Posted inଖେଳ

‘ଖେଳାଳିଙ୍କ ଜୀବନଶୈଳୀ ବଦଳାଇବ ଅଲ୍‌ଟିମେଟ ଖୋ ଖୋ’

ଭୁବନେଶ୍ୱର, ୨୭।୮(କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଆସିଥିବା ଓଡ଼ିଶା ଜଗରନଟ୍ସର ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା। ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଜଗରନଟ୍ସ କ୍ରମାଗତ ୪ ମ୍ୟାଚ ଜିତିବା ସହ ମୋଟ ୫ ବିଜୟ ସହ ୧୫ ପଏଣ୍ଟ ହାସଲ କରିଛି। ଖେଳାଳିଙ୍କ ସହ ଭାବବିନିମୟ କରି କ୍ରୀଡ଼ାମନ୍ତ୍ରୀ ଆଗକୁ ଆହୁରି ଏପରି ପ୍ରଦର୍ଶନ ଜାରି ରଖିବା ପାଇଁ ଉତ୍ସାହ ଦେଇଛନ୍ତି। ”ଆମ ଓଡ଼ିଶା ଜଗରନଟ୍ସ ଦଳ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଥିବାରୁ ମୁଁ ବହୁତ ଖୁସି। ୬ ମ୍ୟାଚ ମଧ୍ୟରୁ ଆମେ ୫ଟିରେ ବିଜୟ ହାସଲ କରିଛୁ। ଆମ ଦଳ ଫାଇନାଲରେ ପ୍ରବେଶ କରିବାନେଇ ମୁଁ ଦୃଢ଼ ନିଶ୍ଚିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସ୍ପୋଟର୍‌ସ ଫର ୟୁଥ୍‌, ୟୁଥ୍‌ ଫର ଫ୍ୟୁଚର’ ଦୃଷ୍ଟିଭଙ୍ଗୀ ଓଡ଼ିଶାକୁ ଏକ କ୍ରୀଡ଼ା ହବ୍‌ରେ ପରିଣତ କରିଛି“ ବୋଲି ତୁଷାରକାନ୍ତି କହିଛନ୍ତି। ଆମେ ରାଜ୍ୟବ୍ୟାପୀ ତୃଣମୂଳ ସ୍ତରରେ ଭିତ୍ତିଭୂମିରେ ଉନ୍ନତି ଆଣିବା ଉପରେ ଫୋକସ କରୁଛୁ। ଖୋ ଖୋକୁ ଏକ କ୍ରୀଡ଼ା ଭାବେ ଗ୍ରହଣ କରିବା ପାଇଁ ଓଡ଼ିଶା ଜଗରନଟ୍ସ ରାଜ୍ୟର ପିଲାମାନଙ୍କୁ ଅନୁପ୍ରାଣିତ କରିପାରିଥିବ ବୋଲି ମୋର ବିଶ୍ୱାସ। ଅଲ୍‌ଟିମେଟ ଖୋ ଖୋ ସମୟକ୍ରମେ ଅନେକ ଖୋ ଖୋ ଖେଳାଳିଙ୍କ ଜୀବନଶୈଳୀ ବଦଳାଇବାରେ ସହାୟକ ହେବାନେଇ ମୁଁ ଆଶାବାଦୀ ବୋଲି ସେ ପ୍ରକାଶ କରିଛନ୍ତି।
ଗୁରୁବାର ଶେଷ ସୁଦ୍ଧା ଓଡ଼ିଶା ଜଗରନଟ୍ସ ୪୨ ଡିଫେଣ୍ଡିଂ ପଏଣ୍ଟ ହାସଲ କରିଛି, ଯାହାକି ଲିଗ୍‌ରେ ଅନ୍ୟ ତୁଳନାରେ ସର୍ବାଧିକ। ଚଳିତ ସିଜନରେ ଶୁଭାଶିଷ ସାନ୍ତ୍ରା ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ସେ ୪୩ ପଏଣ୍ଟ ହାସଲ କରି ବର୍ତ୍ତମାନ ଟପ୍‌-୩ ଓ୍ବାଜିରଙ୍କ ମଧ୍ୟରେ ରହିଛନ୍ତି। ଜଗରନଟ୍ସ ଦଳର ଅନ୍ୟତମ ଶୀର୍ଷ ପ୍ରଦର୍ଶନକାରୀ ହେଲେ ଓଡ଼ିଶା ଖେଳାଳି ବାଲେଶ୍ୱରର ଜଗନ୍ନାଥ ମୁର୍ମୁ। ସେ କ୍ରୀଡ଼ାମନ୍ତ୍ରୀଙ୍କ ସହ ଭାବବିନିମୟ କରିବା ପରେ ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି। ଏହା ଟାଇଟଲ ଜିତିବା ପାଇଁ ଖେଳାଳିଙ୍କୁ ମୋଟିଭେଟ କରିବ ବୋଲି କହିଛନ୍ତି। ”ଆମ ରାଜ୍ୟର କ୍ରୀଡ଼ାମନ୍ତ୍ରୀଙ୍କ ସହ ମିଶିବା ସମସ୍ତ ଖେଳାଳିଙ୍କ ପାଇଁ ଖୁସିର ବିଷୟ। ବ୍ୟସ୍ତ କାର୍ଯ୍ୟସୂଚୀ ସତ୍ତ୍ୱେ ସେ ସମୟ ବାହାର କରି ପୁଣେ ଆସି ଆମମାନଙ୍କୁ ଉତ୍ସାହିତ କରିଛନ୍ତି। ଆଗାମୀ ମ୍ୟାଚଗୁଡ଼ିକରେ ଅଧିକ ପରିଶ୍ରମ କରିବା ପାଇଁ ସେ ଆମକୁ ପରାମର୍ଶ ଦେଇଛନ୍ତି। ଆମେ ହାତରେ ଟ୍ରଫି ଧରୁ ବୋଲି ସେ ଚାହୁଁଛନ୍ତି ଏବଂ ଆମେ ମଧ୍ୟ ତାହା କରିବା ପାଇଁ ସବୁମତେ ଚେଷ୍ଟା କରିବୁ“ ବୋଲି ଜଗନ୍ନାଥ ପ୍ରକାଶ କରିଛନ୍ତି।
ଓଡ଼ିଶା ଜଗରନଟ୍ସ ଏହାର ପରବର୍ତ୍ତୀ ମ୍ୟାଚରେ ମୁମ୍ବାଇ ଖିଲାଡିଜ୍‌କୁ ଭେଟିବ। ଏଥିରେ ବିଜୟ ହାସଲ କଲେ ଦଳର ପ୍ଲେ-ଅଫ୍‌ ପ୍ରବେଶ ନିଶ୍ଚିତ ହୋଇଯିବ। ଖୋ ଖୋ ଫେଡେରେଶନ ଅଫ୍‌ ଇଣ୍ଡିଆ ସହିତ ମିଶି ଅମିତ ବର୍ମନ ଅଲ୍‌ଟିମେଟ ଖୋ ଖୋକୁ ପ୍ରମୋଟ କରୁଛନ୍ତି। ସିଜନ-୧ରେ ମୋଟ ୬ଟି ଦଳ ଅଂଶଗ୍ରହଣ କରୁଛନ୍ତି ଏବଂ ଏହାର ଫାଇନାଲ ସେପ୍ଟେମ୍ବର ୪ରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri