ବରଗଡ଼, ୨୨।୪ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜିଲାର ସମସ୍ତ ସ୍କୁଲ, କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ଛୁଟି ଅବଧିକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ତେବେ ଛୁଟି ଘୋଷଣା କରାଯାଇଥିଲେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ବିଭିନ୍ନ ପରୀକ୍ଷାଗୁଡ଼ିକ ଯଥାବିଧି ପରିଚାଳିତ ହେବ। ପରୀକ୍ଷାକୁ ଏହି ଛୁଟିରୁ ବାଦ ଦିଆଯାଇଛି।
ଲଗାତାର ବଢୁଥିବା ତାପମାତ୍ରା ଓ ଖରାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ପ୍ରାଧାନ୍ୟ ଦେଇ ଏହି ପଦକ୍ଷେପ ନିଆଯାଇଛି। ସାଧାରଣ ଜନତାଙ୍କୁ ମଧ୍ୟ ଅତି ଜରୁରୀ କାମ ନ ଥିଲେ ଖରା ସମୟରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।
Dharitri – Odisha’s No.1 Odia Daily