Posted inଜାତୀୟ

ରୋଜା ଭାଙ୍ଗି କରୋନା ରୋଗୀଙ୍କ ଜୀବନ ବଞ୍ଚାଇଲେ ଏହି ଯୁବକ

ଉଦୟପୁର,୧୮।୪: କୁହାଯାଏ, ମାନବିକତାଠାରୁ ବଡ଼ ଧର୍ମ ନାହିଁ। ଉଦୟପୁରର ଜଣେ ଯୁବକ ଏହା ପ୍ରମାଣ କରିଛନ୍ତି। ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦୁଇ ମହିଳା କରୋନା ରୋଗୀଙ୍କୁ ଏ-ପଜିଟିଭ ଗ୍ରୁପର ପ୍ଲାଜ୍‌ମା ଆବଶ୍ୟକ ଥିଲା। ପରିବାର ସଦସ୍ୟ ଏଥିପାଇଁ ରକ୍ତ ଦାନ କରୁଥିବା ସାମାଜିକ ସଂଗଠନ ସହ କଥା ହୋଇଥିଲେ। ତତ୍‌କ୍ଷଣାତ ସଂଗଠନ ୧୭ ଥର ରକ୍ତ ଦାନ କରିଥିବା ଅକିଲ ମାନସୁରୀଙ୍କ ସହ କଥା ହେଲା, ସେ ତୁରନ୍ତ ରାଜି ହୋଇଗଲେ। ରମଜାନ ମାସରେ ଅକିଲ ମାନସୁରୀ ଉପବାସ ଭାଙ୍ଗି କରୋନା ସଂକ୍ରମିତ ରୋଗୀଙ୍କ ଜୀବନ ରକ୍ଷା କରିବା ପାଇଁ ପ୍ଲାଜମା ଦାନ କରିଥିଲେ।
ଏନେଇ ଅକିଲ ମାନସୁରୀ କହିଛନ୍ତି ଯେ ମାନବିକତା ହେଉଛି ସବୁଠାରୁ ବଡ ଧର୍ମ। ଏହା ହେଉଛି ଆଲ୍ଲାଙ୍କର ଉପାସନା। ସେ କହିଛନ୍ତି ଯେ, ମହିଳା ରୋଗୀମାନେ ଅକ୍ସିଜାନ ଲାଗି ଚିକିତ୍ସିତ ହେଉଥିଲେ। ସେମାନଙ୍କର ପ୍ଲାଜମା ଆବଶ୍ୟକତା ବିଷୟରେ ଜାଣିବା ମାତ୍ରେ ଅକିଲ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତରମାନେ ଅକିଲଙ୍କ ପରୀକ୍ଷା କରି କହିଥିଲେ ଯେ ସେ ଭୋକିଲା ପେଟରେ ପ୍ଲାଜମା ଦାନ କରାଯାଇପାରିବ ନାହିଁ। ଏହା ଉପରେ ମାନବିକତାର ଧର୍ମ ବଜାଇ ସେ ହସ୍ପିଟାଲରେ ନିଜର ରୋଜା ଭାଙ୍ଗି ପ୍ଲାଜମା ଦାନ କରିଥିଲେ। ଅକିଲ ମାନସୁରୀଙ୍କ ଉପବାସ ଭାଙ୍ଗିବା ଏବଂ ପ୍ଲାଜମା ଦାନ କରିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅକିଲଙ୍କ ଏହି କାର୍ଯ୍ୟକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଇଛି।
ଅକିଲ ମାନସୁରୀ କହିଛନ୍ତି ଯେ, ସେ ଉଦୟପୁରର ଅଭାବୀ ଲୋକମାନଙ୍କ ପାଇଁ ରକ୍ତ ବିତରଣ ସଂଗଠନ ‘ରକ୍ତ ଯୁବ ସଂଗଠନ’ ସହ ଜଡିତ। ଏହା ପୂର୍ବରୁ ସେ ୧୭ ଥର ରକ୍ତ ଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri