳବାର ଲେଖିଥିବା ଏକ ଚିଠିରୁ ଏନେଇ ସୂଚନା ମିଳିଛି। ଗତ ଏକ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟରେ କୌଣସି ଅଗ୍ରଗତି ନ ହେବାରୁ ଓଡ଼ିଶା କନ୍‌ଷ୍ଟ୍ରକସନ୍‌ କର୍ପୋରେଶନକୁ ମିଳିଥିବା ପ୍ରଶାସନିକ ଅନୁମତିକୁ ପ୍ରତ୍ୟାହାର କରିନିଆଯାଇଛି। ଏହାସହ ପ୍ରକଳ୍ପ ଲାଗି ମିଳିଥିବା ଅର୍ଥକୁ ସୁଧ ସହ ତୁରନ୍ତ ଫେରସ୍ତ କରିବାକୁ ପର୍ଯ୍ୟଟନ ବିଭାଗ ଓସିସିକୁ କହିଛି। ଅନ୍ୟପଟେ ଏ ସମ୍ପର୍କରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି, କରୋନା ମହାମାରୀରୁ ପର୍ଯ୍ୟଟନ ଶିଳ୍ପ ବାଦ୍‌ ପଡ଼ିନି। କେତେକ ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ କାରଣରୁ ବିଳମ୍ବ ହୋଇପାରେ। କୋଭିଡ-୧୯ ଲାଗି ସାମୂହିକ ସ୍ବାର୍ଥ ଓ ରାଜ୍ୟବାସୀଙ୍କ ସ୍ବାର୍ଥକୁ ଲକ୍ଷ୍ୟ କରି ବ୍ୟୟବରାଦ କରାଯିବ। ସୂଚନାଥାଉ କି, ଅଶୋକ ପଣ୍ଡା ପର୍ଯ୍ୟଟନ ମନ୍ତ୍ରୀ ଥିବାବେଳେ ଶାନ୍ତିସ୍ତୂପ ଧଉଳିରେ ଏହି ପ୍ରକଳ୍ପର ଯୋଜନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri