ରୁଷିଆ ଉପରେ ୟୁକ୍ରେନର ପାଲଟା ଆକ୍ରମଣ, ଡୋନେଟସ୍କ ଅଞ୍ଚଳରେ ଗୁଳି ବିନିମୟ, ୫ସାଧାରଣ ନାଗରିକଙ୍କ ମୃତ୍ୟୁ…

କିଭ୍‌/ମସ୍କୋ,୧୭।୯ : ଗତ ଏକ ବର୍ଷ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅନେକ ଉତଥାନ-ପତନ ଘଟିଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ହେବାର ହେବାର ସମ୍ଭାବନା ଦେଖାଯାଉ ନାହିଁ।

ସଦ୍ୟତମ ମାମଲାରେ ରୁଷିଆର ଡୋନେଟସ୍କ ଅଞ୍ଚଳରେ ୟୁକ୍ରେନ ଗୁଳି ବିନିମୟ କରିଛି। ଏହି ଆକ୍ରମଣରେ ୫ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ୟୁକ୍ରେନର ପୂର୍ବ ଅଞ୍ଚଳରେ ଅବସ୍ଥାପିତ ରୁଷିଆର ଅଧିକାରୀ ଏହି ସୂଚନା ଦେଇଛନ୍ତି।

କିରୋଭ ଏବଂ କୁଇବିଶେଭସ୍କି ଜିଲାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସୈଟେଲୋଡାର୍କରେ ଜଣେ ମହିଳା ଆହତ ହୋଇଛନ୍ତି। ଟେଲିଗ୍ରାମ ମେସେଜିଂ ଆପ ଉପରେ ହୋଇଥିବା ଆକ୍ରମଣ ବିଷୟରେ ରୁଷିଆର ନିଯୁକ୍ତ ମୁଖ୍ୟ ଡେନିସ ପୁଶିଲିନ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ୨୦୧୪ ପରଠାରୁ ଡୋନେଟସ୍କ ଅଞ୍ଚଳ ଆଂଶିକ ଭାବେ ରୁଷିଆ ସମର୍ଥକ ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ରହିଛି। ଏହି ଆକ୍ରମଣ ସମ୍ପର୍କରେ କିଭ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ୟୁକ୍ରେନର ସଶସ୍ତ୍ର ବାହିନୀର ଜେନେରାଲ ଷ୍ଟାଫ ରିପୋର୍ଟ କରିଛନ୍ତି ପ୍ରତିଶୋଧ ନେବାକୁ ୟୁକ୍ରେନ ସୈନ୍ୟମାନେ ରୁଷିଆ ଉପରେ ଆକ୍ରମଣ କରିଛନ୍ତି।

ସୂଚନାଯୋଗ୍ୟ ଚଳିତ ବର୍ଷ ଅଗଷ୍ଟ ୨୫ ରେ ରୁଷିଆ ୟୁକ୍ରେନର ସ୍ବାଧୀନତା ଦିବସର ବିଶେଷ ଉତ୍ସବରେ ଏୟାର ଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଅନ୍ୟ ୧୬ ଜଣ ଆହତ ହୋଇଥିଲେ। ୟୁକ୍ରେନ ଏହାର ୩୨ ତମ ସ୍ବାଧୀନତା ଦିବସ ପାଳନ କରୁଥିଲା। ଅଧିକାରୀଙ୍କ କହିବାନୁସାରେ, ରୁଷିଆ ଖରସାନ ଏବଂ ଡନିପ୍ରୋ ଏବଂ ସୀମାନ୍ତ ସହର କୁରାଖୋଭ ଉପରେ ଆକ୍ରମଣ କରିଥିଲା। ଏଥିରେ ବହୁ ସାଧାରଣ ନାଗରିକ ଆହତ ହୋଇଥିଲେ। ଏଥି ସହିତ ଦକ୍ଷିଣ ୟୁକ୍ରେନରେ ଗୁଳି ବିନିମୟରେ ଜଣେ କୃଷକଙ୍କ ମୃତ୍ୟୁ ଘଟଥିଲା। ଏହି ଆକ୍ରମଣରେ ଅନେକ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri