ମହତିପୁର-ଚରମ୍ପା ରାସ୍ତା ନିର୍ମାଣରେ ଅନିଶ୍ଚିତତା

ଖଇରା,୮।୫(ଡି.ଏନ୍‌.ଏ.): ବାଲେଶ୍ୱରରୁ ଭଦ୍ରକ ଜିଲାକୁ ସଂଯୋଗ କରୁଥିବା ମହତିପୁର-ଚରମ୍ପା ଭାୟା ବାରାପୁର ରାସ୍ତା ନିର୍ମାଣ ୬ମାସ ଧରି ଦ୍ରୁତଗତିରେ ଚାଲିବା ପରେ ଏବେ ଏହାର ଗତି ମନ୍ଥର ହୋଇଯାଇଛି। ବିଦ୍ୟୁତ୍‌ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ରାସ୍ତାରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଓ ଟ୍ରାନ୍ସଫର୍ମର ଅପସାରଣରେ ବିଳମ୍ବ ମନ୍ଥରତାର ମୁଖ୍ୟକାରଣ ବୋଲି କୁହାଯାଉଛି। ବିଭାଗୀୟ ଉଦାସୀନତାର ଫଳ ଉଭୟ ଗ୍ରାମବାସୀ ଓ ଠିକାଦାରଙ୍କୁ ଭୋଗିବାକୁ ପଡୁଛି। ବହୁ ସ୍ଥାନରେ ଗ୍ରାମବାସୀ ବିଦ୍ୟୁତ୍‌ ଖୁଣ୍ଟ ଅପସାରଣ ନ ହେବା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ଦେବେ ନାହିଁ ବୋଲି ଅଡି ବସିଥିବା ବେଳେ ଠିକାଦାରଙ୍କ ନିର୍ମାଣ ଅବଧି ସରିସରି ଆସୁଥିବାରୁ ରାସ୍ତାନିର୍ମାଣ ଶେଷ କରିବା ପାଇଁ ଚାପ ପଡୁଛି। ଏଥିଯୋଗୁ ନିର୍ଦ୍ଧାରିତ ସମୟରେ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେବାରେ ଅନିଶ୍ଚିତତା ଦେଖାଦେଇଛି। ତୁରନ୍ତ ବର୍ଷାଋତୁ ପୂର୍ବରୁ ଖୁଣ୍ଟ ଅପସାରଣ କାର୍ଯ୍ୟ ଶେଷ କରିବାକୁ ଅଲିପୁର, ମୁସ୍ତଫାବାଦ, ସିଙ୍ଗିପୁର,ଅରଖପୁର,ଗଗନଧୁଳି, ପତିରାଜପୁର, ବାରାପୁର ଆଦିି ଗ୍ରାମର ଲୋକେ ମୁଖ୍ୟମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଓ ସଚିବଙ୍କ ନିକଟରେ ଦାବି କରିଛନ୍ତି।
ରାସ୍ତା ନିର୍ମାଣ ପାଇଁ ପ୍ରାୟ୧୧କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସେପ୍ଟେମ୍ବର ମାସରେ ଶିଳାନ୍ୟାସ କରାଯାଇଥିଲା। ରାସ୍ତା ନିର୍ମାଣ କାର୍ଯ୍ୟକୁ ସହଜ ଓ ସୁଗମ କରିବାକୁ ଏହି ରାସ୍ତାରେ ଥିବା ୨୫ଟି ବିଦ୍ୟୁତ୍‌ ଖୁଣ୍ଟ ଅପସାରଣ କରିବା ପାଇଁ ଆନୁସଙ୍ଗିକ ଖର୍ଚ୍ଚର ଏଷ୍ଟିମେଟ ପ୍ରଦାନ କରିବାକୁ ଟାଟା ପାୱାରକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା।
ଏଥିପାଇଁ ଟାଟା ପାୱାରକୁ ୪ମାସରୁ ଊର୍ଦ୍ଧ୍ୱ ସମୟ ଲାଗିଯାଇଥିଲା। ପାଖାପାଖି ୩୪ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଟାଟା ପାୱାର ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଚିଠି କରାଯାଇଥିଲା। ଏହି ଫାଇଲ୍‌ ଏବେ ମୁଖ୍ୟଯନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷାରେ ଥିବା ବେଳେ ଏହାମଧ୍ୟରେ ୨ମାସ ଅତିବାହିତ ହୋଇ ସାରିଲାଣି। ବିଭାଗୀୟ ଅବହେଳା ପାଇଁ ଏଥର ବର୍ଷାଋତୁରେ ଗ୍ରାମବାସୀମାନଙ୍କୁ ଶୋଚନୀୟ ରାସ୍ତା ବ୍ୟବହାର କରି ଯିବାକୁ ପଡ଼ିବ ବୋଲି ଏବେଠାରୁ ଚିନ୍ତା ଘାରିଲାଣି। ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରୀତିରଞ୍ଜନ ସାମଲଙ୍କୁ ପଚାରିବାରୁ ମୁଖ୍ୟଯନ୍ତ୍ରୀଙ୍କ ଅନୁମୋଦନ ସହ ଫଣ୍ଡ୍‌ ଆସିବା ପରେ ବିଦ୍ୟୁତ୍‌ ଖୁଣ୍ଟ ଉଠାଯିବା କାର୍ଯ୍ୟ ଆଗେଇ ପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri