ଅଲ୍‌ଟ୍ରାସାଉଣ୍ଡ କେନ୍ଦ୍ର ସିଲ୍‌

ନୟାଗଡ଼,୩ା୩(ଲୋକନାଥ ମିଶ୍ର): ନୟାଗଡ଼ ସହରର ସାଇ ଅଲଟ୍ରାସାଉଣ୍ଡ କେନ୍ଦ୍ର ସିଲ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ କର୍ଣ୍ଣଦେବ ସମାଦରଙ୍କ ତୱାବଧାନରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଅଧିକୃତ ବିଶେଷଜ୍ଞ ଡା. ତାଙ୍କର ସମ୍ମତି ପ୍ରତ୍ୟାହାର କରିବା ସମ୍ପର୍କରେ ପଚରା ଉଚରା କରାଯାଇଥିଲା। କେନ୍ଦ୍ରର ପରିଚାଳିକା ନିର୍ମଳା ବାରିକ ଗ୍ରହଣ କରିଥିଲେ। ପୁନଶ୍ଚ ଉକ୍ତ ଅଲଟ୍ରାସାଉଣ୍ଡ କେନ୍ଦ୍ରକୁ ବର୍ତ୍ତମାନ ସ୍ଥିତିରେ ପରିଚାଳନା କରିବା କଷ୍ଟକର ବୋଲି କହିଥିଲେ। ସେଥିପାଇଁ ପ୍ରାଧିକୃତ ବିଶେଷଜ୍ଞ ଡାକ୍ତର ଅନୁପସ୍ଥିତି କାରଣରୁ ଲିଙ୍ଗ ନିରୂପଣ ଭଳି ବେଆଇନ କାମର ମେଶିନ, ଆସବାବପତ୍ର ଓ ଅନେକ କାଗଜପତ୍ର ସିଲ କରିବା ପାଇଁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡା. ସୁଭାସ ଚନ୍ଦ୍ର ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।