ଗାଁରେ ପହଞ୍ଚି ପାରିଲେନି: ଟ୍ରେନ୍‌ରେ ଆଖି ବୁଜିଲେ ସୁରଟ ଫେରନ୍ତା, ବ୍ରହ୍ମପୁର ଷ୍ଟେଶନରେ ପଡିରହିଛି ମୃତଦେହ

ଗଞ୍ଜାମ,୨୦।୪(ଡି.ଏନ୍‌.ଏ.): ବର୍ତ୍ତମାନ ସମୟରେ ସାରା ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବିସ୍ଫୋରକ ରୂପ ଧାରଣ କରିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଆଦି ଘୋଷଣା କରାଯାଉଛି। ଏଥିରେ ଭୟଭୀତ ହୋଇ ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ପ୍ରାଣ ବିକଳରେ ନିଜ ଗାଁକୁ ଫେରୁଥିବା ଦେଖାଯାଉଛି। ଗଞ୍ଜାମ ଜିଲା ରମ୍ଭା ଥାନା ଖଣ୍ଡଦେଉଳି ଗ୍ରାମର ବିଶ୍ୱନାଥ ଜେନା ନାମକ ଜଣେ ବ୍ୟକ୍ତି ସୁରଟରୁ ନିଜ ଗାଁକୁ ଫେରିବା ରାସ୍ତାରେ ଟ୍ରେନ୍‌ରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ତାଙ୍କର ମୃତଦେହ ମଙ୍ଗଳବାର ବ୍ରହ୍ମପୁର ଷ୍ଟେଶନରେ ପଡ଼ିରହିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ଜିଆର୍‌ପି ଥାନା ପକ୍ଷରୁ କୁହାଯାଇଛି। ଏହି ଖବର ପ୍ରସାରିତ ହେବା ପରେ ବ୍ରହ୍ମପୁର ରେଳ ଷ୍ଟେଶନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମୃତ ବ୍ୟକ୍ତିଙ୍କ ସାଙ୍ଗରେ ଆସିଥିବା ଲୋକଙ୍କ କରୋନା ଟେଷ୍ଟ କରିବାକୁ ସ୍ଥାନୀୟ ଲୋକେ ଜିଆର୍‌ପିଙ୍କ ନିକଟରେ ଦାବି କରିଛନ୍ତି। ସେ ଗତ ଦୁଇଦିନ ତଳେ ପୁରୀ ଅହମ୍ମଦାବାଦ ଟ୍ରେନ୍‌ରେ ସୁରଟରୁ ବସିଥିଲେ। ପୂର୍ବରୁ ତାଙ୍କର ମଧୁମେହ ଥିବା ବେଳେ ଟ୍ରେନ୍‌ରେ ବାରମ୍ବାର ପରିସ୍ରା ହୋଇଥିବା ସାଙ୍ଗରେ ଆସିଥିବା ସମ୍ପର୍କୀୟ କହିଛନ୍ତି। ମୃତ ବ୍ୟକ୍ତିଙ୍କ ସୁରଟରୁ ଗଞ୍ଜାମ ଜିଲା ଖଲିକୋଟ ପର୍ଯ୍ୟନ୍ତ ଟିକେଟ ରହିଥିଲା। ହେଲେ ଟ୍ରେନ୍‌ରେ ତାଙ୍କର ମୃତ୍ୟୁ କେଉଁ କାରଣରୁ ହୋଇଛି ସେ ନେଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ପଞ୍ଚାୟତକୁ କରାଗଲା ବିଶୋଧନ

ଭଣ୍ଡାରିପୋଖରୀ,୨୪।୪ (ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତୟକୁ ଧାମନଗର ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁବାର ବିଶୋଧନ କରାଯାଇଛି। ପଞ୍ଚାୟତର ଜଗନ୍ନାଥ ନୋଡାଲ ଉଚ୍ଚ...

ସାଧାରଣତନ୍ତ୍ର ଦିବସରେ ୨୦ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ: କିଏ କେଉଁଠି …

ଭୁବନେଶ୍ୱର,୨୦।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ପାଖେଇ ଆସୁଥିବାରୁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟସ୍ତରୀୟ ପରେଡ ଆୟୋଜିତ ହେବାକୁ ଥିବାବେଳେ ୨୦ ଜିଲାରେ ମନ୍ତ୍ରୀ ପତାକା ଉତ୍ତୋଳନ...

ଇଲେକ୍ଟ୍ରୋନିକ ସ୍କୁଟି ନିର୍ମାଣ କାରଖାନାରେ ଅଗ୍ନିକାଣ୍ଡ

ଚଣ୍ଡିଖୋଲ,୨।୧୦ (ଡି.ଏନ.ଏ.): ବଡ଼ଚଣା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବଡ଼ଚଣା ଛକ ନିକଟ ଭାରତ ବେଞ୍ଜ କମ୍ପାନୀ ପରିସରରେ ଥିବା ଏକ ଇଲୋକ୍ଟ୍ରୋନିକ ସ୍କୁଟି...

ବଢ଼ୁଛି ହାତୀ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟରେ ବଢ଼ିଚାଲିଛି ବିଦ୍ୟୁତ୍‌ ଓ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ସଂଖ୍ୟା। ଯୋଜନା ପରେ ଯୋଜନା ହେଉଛି, କିନ୍ତୁ ହାତୀଙ୍କୁ ସୁରକ୍ଷା...

ସୁଇସାଇଡ୍‌ ନୋଟରେ ଏମିତି ଲେଖିଛନ୍ତି ଆତ୍ମହତ୍ୟା କରିଥିବା ଛାତ୍ରୀ

ଚଣ୍ଡିଖୋଲ,୩ା୧୧(ଡି.ଏନ.ଏ.): ବଡ଼ଚଣା ଥାନା ଅଧୀନ ଚଣ୍ଡିଖୋଲସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ଜଣେ ଛାତ୍ରୀ ବୁଧବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଯାଜପୁରରୋଡ ଥାନା ଅଧୀନ...

ପୋଷ୍ଟମର୍ଟମ ରିପୋର୍ଟରେ ପ୍ରତିବାଦର ସୁରାକ ମିଳିଲା

ନିଶ୍ଚିନ୍ତକୋଇଲି(ସ୍ବ.ପ୍ର.)/ ମାହାଙ୍ଗା(ଡି.ଏନ୍‌.ଏ),୨୦ା୪: କଟକ ଜିଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ସମ୍ପତ୍ତିକୁ କେନ୍ଦ୍ର କରି ବଡ଼ ଭାଇଙ୍କ ପରିବାରର ୫ଜଣଙ୍କୁ ହତ୍ୟା କରିବା ଘଟଣାର ୮ଦିନ...

ସିଡିଏମ୍‌ଓ ଅଫିସ ଘେରିଲେ ଠିକା କର୍ମଚାରୀ

କେନ୍ଦୁଝର,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲାମୁଖ୍ୟ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ହେଲା କାମ କରି ଆସୁଥିବା ପ୍ରାୟ ୬୨ଜଣ ରୋଗୀ ସହାୟକ ସମେତ ବିଭିନ୍ନ ବିଭାଗରେ କାମ...

ଭୋଟର ତାଲିକା ସଂଶୋଧନ ଆରମ୍ଭ

ଯାଜପୁର ଅଫିସ,୨୦।୧୧: ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଯାଜପୁର ଜିଲାରେ ଆରମ୍ଭ ହୋଇଛି। ଚୂଡାନ୍ତ ସଂଶୋଧିତ ଭୋଟର ତାଲିକା ୨୦୨୧ ଜାନୁୟାରୀ ୧୫ରେ ସମସ୍ତ ଭୋଟଗ୍ରହଣ...

Advertisement
Archives

Model This Week