ନିରପେକ୍ଷ ରହିପାରେ ୟୁକ୍ରେନ୍‌

କିଭ୍‌, ୨୯ା୩: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ସୋମବାର ୩୩ ଦିନରେ ପହଞ୍ଚିଥିବାବେଳେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଏହି ପୂର୍ବ ୟୁରୋପୀୟ ଦେଶ ଏବେ ଅବିଳମ୍ବେ ଶାନ୍ତି ଚାହୁଁଛି। ଦୁଇ ଦେଶ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଶାନ୍ତି ଆଲୋଚନା ଉପରେ ସମଗ୍ର ବିଶ୍ୱର ନଜର ଥିବାବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନିଜ ଦେଶକୁ ନାଟୋରେ ସାମିଲ ନ କରି ନିରପେକ୍ଷ ଘୋଷଣା କରିପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏଥିପାଇଁ ସେ ୟୁକ୍ରେନ୍‌ର ସୁରକ୍ଷା ଗ୍ୟାରେଣ୍ଟି ମାଗିପାରନ୍ତି। ମଙ୍ଗଳବାର ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ସ୍ଥିର ହୋଇଥିବା କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି।
ଏକ ଘରୋଇ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଜେଲେନ୍‌ସ୍କି କହିଛନ୍ତି, ୟୁକ୍ରେନ୍‌ର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ସୁରକ୍ଷା ଗ୍ୟାରେଣ୍ଟି, ନିରପେକ୍ଷତା, ଅଣ-ଆଣବିକ ଷ୍ଟାଟସ୍‌ ପାଇଁ ୟୁକ୍ରେନ୍‌ ପ୍ରସ୍ତୁତ ବୋଲି ସେ କହିଛନ୍ତି। ତୁର୍କୀରେ ହେବାକୁ ଥିବା ପରବର୍ତ୍ତୀ ଆଲୋଚନା ପୂର୍ବରୁ ଜେଲେନ୍‌ସ୍କିଙ୍କ ଏହି ମନ୍ତବ୍ୟ ଏବେ ବେଶ୍‌ ଗୁରୁତ୍ୱ ରଖୁଛି। ତେଣୁ ଆଗାମୀ ବୈଠକରେ କୌଣସି ନିଷ୍କର୍ଷ ବାହାରିବାର ସମ୍ଭାବନା ବଢ଼ିଛି। ତେବେ ରୁଷିଆ ନେତାଙ୍କ ସହ ସାମ୍‌ନାସାମ୍‌ନି କଥାବାର୍ତ୍ତା ଦ୍ୱାରା ଯୁଦ୍ଧ ରୋକା ଯାଇପାରିବ ବୋଲି ଦୋହରାଇଥିଲେ। ରୁଷିଆ ସହ ଚୁକ୍ତି ନିମନ୍ତେ ଆମକୁ ଆଗେଇବାକୁ ପଡ଼ିବ। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ତାଙ୍କୁ ସାକ୍ଷାତ କରିବା ଆବଶ୍ୟକ ବୋଲି ଜେଲେନ୍‌ସ୍କି ପ୍ରକାଶ କରିଛନ୍ତି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ଉପରେ ସ୍ପଷ୍ଟତା ଆସିବା ନିମନ୍ତେ ଆଲୋଚନା ଜରୁରୀ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ୍‌ କହିଛନ୍ତି। କିନ୍ତୁ ୟୁକ୍ରେନ୍‌ ଏଥିରେ ବାଧା ଉପୁଜାଉଥିବା ସେ ଅଭିଯୋଗ ଆଣିଛନ୍ତି।
ୟୁକ୍ରେନ୍‌କୁ ଦୁଇ ଭାଗ କରିବାକୁ ଯୋଜନା କରୁଥିବା କିଭ୍‌ ଗୋଇନ୍ଦା ଅଧିକାରୀଙ୍କ ସୂତ୍ରରୁ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବ ୟୁକ୍ରେନ୍‌ର ଲୁହାନ୍‌ସ୍କ ଓ ଡୋନେସ୍କ ଅଞ୍ଚଳକୁ ରୁଷିଆ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛି। ଏପରିକି ଲୁହାନସ୍କ ରୁଷିଆରେ ମିଶିବା ପାଇଁ ଗଣଭୋଟ ଆୟୋଜନ କରିପାରେ ବୋଲି ସେଠାକାର ବିଚ୍ଛିନ୍ନତାବାଦୀ ନେତା ସୋମବାର କହିଥିଲେ। ଏହାପରେ ୟୁକ୍ରେନ୍‌କୁ ନିଜ ଅଖଣ୍ଡତା ବଜାୟ ରଖିବା ଚିନ୍ତା ଘାରିଛି। ଯୁଦ୍ଧରେ ଆମେରିକା ନେତୃତ୍ୱାଧୀନ ସାମରିକ ମେଣ୍ଟ ନାଟୋ ରୁଷିଆ ସହ ପ୍ରତ୍ୟକ୍ଷ ଲଢ଼େଇ ପାଇଁ ରାଜି ନ ହେବା ସହ ୟୁକ୍ରେନ୍‌ ଆକାଶକୁ ନୋ ଫ୍ଲାଏ ଜୋନ୍‌ ଘୋଷଣା ନେଇ ଜେଲେନ୍‌ସ୍କିଙ୍କ ନିବେଦନ ନ ରଖାଯିବା ପରେ ଜେଲେନ୍‌ସ୍କି ପୂର୍ବରୁ ମଧ୍ୟ ନିରାଶା ବ୍ୟକ୍ତ କରିଥିଲେ। ଅପରପକ୍ଷେ ୟୁକ୍ରେନ୍‌ ଯୁଦ୍ଧରେ ଯଥାଶୀଘ୍ର ବିଜୟ ହାସଲ ଲକ୍ଷ୍ୟରେ ଅଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌। ତେଣୁ ସମ୍ପୂର୍ଣ୍ଣ ୟୁକ୍ରେନ୍‌କୁ ଛାଡ଼ି ଏହି ଦେଶର କେବଳ ପୂର୍ବ ଭାଗକୁ ମସ୍କୋ ଟାର୍ଗେଟ କରିଛି। କୌଣସି ଗୋଟିଏ ଭାଗକୁ ପୁର କବ୍‌ଜା କରି କିଭ୍‌କୁ ଆତ୍ମସମର୍ପଣ ନିମନ୍ତେ ବାଧ୍ୟ କରାଇବାକୁ ମସ୍କୋ ଚାପ ପକାଇବାକୁ ଚାହୁଁଛି। ଡୋନ୍‌ବାସ୍‌ ଅଞ୍ଚଳକୁ ଅକ୍ତିଆର କରିବାରେ ରୁଷିଆ ସଫଳ ହୋଇଗଲେ ୟୁକ୍ରେନ୍‌ ଦୁଇଭାଗରେ ବିଭକ୍ତ ହେବାରେ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri