Posted inଜାତୀୟ

ଉଦ୍ଧବ ମୋ ସାନ ଭାଇ ଭଳି: ମହାରାଷ୍ଟ୍ର ଭାଜପା ପ୍ରମୁଖ…

ମୁମ୍ବାଇ,୧୦।୬ : ମହାରାଷ୍ଟ୍ର ଭାଜପା ପୁଣି ଥରେ ବିରୋଧୀଙ୍କୁ ଟାର୍ଗେଟ କରିଛି। ଭାଜପା ରାଜ୍ୟ ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ ଶନିବାର ଶିବସେନା (ଉଦ୍ଧବ ଦଳ) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି କହିଛନ୍ତି ବର୍ତ୍ତମାନ ସେ ଏପରି ସ୍ଥିତିରେ ଅଛନ୍ତି କଂଗ୍ରେସ ଏବଂ ଏନସିପି ତାଙ୍କୁ କେବଳ ଦୁଇଟି ଲୋକସଭା ଆସନ ପ୍ରଦାନ କଲେ ମଧ୍ୟ ତାଙ୍କୁ ଗ୍ରହଣ କରିବାକୁ ପଡ଼ିବ।
ମହାରାଷ୍ଟ୍ର ଭାଜପା ସଭାପତି ବାୱାନକୁଲେ ନାଗପୁର ଗସ୍ତରେ ଥିଲେ। ଏଠାରେ ଖବରଦାତାମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଶିବସେନାର ଗଡ କୁହାଯାଉଥିବା ରାମଟେକ ଉପରେ କଂଗ୍ରେସ ହାତ ରଖିସାରିଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପୂର୍ବରୁ ରାମଟେକ ଅଞ୍ଚଳର ନେତୃତ୍ୱ ନେଇ ସାରିଛନ୍ତି।

ଉଦ୍ଧବଙ୍କ ସମ୍ମୁଖରେ କଂଗ୍ରେସ ଏବଂ ଏନସିପି ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ତାଙ୍କୁ ଦୁଇଟି ସିଟ ପାଇଲେ ବି ଗ୍ରହଣ କରିବାକୁ ପଡିବ। ଯେତେବେଳେ ସେହି ଶିବସେନା ଭାଜପା ସହିତ ଥିଲା, ଆମେ ଉଦ୍ଧବଙ୍କୁ ଆମର ସାନ ଭାଇ ବୋଲି ଭାବୁଥିଲୁ। ଭାଜପା ସବୁବେଳେ ଉଦ୍ଧବ ଯେତିକି ଚାହୁଁଥ୍‌ତ୍ଲେ ସେତେ ସଂଖକ୍ୟ ଆସନ ଦେଉଥିଲେ।
ବରିଷ୍ଠ ମହାରାଷ୍ଟ୍ର କଂଗ୍ରେସ ନେତା ବାଲାସାହେବ ଥୋରାଟ କହିଥିଲେ ଯଦି ମହାବିକାଶ ଆଘାଡି ସହ ଦଳ ଏକାଠି ନିର୍ବାଚନ ଲଢ଼ନ୍ତି, ତେବେ ଆମେ ରାଜ୍ୟର ୪୮ ଟି ଲୋକସଭା ସିଟ ମଧ୍ୟରୁ ୪୦ ଟି ଜିତିକୁ। କଂଗ୍ରେସ ପୂର୍ବରୁ ଯେଉଁ ଆସନଗୁଡିକ ପ୍ରତିଦ୍ୱନ୍ଦ୍ୱିତା କରି ନ ଥିଲା କିନ୍ତୁ ଯେଉଁଠାରେ ଏହାର ଦୃଢ଼ ଆଧାର ଅଛି, ଏମଭିଏରେ ସିଟ ବାଣ୍ଟିବା ଚୁକ୍ତିର ଅଂଶ ଭାବରେ ଦଳକୁ ଦିଆଯିବା ଉଚିତ। ଏବେ ଏହାକୁ ନେଇ ଭାଜପା ପକ୍ଷରୁ ଏଭଳି ମନ୍ତବ୍ୟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

‘ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କରାଯାଉ’, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ସୁନିତ୍‌ ମିଶ୍ର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ‘ଇନ୍‌ଣ୍ଟାନଜିବୁଲ କଲ୍‌ଚର ହେରିଟେଜ ଅଫ୍‌ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଓଡ଼ିଶା ସରକାରଙ୍କ…

‘ଇରାନ ଶାନ୍ତି ବାର୍ତ୍ତା ପାଇଁ ଭିକ ମାଗୁଛି’, ଜାଣନ୍ତୁ କିଏ କହିଲେ ଏମିତି

ତେହରାନ,୪।୮: ସମ୍ଭାବ୍ୟ ଯୁଦ୍ଧ ସମ୍ପର୍କରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତେହରାନ ସହିତ ଆଲୋଚନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି।…

ଭାରତକୁ ଖୁବ୍‌ ପ୍ରଶଂସା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ମୋଦିଙ୍କୁ ନେଇ କହିଲେ ବଡ଼ କଥା

ଜେରୁଜେଲମ/ନୂଆଦିଲ୍ଲୀ,୪।୮: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ବିଶ୍ୱ ରାଜନୈତିକ ଗତିଶୀଳତା ପରିବର୍ତ୍ତନ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତ ସହିତ ତାଙ୍କ ଦେଶର ସମ୍ପର୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri