Posted inଖେଳ

ଅଲିମ୍ପିକ୍ସ ବର୍ଜନ ପାଇଁ ୟୁକ୍ରେନ୍‌ର ଧମକ

ଲାଉସାନେ,୫ା୨: ପ୍ୟାରିସ୍‌ ଅଲିମ୍ପିକ୍ସ-୨୦୨୪କୁ ବର୍ଜନର ଧମକ ଦେଇଛି ୟୁକ୍ରେନ୍‌। ଅଲିମ୍ପିକ୍ସକୁ ମାତ୍ର ୧୮ ମାସ ସମୟ ବାକି ରହିଥିବା ବେଳେ ରୁଷ୍‌ ଓ ବେଲାରୁଷ୍‌କୁ ବାସନ୍ଦ କରିବା ନେଇ ୟୁକ୍ରେନ୍‌ ଜୋର୍‌ଦାର ଉଦ୍ୟମ କରିଛି। ଗତ ୧୦ ଦିନ ହେବ ୟୁକ୍ରେନ୍‌ ପକ୍ଷରୁ ଉଭୟ ରାଷ୍ଟ୍ରକୁ ବାଦ୍‌ ନ ଦେଲେ ଅଲିମ୍ପିକ୍ସ ବର୍ଜନର ଏକ ପ୍ରଚାର ଅଭିଯାନ ଚଳାଯାଉଛି ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି) ଉପରେ ଚାପ ପକାଯାଉଛି। ଏହାକୁ ନେଇ ଆଇଓସି ସଭାପତିଙ୍କ ପକ୍ଷରୁ ଏକ ମତାମତ ମଧ୍ୟ ଜାରି କରାଯାଇଛି। ରାଜନେତାମାନେ ରାଜନୈତିକ ସ୍ବାର୍ଥ ସାଧନ ପାଇଁ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ମାନଙ୍କୁ ମାଧ୍ୟମ ଭାବରେ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ପ୍ୟାରିସ୍‌ ଅଲିମ୍ପିକ୍ସରେ ରୁଷ୍‌ ଓ ବେଲାରୁଷ୍‌ର ଆଥ୍‌ଲେଟମାନେ ନିରପେକ୍ଷ ଭାବେ ଅଂଶଗ୍ରହଣ କରିବେ। ଗୋଟିଏ ଦେଶର ଭୁଲ୍‌ ପାଇଁ ଏହାର ଆଥ୍‌ଲେଟମାନଙ୍କୁ ଦଣ୍ଡିତ କରାଯିବା ସମ୍ପୂର୍ଣ୍ଣ ଭୁଲ୍‌। ତେଣୁ ଆଥ୍‌ଲେଟମାନଙ୍କ ଅଂଶଗ୍ରହଣକୁ ବିରୋଧ କରୁଥିବା ଦେଶକୁ ଦଣ୍ଡିତ କରାଯିବ ବୋଲି ଆଇଓସି ସ୍ପଷ୍ଟ କରିଛି।

ନିୟମାବଳୀ
ଅଲିମ୍ପିକ୍ସ ନିୟମାବଳୀ ଅନୁସାରେ କୌଣସି ଦେଶକୁ ବାସନ୍ଦ କରିବା ନେଇ ସେପରି କିଛି ନିୟମ ନାହିଁ। ୨୦୬ଟି ଦେଶର ଅଲିମ୍ପିକ୍ସରେ ଅଂଶଗ୍ରହଣର ଅଧିକାର ରହିଛି ବୋଲି ଉଲ୍ଲେଖ ରହିଛି। ରୁଷ୍‌ ଏବଂ ବେଲାରୁଷ୍‌ ବିପକ୍ଷରେ କାର୍ଯ୍ୟ କରିବା ପାଇଁ କୌଣସି ସ୍ପଷ୍ଟ ଲିଖିତ ନିୟମ ନ ଥିବା ବେଳେ ମିଳିତ ଜାତିସଂଘ ବିରୋଧରେ ଯାଇ ଯୁଦ୍ଧ କରିବା ବିପକ୍ଷରେ କାର୍ଯ୍ୟାନୁଷ୍ଠାନର କୌଣସି ବ୍ୟବସ୍ଥା ନ ଥିବା କହିଛନ୍ତି ଆଇଓସି ମାନବାଧିକାର କମିଶନର ଓକିଲ ସିଲ୍ଭିଆ ଶେଙ୍କ।

ବର୍ଜନର ଇତିହାସ
ଅଲିମ୍ପିକ୍ସକୁ ଅତୀତରେ ଅନେକ ଦେଶ ବର୍ଜନ କରିଛନ୍ତି। ତେବେ ୧୯୮୮ ସିଓଲ ଅଲିମ୍ପିକ୍ସ ପରଠାରୁ କୌଣସି ଦେଶ ଅଲିମ୍ପିକ୍ସକୁ ବର୍ଜନ କରିନାହାନ୍ତି। ୧୯୭୬-୧୯୮୪ ମଧ୍ୟରେ ଏହି ବୟକଟ୍‌ ସବୁଠାରୁ ଶୀର୍ଷରେ ରହିଥିଲା। ୧୯୭୬ରେ ନ୍ୟୁଜିଲାଣ୍ଡର ଅଂଶଗ୍ରହଣକୁ ବିରୋଧ କରି ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ମଣ୍ଟ୍ରିଲ ଅଲିମ୍ପିକ୍ସକୁ ବର୍ଜନ କରିଥିଲେ। ସେହିପରି ୧୯୮୦ରେ ଆଫଗାନିସ୍ତାନ ଉପରେ ସୋଭିଏତ୍‌ ୟୁନିୟନର ଆକ୍ରମଣକୁ ବିରୋଧ କରି ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ପ୍ରାୟ ୬୦ଟି ଦେଶ ଅଲିମ୍ପିକ୍ସ ବର୍ଜନ କରିଥିଲେ। ୧୯୮୪ରେ ଲସ୍‌ଏଞ୍ଜେଲ୍‌ସ ଅଲିମ୍ପିକ୍ସକୁ ସୋଭିଏତ୍‌ ୟୁନିୟନ ନେତୃତ୍ୱରେ ପୂର୍ବ ୟୁରୋପୀୟ ଦେଶଗୁଡ଼ିକ ବର୍ଜନ କରିଥିଲେ।

ବାସନ୍ଦ
ଅଲିମ୍ପିକ୍ସରୁ ଅନେକ ଦେଶଙ୍କୁ ବିଭିନ୍ନ କାରଣରୁ ବାସନ୍ଦ ମଧ୍ୟ କରାଯାଇଛି। ଜାତିଗତ ଭେଦଭାବ କାରଣରୁ ୧୯୬୪-୧୯୮୮ ଯାଏ ଦକ୍ଷିଣ ଆଫ୍ରିକାକୁ ବାସନ୍ଦ କରିଥିଲା ଆଇଓସି। ତେବେ ଦକ୍ଷିଣ ଆଫ୍ରିକା ଉପରେ ମିଳିତ ଜାତିସଂଘ ପକ୍ଷରୁ ସାଙ୍କ୍‌ଶନ ଲାଗୁ କରାଯାଇଥିବା ବେଳେ ରୁଷିଆ ଉପରେ ଏହା ଲାଗୁ କରାଯାଇନାହିଁ। ଟୋକିଓ ୨୦୨୦ରୁ ଓହରିବା କାରଣରୁ ଉତ୍ତର କୋରିଆକୁ ବେଜିଂ ଓ୍ବିଣ୍ଟର ଅଲିମ୍ପିକ୍ସରୁ ବାସନ୍ଦ କରାଯାଇଥିଲା। ମହିଳାମାନଙ୍କୁ ଖେଳିବାର ଅଧିକାର ପ୍ରଦାନ କରାଯାଇ ନ ଥିବାରୁ ୨୦୨୪ ଅଲିମ୍ପିକ୍ସରୁ ଆଫଗାନିସ୍ତାନକୁ ବାସନ୍ଦ କରାଯାଇପାରେ।

ନିରପେକ୍ଷ ଆଥଲେଟ୍‌
ରୁଷ୍‌ ଏବଂ ବେଲାରୁଷ୍‌ ଆଥ୍‌ଲେଟମାନେ ନିରପେକ୍ଷ ଭାବରେ ଅଂଶଗ୍ରହଣ କରିବା ପାଇଁ ଆଇଓସି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ୧୯୯୨ରେ ଯୁଗୋସ୍ଲୋଭିଆର ଆଥଲେଟ୍‌ ଏବଂ ୨୦୧୬ରେ କୁଏତ୍‌ର ଆଥ୍‌ଲେଟମାନେ ନିରପେକ୍ଷ ଭାବେ ଅଲିମ୍ପିକ୍ସ ପତାକା ଅଧୀନରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri