ୟୁକ୍ରେନ୍‌ର ରୁଷିଆ ଆକ୍ରମଣ

କିଭ୍‌/ମସ୍କୋ,୨ା୪: ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଆରମ୍ଭ କରିଥିଲା। ସେବେଠୁ ରାଜଧାନୀ କିଭ୍‌ ସମେତ ଅନେକ ସହରରେ ରୁଷୀୟ ସୈନ୍ୟ ବୋମା, ରକେଟ ଓ କ୍ଷେପଣାସ୍ତ୍ର ମାଡ଼ କରୁଥିବାବେଳେ ୟୁକ୍ରେନୀୟ ସୈନ୍ୟ କେବଳ ଆମତ୍ରକ୍ଷା କରୁଥିଲେ। କିନ୍ତୁ ଏବେ ଓଲଟା ଖବର ଆସିଛି। ଶୁକ୍ରବାର ସକାଳେ ରୁଷିଆ ଭୂଖଣ୍ଡ ଭିତରେ ପଶି ୟୁକ୍ରେନ୍‌ ଆକ୍ରମଣ କରିଛି। ୟୁକ୍ରେନ୍‌ ସେନାର ୨ଟି ହେଲିକପ୍ଟର ସୀମାରୁ ୪୦ କି.ମି. ଉତ୍ତରରେ ଥିବା ରୁଷିଆର ବେଲ୍‌ଗୋରୋଡ୍‌ସ୍ଥିତ ଏକ ତୈଳ ଡିପୋକୁ ଟାର୍ଗେଟ କରିଛି। କ୍ଷେପଣାସ୍ତ୍ର ମାଡ଼ରେ ଉକ୍ତ ଡିପୋ ଜଳିପୋଡ଼ି ଛାରଖାର ହୋଇଯାଇଛି। ଯୁଦ୍ଧ ଆରମ୍ଭ ହେବା ପରଠୁ ୟୁକ୍ରେନୀୟ ସୈନ୍ୟ ଦୁଇଟି ହେଲିକପ୍ଟରରେ ପ୍ରଥମ ଥର ପାଇଁ ରୁଷିଆର ବାୟୁସୀମାରେ ପ୍ରବେଶ କରିଛନ୍ତି। ସେମାନେ ବେଲ୍‌ଗୋରୋଡ୍‌ ତୈଳ ଡିପୋକୁ ଟାର୍ଗେଟ କରି ଧ୍ୱସ୍ତବିଧ୍ୱସ୍ତ କରିଦେଇଛନ୍ତି। ତୈଳ ଡିପୋ ଜଳୁଥିବାବେଳର ଦୃଶ୍ୟ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏହି ଆକ୍ରମଣ ଶାନ୍ତି ଆଲୋଚନା ପାଇଁ ଆଦୌ ଅନୁକୂଳ ନୁହେଁ ବୋଲି କ୍ରେମ୍‌ଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ ସମାଲୋଚନା କରିଛନ୍ତି। ଆକ୍ରମଣ ସମ୍ପର୍କରେ ସେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଅବଗତ କରାଇଛନ୍ତି। ତେବେ ଏହା ପଛରେ କିଭ୍‌ର ସମ୍ପୃକ୍ତି ଥିବା ବିଷୟକୁ ୟୁକ୍ରେନ୍‌ ସ୍ବୀକାର କିମ୍ବା ଖଣ୍ଡନ କରିନାହିଁ। ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି, ବେଲ୍‌ଗୋରୋଡ୍‌ରେ ସାମରିକ ଅପରେଶନ ନେଇ ତାଙ୍କ ପାଖରେ ସୂଚନା ନାହିଁ। ତାଙ୍କ ମନ୍ତ୍ରଣାଳୟର ମୁଖପାତ୍ର ଓଲେକ୍ସାଣ୍ଡର ମୋଟୁଜ୍‌ୟାଙ୍କିକ୍‌ କହିଛନ୍ତି, ୟୁକ୍ରେନ୍‌ ବର୍ତ୍ତମାନ ରୁଷିଆର ଆକ୍ରମଣ ପରିପ୍ରେକ୍ଷୀରେ ପ୍ରତିରକ୍ଷାମତ୍କ ଅପରେଶନ ଚଳାଇଛି। ଏହାର ତାତ୍ପର୍ଯ୍ୟ ନୁହେଁ ଯେ, ରୁଷିଆ ଭୂଖଣ୍ଡରେ ଯାହା ଆକ୍ରମଣ ହେବ ସେଥିପାଇଁ ୟୁକ୍ରେନ୍‌କୁ ଦାୟୀ କରାଯିବ।
ଇତିମଧ୍ୟରେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଭିଡିଓ ଲିଙ୍କ୍‌ ଜରିଆରେ ପୁଣି ଥରେ ଆଲୋଚନା ହୋଇଛି। ରୁଷିଆ ପ୍ରତିନିଧି ଦଳ ମୁଖ୍ୟ ଭ୍ଲାଡିମିର ମେଡିନ୍‌ସ୍କି ଶୁକ୍ରବାର ଆଲୋଚନା ବେଳର ଫଟୋ ଶେୟାର କରିଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଅଫିସ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ କରାଯାଇଛି। ୩ ଦିନ ତଳେ ତୁର୍କୀରେ ଉଭୟ ପକ୍ଷଙ୍କ ପ୍ରତିନିଧି ଦଳ ପରସ୍ପର ସହ ଆଲୋଚନା କରିଥିଲେ। କ୍ରିମିଆ ଓ ଡୋନ୍‌ବାସ୍‌କୁ ନେଇ ରୁଷିଆର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ମେଡିନ୍‌ସ୍କି କହିଛନ୍ତି। ପ୍ରକାଶ ଯେ, ରୁଷିଆ ୨୦୧୪ରେ ଦକ୍ଷିଣ ୟୁକ୍ରେନ୍‌ର କ୍ରିମିଆ ଉପଦ୍ୱୀପକୁ ଦଖଲ କରିଥିଲା। ଡୋନ୍‌ବାସ ହେଉଛି ରୁଷିଆ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ଭୂଖଣ୍ଡ, ଯାହାକୁ ସାମରିକ ଅପରେଶନ ଆରମ୍ଭ ସମୟରେ ପୁଟିନ୍‌ ଡୋନେସ୍କ ଓ ଲୁହାନ୍‌ସ୍କ ନାମରେ ଦୁଇଟି ସ୍ବାଧୀନ ରାଷ୍ଟ୍ର ରୂପେ ଘୋଷଣା କରିଥିଲେ। ରୁଷିଆ ଭାଷାଭାଷୀ ଲୋକ ବସବାସ କରୁଥିବା ଏହି ଶିଳ୍ପବହୁଳ ଅଞ୍ଚଳକୁ ବିଚ୍ଛିନ୍ନତାବାଦୀମାନେ ନିଜ ନିୟନ୍ତ୍ରଣକୁ ନେବା ପାଇଁ ୨୦୧୪ରୁ ୟୁକ୍ରେନୀୟ ସୁରକ୍ଷା ବଳ ସହ ସଂଘର୍ଷ କରିଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri