ସମଲିଙ୍ଗୀ ସମ୍ପର୍କ ରଖିଲେ ମିଳିବ ମୃତ୍ୟୁଦଣ୍ଡ

କମ୍ପାଲା,୨୯।୫: ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ଉଗାଣ୍ଡାର ରାଷ୍ଟ୍ରପତି ୟୋଭେରି ମୁସେଭେନି ଏଲଜିବିଟିକ୍ୟୁ ବିରୋଧୀ ଆଇନ (Anti-LGBTQ Law) କୁ ମଞ୍ଜୁରୀ ଦେଇଛନ୍ତି। ଏହି ଆଇନ ଅମାନ୍ୟ କଲେ ମୁତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟୁଇଟ ମାଧ୍ୟମରେ ଏହି ଘୋଷଣା କରାଯାଇଛି।

ଉଗାଣ୍ଡାରେ ସମାନ ଲିଙ୍ଗ ସମ୍ପର୍କ ପୂର୍ବରୁ ବେଆଇନ ଥିଲା, କିନ୍ତୁ ନୂତନ ନିୟମ LGBTQ ସମ୍ପ୍ରଦାୟକୁ ଟାର୍ଗେଟ କରିଛି ।
ସମଲିଙ୍ଗୀ ସମ୍ପର୍କ ସମେତ ଏଚ.ଆଇ.ଭି. ପଜିଟିଭ ହେଲେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି।
ଏହି ନିୟମ ଅନୁଯାୟୀ ସମଲିଙ୍ଗୀ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ୨୦ ବର୍ଷ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି।
ସମଲିଙ୍ଗୀ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ଧରାଯାଇ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ପଠାଯାଇପାରେ।
ମାର୍ଚ୍ଚରେ ଉଗାଣ୍ଡାର ସଂସଦରେ ଉପସ୍ଥାପିତ ହୋଇଥିଲା ଆଣ୍ଟି- LGBTQ ଆକ୍ଟ ୨୦୨୩। ଏହାକୁ ବର୍ତ୍ତମାନ ଏକ ଆଇନ କରାଯାଇଛି।
ଏହି ନିୟମ ଅନୁଯାୟୀ, ‘ସମଲିଙ୍ଗୀ ସମ୍ପର୍କ’ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି।
‘ଗମ୍ଭୀର ସମଲିଙ୍ଗୀ ସମ୍ପର୍କ’ ଅର୍ଥ ୧୮ବର୍ଷରୁ କମ ବୟସର ବ୍ୟକ୍ତିଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖିବା କିମ୍ବା ଏଚ.ଆଇ.ଭି ପଜିଟିଭ ସମୟରେ ସମଲିଙ୍ଗୀ ସମ୍ପର୍କ ରଖିବା।
ସମ୍ପ୍ରଦାୟ ସପକ୍ଷରେ କହୁଥିବା କାର୍ଯ୍ୟକର୍ତ୍ତାମାନେ ଏହି କଠୋର ଆଇନକୁ ଆଇନଗତ ଆହ୍ବାନ ବିଷୟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?