ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ) କଟ୍‌-ଅଫ ମାର୍କ ୯୪.୫୦% ରହିଥିବା ବେଳେ ଫିଜିକ୍ସରେ ୯୬.୫୦%, ଜୁଲୋଜିରେ ୯୪.୮୩% ରହିଛି। ସେହିପରି ବାଣିଜ୍ୟରେ ମଧ୍ୟ ରେଭେନ୍‌ଶା ଆଗରେ ରହିଛି। ବାଣିଜ୍ୟରେ କଟ୍‌-ଅଫ ୮୯.୧୭% ରହିଥିବା ବେଳେ ସେଲ୍ଫ ଫାଇନାନ୍ସିଂ ଷ୍ଟ୍ରିମ୍‌ରେ ବିଜେବି ଆଗରେ ରହିଛି। ବିଜେବିରେ କମ୍ପ୍ୟୁଟର ସାଇନ୍ସ କଟ୍‌-ଅଫ ମାର୍କ ୯୨% ରହିଛି।

ସେହିପରି MS ଆଇନ୍‌ ବିଶ୍ବବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ B.A.LLB କଟ୍‌ ଅଫ ମାର୍କ ୮୯.୪୦% ରହିଛି। ଶାସ୍ତ୍ରୀ ଷ୍ଟ୍ରିମ୍‌ରେ ଗଡ଼ବିଷ୍ଣୁପୁର ସଂସ୍କୃତ ଡିଗ୍ରୀ କଲେଜରେ କଟ୍‌-ଅଫ ମାର୍କ ୬୭.୫୭% ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share