ନୂଆ ବିପିଏଲ୍‌ ତାଲିକା ପ୍ରସ୍ତୁତିରେ ଅନିଶ୍ଚିତତା

କଟକ ସଦର, ୩।୬(ଡି.ଏନ.ଏ.): ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିପିଏଲ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଥିଲା। ଏହି ଗାଇଡ୍‌ଲାଇନ୍‌ ଅନୁଯାୟୀ ବିପିଏଲ୍‌ ତାଲିକା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ତଦନୁଯାୟୀ, ୧୯୯୨ ମସିହାରେ ପ୍ରଥମଥର ଓଡ଼ିଶା ସରକାରଙ୍କ ପକ୍ଷରୁ ବିପିଏଲ୍‌ ତାଲିକା ପ୍ରକାଶ ପାଇଥିଲା। ଏହାର ୫ ବର୍ଷ ପରେ ଅର୍ଥାତ୍‌ ୧୯୯୭ରେ ପୁନର୍ବାର ସର୍ଭେ କରାଯାଇଥିଲା। ପ୍ରସ୍ତୁତ ତାଲିକା କାର୍ଯ୍ୟକାରୀ ହେବା ଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରାଜ୍ୟ ପଞ୍ଚାୟତିରାଜ ବିଭାଗ ସମୟସୀମା ନିର୍ଦ୍ଧାରଣ କରିଥିଲା। ଇତିମଧ୍ୟରେ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ନୂତନ ଗାଇଡ୍‌ଲାଇନ୍‌ ଆସି ନ ଥିବାରୁ ନୂଆ ବିପିଏଲ୍‌ ତାଲିକା ପ୍ରସ୍ତୁତିରେ ଅନିଶ୍ଚିତତା ଦେଖାଦେଇଛି ବୋଲି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ଜାରି ହୋଇଥିବା ସୂଚନାରୁ ଜଣାପଡିଛି। ଫଳରେ କେନ୍ଦ୍ର ସରକାରଙ୍କ ସମୟକୁ ସମୟ ଘୋଷିତ ସମସ୍ତ ସୁବିଧା କେବଳ ୧୯୯୭ ମସିହାର ବିପିଏଲ୍‌ ହିତାଧିକାରୀମାନେ ପାଉଛନ୍ତି। ଯେପରି ଜାତୀୟ ପରିବାର ମଙ୍ଗଳ ଯୋଜନା, ଇନ୍ଦିରା ଗାନ୍ଧୀ ପେନ୍‌ସନ, ରାଜୀବ ଓ ଦୀନ୍‌ଦୟାଲ ଜ୍ୟୋତି ଯୋଜନାରେ ମାଗଣା ବିଦ୍ୟୁତ୍‌ ଲାଇନ୍‌, ମାଗଣା ଉଜ୍ଜ୍ୱଳା ଗ୍ୟାସ୍‌ ସଂଯୋଗ ଭଳି ସୁବିଧା ଅନ୍ତର୍ଭୁକ୍ତ।
୨୦୧୬ରେ ପ୍ରକାଶିତ ଏସ୍‌ଇସିସି(ସାମାଜିକ ଅର୍ଥନୈତିକ ଜାତିଭିତ୍ତିକ ଗଣନା)ରେ ଥିବା ହିତାଧିକାରୀମାନେ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇପାରୁନାହାନ୍ତି। କାରଣ ଉକ୍ତ ତାଲିକାରେ ଥିବା ଗରିବ ପରିବାରକୁ କେନ୍ଦ୍ର ସରକାର ବିପିଏଲ୍‌ ହିତାଧିକାରୀ ଭାବେ ମାନ୍ୟତା ଦେଇନାହାନ୍ତି ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅନୁଶାସନ ସଚିବ ପତ୍ରସଂଖ୍ୟା ପିଆର-ପିଇ ଆଣ୍ଡ ଏସ୍‌ଡି-ଏସ୍‌ଇସିସି-୦୦୦୬-୨୦୧୭/୭୦୬୯/୧୫ା୪ା୨୧ରେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ୧୯୯୭ ବିପିଏଲ୍‌ ତାଲିକାରେ ଥିବା ହିତାଧିକାରୀମାନେ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସୁବିଧା ପାଇସାରିଛନ୍ତି। ତେଣୁ ୨୦୧୬ ଏସ୍‌ଇସିସି ତାଲିକାରୁ ମନୋନୟନ କରି ଓଡ଼ିଶା ସରକାରଙ୍କ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅନୁଶାସନ ସଚିବ ଏଲ୍‌. ନାୟକ ପତ୍ରସଂଖ୍ୟା ୪୬୪୭/୯ା୩ା୨୧ରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୬ ଏସ୍‌ଇସିସି ତାଲିକାରେ ରାଜ୍ୟର ୮୬,୭୭,୬୧୫ ଗ୍ରାମୀଣ ପରିବାର ବସବାସ କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri