ମହତିପୁର-ଚରମ୍ପା ରାସ୍ତା ନିର୍ମାଣରେ ଅନିଶ୍ଚିତତା

ଖଇରା,୮।୫(ଡି.ଏନ୍‌.ଏ.): ବାଲେଶ୍ୱରରୁ ଭଦ୍ରକ ଜିଲାକୁ ସଂଯୋଗ କରୁଥିବା ମହତିପୁର-ଚରମ୍ପା ଭାୟା ବାରାପୁର ରାସ୍ତା ନିର୍ମାଣ ୬ମାସ ଧରି ଦ୍ରୁତଗତିରେ ଚାଲିବା ପରେ ଏବେ ଏହାର ଗତି ମନ୍ଥର ହୋଇଯାଇଛି। ବିଦ୍ୟୁତ୍‌ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ରାସ୍ତାରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଓ ଟ୍ରାନ୍ସଫର୍ମର ଅପସାରଣରେ ବିଳମ୍ବ ମନ୍ଥରତାର ମୁଖ୍ୟକାରଣ ବୋଲି କୁହାଯାଉଛି। ବିଭାଗୀୟ ଉଦାସୀନତାର ଫଳ ଉଭୟ ଗ୍ରାମବାସୀ ଓ ଠିକାଦାରଙ୍କୁ ଭୋଗିବାକୁ ପଡୁଛି। ବହୁ ସ୍ଥାନରେ ଗ୍ରାମବାସୀ ବିଦ୍ୟୁତ୍‌ ଖୁଣ୍ଟ ଅପସାରଣ ନ ହେବା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ଦେବେ ନାହିଁ ବୋଲି ଅଡି ବସିଥିବା ବେଳେ ଠିକାଦାରଙ୍କ ନିର୍ମାଣ ଅବଧି ସରିସରି ଆସୁଥିବାରୁ ରାସ୍ତାନିର୍ମାଣ ଶେଷ କରିବା ପାଇଁ ଚାପ ପଡୁଛି। ଏଥିଯୋଗୁ ନିର୍ଦ୍ଧାରିତ ସମୟରେ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେବାରେ ଅନିଶ୍ଚିତତା ଦେଖାଦେଇଛି। ତୁରନ୍ତ ବର୍ଷାଋତୁ ପୂର୍ବରୁ ଖୁଣ୍ଟ ଅପସାରଣ କାର୍ଯ୍ୟ ଶେଷ କରିବାକୁ ଅଲିପୁର, ମୁସ୍ତଫାବାଦ, ସିଙ୍ଗିପୁର,ଅରଖପୁର,ଗଗନଧୁଳି, ପତିରାଜପୁର, ବାରାପୁର ଆଦିି ଗ୍ରାମର ଲୋକେ ମୁଖ୍ୟମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଓ ସଚିବଙ୍କ ନିକଟରେ ଦାବି କରିଛନ୍ତି।
ରାସ୍ତା ନିର୍ମାଣ ପାଇଁ ପ୍ରାୟ୧୧କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସେପ୍ଟେମ୍ବର ମାସରେ ଶିଳାନ୍ୟାସ କରାଯାଇଥିଲା। ରାସ୍ତା ନିର୍ମାଣ କାର୍ଯ୍ୟକୁ ସହଜ ଓ ସୁଗମ କରିବାକୁ ଏହି ରାସ୍ତାରେ ଥିବା ୨୫ଟି ବିଦ୍ୟୁତ୍‌ ଖୁଣ୍ଟ ଅପସାରଣ କରିବା ପାଇଁ ଆନୁସଙ୍ଗିକ ଖର୍ଚ୍ଚର ଏଷ୍ଟିମେଟ ପ୍ରଦାନ କରିବାକୁ ଟାଟା ପାୱାରକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା।
ଏଥିପାଇଁ ଟାଟା ପାୱାରକୁ ୪ମାସରୁ ଊର୍ଦ୍ଧ୍ୱ ସମୟ ଲାଗିଯାଇଥିଲା। ପାଖାପାଖି ୩୪ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଟାଟା ପାୱାର ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଚିଠି କରାଯାଇଥିଲା। ଏହି ଫାଇଲ୍‌ ଏବେ ମୁଖ୍ୟଯନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷାରେ ଥିବା ବେଳେ ଏହାମଧ୍ୟରେ ୨ମାସ ଅତିବାହିତ ହୋଇ ସାରିଲାଣି। ବିଭାଗୀୟ ଅବହେଳା ପାଇଁ ଏଥର ବର୍ଷାଋତୁରେ ଗ୍ରାମବାସୀମାନଙ୍କୁ ଶୋଚନୀୟ ରାସ୍ତା ବ୍ୟବହାର କରି ଯିବାକୁ ପଡ଼ିବ ବୋଲି ଏବେଠାରୁ ଚିନ୍ତା ଘାରିଲାଣି। ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରୀତିରଞ୍ଜନ ସାମଲଙ୍କୁ ପଚାରିବାରୁ ମୁଖ୍ୟଯନ୍ତ୍ରୀଙ୍କ ଅନୁମୋଦନ ସହ ଫଣ୍ଡ୍‌ ଆସିବା ପରେ ବିଦ୍ୟୁତ୍‌ ଖୁଣ୍ଟ ଉଠାଯିବା କାର୍ଯ୍ୟ ଆଗେଇ ପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri