ଅସନ୍ତୁଳିତ

ସୁସ୍ଥ ଶିଶୁଙ୍କ ଉପରେ ଦେଶର ଭବିଷ୍ୟତ ନିର୍ଭରଶୀଳ। ଏହି ବିଚାରରେ ଶୈଶବ ସ୍ବାସ୍ଥ୍ୟପ୍ରଦ ହେବା ଜରୁରୀ। କିନ୍ତୁ ଭାରତରେ ଜନ୍ମରୁ ୫ ବର୍ଷ ବୟସ ବର୍ଗ ମଧ୍ୟରେ ଥିବା ୭ କୋଟି ୨୪ ଲକ୍ଷ ୫୬ ହଜାର ୪୫୮ ଜଣ ଶିଶୁଙ୍କ ମଧ୍ୟରୁ ୪୩ ଲକ୍ଷରୁ ଅଧିକ ପିଲା ମେଦବହୁଳତା କିମ୍ବା ଅଧିକ ଓଜନର ଶିକାର ହୋଇଥିବା ପୋଷଣ ଟ୍ରାକର୍‌ ଆପ୍‌ ଦ୍ୱାରା ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି। ସାରା ଦେଶରେ ଥିବା ଅଙ୍ଗନଓ୍ବାଡିର ମୋଟ ପିଲାଙ୍କ ସଂଖ୍ୟାର ଏହା ପାଖାପାଖି ୬% । ଗୁରୁତ୍ୱପୂର୍ଣ୍ଣ ହେଉଛି ପାଖାପାଖି ସମାନ ସଂଖ୍ୟକ ପିଲା ମଧ୍ୟ କୁପୋଷଣରେ ଆକ୍ରାନ୍ତ ହୋଇଥିବା ଦର୍ଶାଯାଇଛି। ସରକାରଙ୍କ ଦ୍ୱାରା ପରିଚାଳିତ ଶିଶୁ ସୁରକ୍ଷା କେନ୍ଦ୍ରଗୁଡ଼ିକର ତଥ୍ୟ ଏହି ସର୍ଭେର ଯଥାର୍ଥକୁ ଦର୍ଶାଇଛି। ୨୦୨୧ରେ ପୋଷଣ ଟ୍ରାକର୍‌ ଆପ୍‌ ଆରମ୍ଭ ହେବା ପୂର୍ବରୁ ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ଦ୍ୱାରା ଏ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇ ଆସୁଥିଲା। ଉଭୟର ତଥ୍ୟକୁ ତୁଳନା କଲେ ପିଲାଙ୍କ ମେଦବହୁଳତା କ୍ରମାଗତ ଭାବେ ବଢ଼ିବା ଲକ୍ଷ୍ୟ କରାଯାଉଛି। ଏନ୍‌ଏଫ୍‌ଏଚ୍‌ଏସ୍‌ ୨୦୧୫-୧୬ରେ ୫ ବର୍ଷରୁ କମ୍‌ ବୟସ ବର୍ଗର ପିଲାଙ୍କ କ୍ଷେତ୍ରରେ ମେଦବହୁଳତା ହାର ୨.୧% ଥିଲାବେଳେ ୨୦୧୯-୨୧ରେ ଏହା ବୃଦ୍ଧି ପାଇ ୩.୪% ହୋଇଥିଲା। ତେବେ ବର୍ତ୍ତମାନର ଅତ୍ୟଧିକ ବୃଦ୍ଧି ସମ୍ପର୍କିତ ତଥ୍ୟ ପ୍ରକାଶ ପାଇବା ପରେ ତାହା ସନ୍ଦେହ ଘେରକୁ ଆସିବା ସହ ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ କାର୍ଯ୍ୟକାରୀ ପୋଷଣ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠିଛି।
ଯେଉର୍ଁମାନେ ଅଙ୍ଗନଓ୍ବାଡି ବିଷୟରେ ଜାଣିଛନ୍ତି ଓ ତାହାକୁ ନିକଟରୁ ଦେଖିଛନ୍ତି ସେମାନେ କହିପାରିବେ ଯେ, ଏହି ତଥ୍ୟ ସନ୍ଦେହଜନକ। କେବଳ ଓଡ଼ିଶାରେ କାହିଁକି ସାରା ଭାରତରେ ଅଙ୍ଗନଓ୍ବାଡିକୁ ଖାଦ୍ୟ ବାବଦରେ ଯେଉଁ ଟଙ୍କା ଦିଆଯାଏ ସେହି ମୂଲ୍ୟର ଖାଦ୍ୟ ସେଠାରେ ପିଲାଙ୍କୁ ମିଳେନାହିଁ। ମୂଲ୍ୟ ତ ଦୂରର କଥା ଖାଦ୍ୟର ମାନ ମଧ୍ୟ ଠିକ୍‌ ରହେନାହିଁ। ଏହାର ପ୍ରମାଣ ବହୁ ସମୟରେ ଗଣମାଧ୍ୟମରୁ ଜାଣିବାକୁ ମିଳେ। ଅନେକ ସମୟରେ ସାରା ଦେଶରେ ଅଙ୍ଗନଓ୍ବାଡିର ଖାଦ୍ୟକୁ ନେଇ ପ୍ରଶ୍ନ ଉଠିଆସିଛି। ପୋକରା ଡାଲି କିମ୍ବା ଚାଉଳ ବା କାଞ୍ଜିଆ ଅଣ୍ଡା ଖବର ଶୁଣିବାକୁ ମିଳିଛି। ଅଙ୍ଗନଓ୍ବାଡିରେ ପ୍ରତିଦିନ ପନିପରିବାଯୁକ୍ତ ପୁଷ୍ଟିକର ରନ୍ଧାଖାଦ୍ୟ ମିଳେନାହିଁ ବୋଲି ଅନେକ ଥର ପୂର୍ବରୁ ପ୍ରକାଶ ପାଇଛି। କେତେବେଳେ କେମିତି ସପ୍ତାହରେ ଥରେ ଅଧେ ଅଣ୍ଡା ଦିଆଯାଏ। ଏଭଳି ଖାଦ୍ୟ ଖାଇ ସେଠାରେ ପିଲାମାନେ ମେଦବହୁଳତାର ଶିକାର ହେବାର କୌଣସି ସୁଯୋଗ ଉପୁଜୁନାହିଁ। ସେହିଭଳି ପୁଷ୍ଟିକର ଆହାରର ଅଭାବ ଯୋଗୁ ଆହୁରି ଅନେକ ପିଲା ଯେଉଁଭଳି ଭାବେ ଅପପୁଷ୍ଟିର ଶିକାର ହୋଇଛନ୍ତି ତାହା ଦର୍ଶାଉଛି ଯେ, ଅଙ୍ଗନଓ୍ବାଡି ଖାଦ୍ୟ ସନ୍ତୁଳିତ ନୁହେଁ। ତଥ୍ୟ ପରେ ତଥ୍ୟ ପ୍ରକାଶ ପାଇପାରେ, କିନ୍ତୁ ପିଲାଙ୍କର ଏହି ମୌଳିକ ଚାହିଦା ପ୍ରତି ଦୃଷ୍ଟି ପକାଇବାକୁ ଆମ ଦେଶରେ କାହାରି ସମୟ କିମ୍ବା ଇଚ୍ଛା ନାହଁି। ଆମେ ସମସ୍ତେ ଏଥିପାଇଁ ଦାୟୀ। ଏହାର ମୁଖ୍ୟ କାରଣ ହେଉଛି ନୀତି ପ୍ରଣୟନ କରୁଥିବା ସବୁ ବ୍ୟକ୍ତି ଧନୀ ହୋଇଥିବାରୁ ଗରିବ ପିଲାଙ୍କର ସର୍ବନିମ୍ନ ଅଧିକାରକୁ ସମ୍ମାନ ଦେବାରେ ତିଳେମାତ୍ର ଇଚ୍ଛା ନାହିଁ। ଏଠାରେ ମନେପଡ଼େ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସର ପଦ୍ଧତି। ନିୟମିତ ଭାବେ ଏହି ସଂସ୍ଥା ତରଫରୁ ସାମାଜିକ ଗଣମାଧ୍ୟମରେ ଫଟୋ ଅପ୍‌ଲୋଡ କରାଯାଏ, ଯେଉଁଥିରେ ସକାଳ, ଦ୍ୱିପ୍ରହର ଏବଂ ରାତ୍ରି ସମୟର ଖାଇବାର ଦୃଶ୍ୟ ସାଧାରଣରେ ଦେଖିବାକୁ ମିଳେ। ସରକାର ମଧ୍ୟ ଏହିଭଳି ରିପୋର୍ଟ ବ୍ୟବସ୍ଥା ପ୍ରତ୍ୟେକ ଅଙ୍ଗନଓ୍ବାଡି ପାଇଁ ଲାଗୁ କରିପାରନ୍ତେ।

ତଥ୍ୟ ପରେ ତଥ୍ୟ ପ୍ରକାଶ ପାଇପାରେ, କିନ୍ତୁ ପିଲାଙ୍କର ଏହି ମୌଳିକ ଚାହିଦା ପ୍ରତି ଦୃଷ୍ଟି ପକାଇବାକୁ ଆମ ଦେଶରେ କାହାରି ସମୟ କିମ୍ବା ଇଚ୍ଛା ନାହଁି। ଆମେ ସମସ୍ତେ ଏଥିପାଇଁ ଦାୟୀ। ଏହାର ମୁଖ୍ୟ କାରଣ ହେଉଛି ନୀତି ପ୍ରଣୟନ କରୁଥିବା ସବୁ ବ୍ୟକ୍ତି ଧନୀ ହୋଇଥିବାରୁ ଗରିବ ପିଲାଙ୍କର ସର୍ବନିମ୍ନ ଅଧିକାରକୁ ସମ୍ମାନ ଦେବାରେ ତିଳେମାତ୍ର ଇଚ୍ଛା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri