ଉଜ୍ଜ୍ୱଳା ଯୋଜନା ଦିଗହରା

ସମ୍ବଲପୁର,୧୦ା୭(ବ୍ୟୁରୋ): କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନାକୁ ଲୋକାଭିମୁଖି ବୋଲି ପ୍ରଚାର କରୁଥିବାବେଳେ ସମ୍ବଲପୁର ଜିଲାରେ ଏହା ଦିଗହରା ହୋଇପଡିଛି। ୨୦୧୯ ଅକ୍ଟୋବର ମାସରୁ ପ୍ରାୟ ୨ବର୍ଷ ହେଲା ଜିଲାର କୌଣସି ନୂତନ ଉପଭୋକ୍ତାଙ୍କୁ ସଂଯୋଗ ଦିଆଯାଇ ନାହିଁ। ଅନୁରୂପ ଭାବେ ରିଫିଲିଂ ହାର ମଧ୍ୟ ନୈରାଶ୍ୟଜନକ ରହିଛି। ନୂତନ ସଂଯୋଗ ନେବା ପାଇଁ ଆବେଦନ କରି ହଜାରେ ସଂଖ୍ୟାରେ ଲୋକ ଅପେକ୍ଷା କରିଛନ୍ତି। ହେଲେ କେବେ ମିଳିବ ସେ ନେଇ କାହା ପାଖରେ ସୂଚନା ନାହିଁ।
୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯାଜନା (ପିଏମ୍‌ୟୁୱାଇ) ଆରମ୍ଭ ହୋଇଥିଲା। ୨୦୧୭ରେ ପ୍ରଥମ କରି ଜିଲାରେ ଗ୍ରାହକମାନଙ୍କୁ ଗ୍ୟାସ୍‌ ଯୋଗାଇ ଏହି ଯୋଜନାରେ ସାମିଲ କରାଯାଇଥିଲା। ଏଥିପାଇଁ ସହର ଓ ଗ୍ରାମାଞ୍ଚଳରେ ସଭା କରି କେନ୍ଦ୍ର ଓ ରାଜ୍ୟସ୍ତରର ନେତାମାନେ ମହିଳାମାନଙ୍କୁ ଗ୍ୟାସ୍‌ ବଣ୍ଟନ କରିଥିଲେ। ସେ ସମୟରେ ବେଶ ଆଡମ୍ବର ସହକାରେ ପ୍ରଚାର ପ୍ରସାର କରାଯାଇଥିଲା। ରାସ୍ତା କଡରେ ଏବେ ମଧ୍ୟ ବଡବଡ ହୋଡିଂ, ପୋଷ୍ଟର ଲାଗିରହିଛି। ହେଲେ କିଛିଦିନ ପରେ ଅନ୍ୟ ଯୋଜନା ଭଳି ଏହି ଯୋଜନାର ଅସଲ ଚିତ୍ର ପଦାରେ ପଡିଛି। ଜିଲାରେ ୨୦୧୭-୨୦୧୯ ମସିହା ଭିତରେ ବିଭିନ୍ନ କମ୍ପନୀର ପ୍ରାୟ ୩୫ ଡିଲର ଜରିଆରେ ୧ ଲକ୍ଷ ୨ ହଜାର ଗ୍ରାହକଙ୍କୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯାଇଛି। ଅନ୍ୟପଟେ କେତେ ଗ୍ରାହକ ଗ୍ୟାସ୍‌ ନେବା ପରେ ରଫିଲିଂ କରିଛନ୍ତି ସେ ନେଇ ସୂଚନା ଦେବାକୁ କମ୍ପାନୀ ଅଧିକାରୀ ଅନିଚ୍ଛା ପ୍ରକାଶ କରିଥିଲେ। ତେଣୁ ଯୋଜନାରେ ବଡଧରଣର ଘୋଟାଲା ହୋଇଥିବା ଆଲୋଚନା ହେଉଛି। ୨୦୧୮ ସିଏଜି ରିପୋର୍ଟରେ ଏହି ଯୋଜନାରେ ଅନିୟମିତତା ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଅନ୍ୟପଟେ ଯେଉଁମାନେ ସାମିଲ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମଥର ଗ୍ୟାସ୍‌ ନେଇ ଆଉ ରିଫିଲିଂ କରିନାହାନ୍ତି। ଜଣେ ଗ୍ରାହକ ବର୍ଷରେ ୧ରୁ ୨ଟି ଗ୍ୟାସ୍‌ ସିଲିଣ୍ଡର ନେଉଥିବା କମ୍ପାନୀ ପକ୍ଷରୁ ଜଣାପଡିଛି। କମ୍ପାନୀ ରିପୋର୍ଟକୁ ଦେଖିଲେ ହାରାହାରି ୨ ପ୍ରତିଶତ ଉପଭୋକ୍ତା ଗ୍ୟାସ୍‌ ରିଫିଲିଂ କରୁଥିବା ସ୍ପଷ୍ଟ ହେଉଛି। ଅର୍ଥାତ୍‌ ୯୮ ପ୍ରତିଶତ ଉପଭୋକ୍ତା ରିଫିଲିଂ କରୁନାହାନ୍ତି। ଏହାର ପ୍ରମୁଖ କାରଣ ଗ୍ୟାସ୍‌ ଦର ବୃଦ୍ଧି ବୋଲି କୁହାଯାଉଛି। ଅନ୍ୟ କେତେକ କାରଣ ମଧ୍ୟରେ ରହିଛି ଆଦିବାସୀ ଅଞ୍ଚଳରେ ନିକଟ ଜଙ୍ଗଲରୁ କାଠ, କୋଇଲା କମ ମୂଲ୍ୟରେ ମିଳିବା, କେତେକ ଗ୍ରାହକ ବ୍ୟବହାର କରି ନ ଜାଣିବା, ସବ୍‌ସିଡି ଟଙ୍କା ନ ମିଳିବା, ଆର୍ଥତ୍କ ଅନଟନ। ଫଳରେ ଅନେକ ଲୋକଙ୍କ ଗ୍ୟାସ୍‌ ସିଲିଣ୍ଡର ଓ ଚୁଲା ଏବେ ଘର ଥାକରେ କିମ୍ବା ଆଲମିରାରେ ପଡିରହିଛି। ଏହାର ସୁଯୋଗ ନେଇ ଡିଲରମାନେ ଅନିୟମିତତା କରୁଥିବା ଅଭିଯୋଗ ହେଉଛି। ସେମାନେ କେତେଜଣ ଉପଭୋକ୍ତାଙ୍କ କାର୍ଡ ନିଜ ପାଖରେ ରଖି ରିଫିଲିଂ କରି କଳାବଜାରରେ ବିକ୍ରି କରୁଛନ୍ତି। କମ୍ପାନୀ ଅଧିକାରୀ ଏହାର ବିଧିବଦ୍ଧ ତଦନ୍ତ କଲେ ସତ୍ୟାସତ୍ୟ ସାମନାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ସମ୍ପର୍କରେ ଉଜ୍ଜ୍ୱଳା ଯୋଜନା ଜିଲା ନୋଡାଲ ଅଫିସର ଦେବେଶ ବଳ କହିଛନ୍ତି, ୨୦୧୯ ମସିହାରୁ ଏହି ଯୋଜନାରେ ନୂତନ ଉପଭୋକ୍ତା ସାମିଲ କରାଯାଇ ନାହିଁ। ଖୁବ୍‌ଶୀଘ୍ର ପୁଣି ଉପଭୋକ୍ତାଙ୍କୁ ସାମିଲ କରାଯିବ। କୌଣସି ଡିଲରଙ୍କ ନାମରେ ଅନିୟମିତତା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭିନ୍ନ କାରଣରୁ ଦ୍ୱିତୀୟ ଥର ରିଫିଲିଂ କମ୍‌ କରାଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri