ଛାତ୍ରଙ୍କ ସହ ଯୌନ ସମ୍ପର୍କ: ଶିକ୍ଷୟିତ୍ରୀଙ୍କୁ ଆଜୀବନ ଜେଲ

ଆର୍କାନ୍‌ସାସ୍‌ (ଆମେରିକା), ୨୪।୧: ଆମେରିକାର ଆର୍କାନ୍‌ସାସ୍‌ ଠାରେ ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀ, ଏକାଧିକବାର ନିଜର ଜଣେ ଛାତ୍ର ସହ ଯୌନ କାର୍ଯ୍ୟକଳାପରେ ଲିପ୍ତ ରହି ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। କାଉନସେଲିଂ କରିବା ବାହାନାରେ ସେ ନିଜର ଜଣେ ୧୭ ବର୍ଷୀୟ ଛାତ୍ର ସହ ଯୌନ ସମ୍ପର୍କ ରଖିଥିଲେ। ସୂଚନା ଅନୁଯାୟୀ ଆର୍କାନ୍‌ସାସ୍‌ ସ୍ଥିତ ବ୍ରାଏଁଟ ହାଇସ୍କୁଲର ହିଦର୍‌ ହରେ ନାମକ ଜଣେ ଶିକ୍ଷୟିତ୍ରୀ ସାମାଜିକ ଗଣମାଧ୍ୟମ ଇଷ୍ଟାଗ୍ରାମ ଓ ସ୍ନାପ୍‌ଚାଟ୍‌ ମାଧ୍ୟମରେ ଅଶ୍ଲୀଳ ମେସେଜ କରୁଥିବା ଅଭିଯୋଗ କରିଥିଲେ ଜଣେ ନାବାଳକ ଛାତ୍ର।

ଯେତେବେଳେ ଛାତ୍ର ଜଣଙ୍କ ସାମ୍‌ନାକୁ ଆସି ନିଜ ବିରୋଧରେ ହୋଇଥିବା ଦୁର୍ବ୍ୟବହାର ନେଇ ଏତଲା ଦେଇଥିଲେ ସେତେବେଳେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ସହ ଶିକ୍ଷୟିତ୍ରୀ ହରେ ଗିରଫ ହୋଇଥିଲେ। ୨୦୨୧ରୁ ୨୦୨୨ ମଧ୍ୟରେ ହରେ ପ୍ରାୟ ୨୦ରୁ ୩୦ ଥର ତାଙ୍କ ସହ ଯୌନ କାର୍ଯ୍ୟକଳାପରେ ନିୟୋଜିତ ଥିବା ଏହି ଛାତ୍ର ଜଣଙ୍କ ସୂଚନା ଦେଇଛନ୍ତି। ଏହି ସବୁ ଯୌନ କାର୍ଯ୍ୟକଳାପ ହରେ ନିଜ ବାସଭବନ, ନିଜ ଚାରିଚକିଆ ଯାନ ଓ କ୍ନାସ୍‌ରୁମ୍‌ ଆଦିରେ କରିଥିବା ଅଭିଯୋଗ କରିଛନ୍ତି ଉକ୍ତ ନାବାଳକ ଛାତ୍ର। ବିବାହିତା ଥିବା ଏହି ଶିକ୍ଷୟିତ୍ରୀ ଜଣଙ୍କ ପୋଲିସ ସାମ୍‌ନାରେ ନିଜର ଦୋଷ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri