ବିନା ଏସ୍‌ଏମ୍‌ସିରେ ଉଠୁଛି ଅନୁଦାନ

ଆନନ୍ଦପୁର,୮।୫(ସ୍ବ.ପ୍ର.): ୫-ଟି ବ୍ୟବସ୍ଥାରେ ବିଦ୍ୟାଳୟ ପ୍ରତି ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା, ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ଓ ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ସରକାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଦୁର୍ନୀତି ମନୋଭାବ ଲାଗି ବିଦ୍ୟାଳୟର ଶୈକ୍ଷିକ ପରିବେଶ ପ୍ରଭାବିତ ହେବାରେ ଲାଗିଛି। ଏଭଳି ଏକ ଘଟଣା କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଫକୀରପୁର ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଆନନ୍ଦପୁର ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ବିଦ୍ୟାଳୟରେ ବିନା ଏସ୍‌ଏମ୍‌ସିରେ ଶୈକ୍ଷିକ ଓ ଅଣଶୈକ୍ଷିକ ଅନୁଦାନ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ଅଭିଭାବକ ଓ ପୁରାତନ ଛାତ୍ରୀଛାତ୍ରଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଫକୀରପୁର ଉଚ୍ଚ ବିଦ୍ୟାଳୟରେ ୪ ଜାନୁୟାରୀ ୨୦୨୦ରେ ଏସ୍‌ଏମ୍‌ସି(ସ୍କୁଲ ପରିଚାଳନା କମିଟି) ଗଠିତ ହୋଇଥିଲା। ଗାଇଡ୍‌ଲାଇନ୍‌ ଅନୁଯାୟୀ ଏସ୍‌ଏମ୍‌ସିର ଅବଧି ୩ ବର୍ଷ ରହିଥାଏ। ବିଦ୍ୟାଳୟକୁ ଆସୁଥିବା ଶୈକ୍ଷିକ ଓ ଅଣଶୈକ୍ଷିକ ଅନୁଦାନ ଉକ୍ତ କମିଟିର ଅନୁମୋଦନ ତଥା ଏସ୍‌ଏମ୍‌ସି ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକଙ୍କ ଦସ୍ତଖତରେ ଉଠାଯିବାର ନିୟମ ରହିଛି। ଏସ୍‌ଏମ୍‌ସି ନ ଥିଲେ କେବଳ ୟୁନିଫର୍ମ ବାବଦକୁ ଆସୁଥିବା ଅନୁଦାନ ସିଆରସିସି(କ୍ଲଷ୍ଟର ରିସର୍ଚ୍ଚ ସେଣ୍ଟର କୋ-ଅର୍ଡିନେଟର) ଓ ପ୍ରଧାନ ଶିକ୍ଷକଙ୍କ ମାଧ୍ୟମରେ ଉଠାଯାଇପାରିବ। ପିଟିଏ(ଅଭିଭାବକ ଶିକ୍ଷକ ସଂଘ) ମାଧ୍ୟମରେ ମଧ୍ୟ କୌଣସି ଅନୁଦାନ ଉଠାଯିବାର ଗାଇଡ୍‌ଲାଇନ୍‌ ନାହିଁ। ଏସ୍‌ଏମ୍‌ସି ଅବଧି ଶେଷ ହୋଇଥିଲେ ଅନ୍ୟ କୌଣସି ଅନୁଦାନ ଉଠାଯାଇପାରିବନି ବୋଲି ଉଲ୍ଲେଖ ରହିଛି। ସମ୍ପୃକ୍ତ ବିଦ୍ୟାଳୟରେ ଏସ୍‌ଏମ୍‌ସିର ଅବଧି ଗତବର୍ଷ ଶେଷ ହୋଇଛି। ନୂତନ କମିଟି ଗଠନ ନ ହୋଇ ସ୍ପୋଟର୍‌ସ ଗ୍ରାଣ୍ଡ ୨୫ ହଜାର, କମ୍ପୋଜିଟ୍‌ ଗ୍ରାଣ୍ଡ ୫୦ ହଜାର, ୟୁଥ୍‌ ଏବଂ ଇକୋ କ୍ଲବ୍‌ ଗ୍ରାଣ୍ଡ ୫ ହଜାର, ସ୍କୁଲ୍‌ ସେଫ୍ଟି ଗ୍ରାଣ୍ଡ ୨ ହଜାର, ସ୍କିଲ୍‌ ଡେଭେଲପ୍‌ମେଣ୍ଟ ଗ୍ରାଣ୍ଡ ୧୩ ଶହ ମୋଟ ୮୩ ହଜାର ୩୦୦ ଟଙ୍କା ଉଠାଣ କରାଯାଇଛି। ୨୦୨୨ରୁ କମିଟିର ଅବଧି ଶେଷ ହୋଇଥିବା ବେଳେ କାହା ଅନୁମୋଦନରେ ଟଙ୍କା ଉଠିଲା ତାହାର ତଦନ୍ତ କରିବାକୁ ପୁରାତନ ଛାତ୍ରୀଛାତ୍ର ଦାବି କରିଛନ୍ତି। ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ ବେହେରା କହିଛନ୍ତି, ଅନୁଦାନର ଆବଶ୍ୟକତା ଜରୁରୀ ଥିବାରୁ ପିଟିଏ ମାଧ୍ୟମରେ ଉଠାଯାଇଥିବା ସ୍ବୀକାର କରିଛନ୍ତି। ଆନନ୍ଦପୁର ବ୍ଲକ୍‌ ଶିକ୍ଷାଧିକାରୀ ତପୋଧନ ସ୍ବାଇଁଙ୍କୁ ପଚରାଯିବାରୁ ବିନା ଏସ୍‌ଏମ୍‌ସିରେ ଅନୁଦାନ ଉଠାଯାଇପାରିବ ନାହିଁ। ଯଦି ଉଠିଥିବ, ତେବେ ତଦନ୍ତ କରାଯାଇ ଅନୁଦାନ ରିକଭରି କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri