Posted inଜାତୀୟ

ଅସହ୍ୟ ବୈବାହିକ ବିବାଦ: ଇଞ୍ଜିନିୟରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ, ୭।୪: ବେଙ୍ଗାଲୁରୁର ଗଣିଗରାହଲ୍ଲୀ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ସୋମବାର ସଫ୍ଟଓ୍ବେର ଇଞ୍ଜିନିୟର ପ୍ରଶାନ୍ତ ନାୟାର(୪୦) ରଶିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ପ୍ରଶାନ୍ତଙ୍କ ବିବାହ ୧୨ ବର୍ଷ ତଳେ ବେଙ୍ଗାଲୁରୁରେ କାର୍ଯ୍ୟରତ ସଫ୍ଟଓ୍ବେର ଇଞ୍ଜିନିୟର ପୂଜା ନାୟାରଙ୍କ ସହ ହୋଇଥିଲା। ପ୍ରଶାନ୍ତ ଓ ପୂଜାଙ୍କର ଜଣେ ୮ ବର୍ଷୀୟ ଝିଅ ମଧ୍ୟ ରହିଛନ୍ତି। ପୂର୍ବରୁ ଗଣିଗରାହଲ୍ଲୀସ୍ଥିତ ଆପାର୍ଟମେଣ୍ଟରେ ପ୍ରଶାନ୍ତ ନିଜ ସ୍ତ୍ରୀ ଓ ଝିଅଙ୍କ ସହ ଏକାଠି ରହୁଥିଲେ। ତେବେ ଅଧିକାଂଶ ସମୟ ପ୍ରଶାନ୍ତ ଓ ପୂଜାଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ତେଣୁ ଉଭୟେ ଗତ ବର୍ଷେ ହେବ ଅଲଗା ରହିବା ସହ ପରସ୍ପରରକୁ ଛାଡ଼ପତ୍ର ଦେବା ପାଇଁ ଚିନ୍ତା କରୁଥିଲେ।

ରବିବାର ରାତିରେ ପ୍ରଶାନ୍ତଙ୍କ ବାପା ଏମ୍‌. ଏନ୍‌. କୁଟ୍ଟୀ ତାଙ୍କୁ ବାରମ୍ବାର କଲ୍‌ କରିଥିଲେ ମଧ୍ୟ ସେ କଲ୍‌ ଉଠାଇ ନ ଥିଲେ। ତେଣୁ ସନ୍ଦେହ ହେବାରୁ ପ୍ରଶାନ୍ତଙ୍କ ବାପା ଗଣିଗରାହଲ୍ଲୀସ୍ଥିତ ଆପାର୍ଟମେଣ୍ଟକୁ ଆସି ସେ ଆତ୍ମହତ୍ୟା କରିଥିବା ନେଇ ଜାଣିବାକୁ ପାଇଥିଲେ। ପ୍ରଶାନ୍ତଙ୍କ ଅସ୍ବଭାବିକ ମୃତ୍ୟୁକୁ ନେଇ ତାଙ୍କ ବାପା ଥାନାରେ ଏକ ଏତଲା ମଧ୍ୟ ଦେଇଛନ୍ତି। ପୋଲିସ ଉକ୍ତ ଏତଲାକୁ ଭିତ୍ତିକରି ତଦନ୍ତ ଜାରି ରଖିଛି। କେରଳର ମୂଳ ନିବାସୀ ପ୍ରଶାନ୍ତ ନିଜ ବୈବାହିକ ଜୀବନରେ ଚାଲିଥିବା ସମସ୍ୟା ଯୋଗୁ ଗତ କିଛିମାସ ହେବ ଭାବପ୍ରବଣ ଏବଂ ବିବ୍ରତ ରହୁଥିଲେ ବୋଲି ପୋଲିସ କହିଛି। ତେବେ ତାଙ୍କ ଆପାର୍ଟମେଣ୍ଟରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ସରକାରଙ୍କୁ ଅଲ୍ଟିମେଟମ୍‌ ଦେଲେ ଶଙ୍କରାଚାର୍ଯ୍ୟ: ୪୦ ଦିନ ଭିତରେ ଏ କାମ ନ କଲେ ଘଟିବ…

ଲକ୍ଷ୍ନୌ,୩୦।୧:ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ପ୍ରୟାଗରାଜ ମାଘ ମେଳାରେ ପ୍ରଶାସନ ସହିତ ବିବାଦ ସମ୍ପର୍କରେ ଯୋଗୀ ସରକାର ଏବଂ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଥିଲେ,…

ବିବାହର ୨ ମାସ ପରେ ପ୍ରେମିକ ସହ ଫେରାର ସ୍ତ୍ରୀ: ସ୍ୱାମୀ ଓ ମଧ୍ୟସ୍ଥିଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୩୦।୧: କର୍ଣ୍ଣାଟକର ଦାବଣଗେରେ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ମାତ୍ର ଦୁଇ ମାସ ପରେ ଜଣେ ମହିଳା ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri