Posted inଖେଳ

ସେମିଫାଇନାଲରେ ଭାରତ; ଫେବୃୟାରୀ ୨ରେ ଅଷ୍ଟ୍ରେଲିଆକୁ ଭେଟିବ

ଆଣ୍ଟିଗୁଆ, ୩୦।୧- ଭାରତ ଚଳିତ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଭାରତ ୫ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି। ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ବାଂଲାଦେଶ ୩୭.୧ ଓଭରରେ ୧୧୧ ରନକରି ଅଲ୍‌ଆଉଟ ହୋଇଥିଲା। ଭାରତ ୩୦.୫ ଓଭରରେ ୫ ଉଇକେଟ ହରାଇ ୧୧୭ ରନ ସଂଗ୍ରହ କରି ନେଇଥିଲା। ୧୧୨ ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ କରିଥିବା ଭାରତ ବିନା ସ୍କୋରରେ ଓପନର ହର୍ନୁର ସିଂଙ୍କ ଉଇକେଟ ହରାଇ ବିପଦରେ ପଡ଼ିଥିଲା। ମାତ୍ର ଅଙ୍ଗକ୍ରିଶ୍‌ ରଘୁବଂଶୀଙ୍କ ଧୈର୍ଯ୍ୟପୂର୍ଣ୍ଣ ୪୪, ସେକ୍‌ ରଶିଦଙ୍କ ୨୬ ଓ ଅଧିନାୟକ ୟାଶ୍‌ ଧୁଲ୍‌ଙ୍କ ୨୦* ରନ ବଳରେ ବିଜୟ ଲକ୍ଷ୍ୟରେ ପହଞ୍ଚତ୍ ଯାଇଥିଲା। କୌଶଲ ଟେମ୍ବା (୧୧* ରନ) ଛକା ମାରି ଭାରତୀୟ ଇନିଂସର ପରିସମାପ୍ତି ଘଟାଇଥିଲେ। ବାଂଲାଦେଶ ପକ୍ଷରୁ ରିପନ ମଣ୍ଡଲ ୪ ଟି ଉଇକେଟ ନେଇଥିଲେ। ଭାରତ ଫେବୃୟାରୀ ୨ରେ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ। ୧ ତାରିଖରେ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ।

ଟସ୍‌ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ବୋଲରମାନେ ମଧ୍ୟ ଚମତ୍କାର ବୋଲିଂ କରିଥିଲେ। ଫଳରେ ବାଂଲାଦେଶ ଏକଦା ୫୬ ରନ ମଧ୍ୟରେ ୭ଟି ଉଇକେଟ ହରାଇଥିଲା। ୮ ନମ୍ବର ବ୍ୟାଟର ଏସ.ଏମ୍‌. ମେହେରବ ୪୮ ବଲ୍‌ରୁ ୩୦ (୬ ଚୌକା) ରନ କରିବାସହ ଅଷ୍ଟମ ଉଇକେଟରେ ଆସିକୁର ଜମନଙ୍କ ସହ ୫୦ ରନ ଭାଗୀଦାରି ଗଢ଼ିବାରୁ ବାଂଲାଦେଶ ସ୍କୋର ୧୦୦ ଅତିକ୍ରମ କରିଥିଲା। ଦଳ ପକ୍ଷରୁ ଇଚ୍‌ ମୋଲା ଦ୍ୱିତୀୟ ସର୍ବାଧିକ ୧୭ ରନ କରିଥିଲେ। ଭାରତର ରବିକୁମାର ୩ଟି, ଭିକି ଓସ୍ବାଲ ୨ଟି ଏବଂ ରାଜବର୍ଦ୍ଧନ ହାଙ୍ଗରଗେକର, କୌଶଲ ଟାମ୍ବେ ଓ ଅଙ୍ଗକ୍ରିଶ୍‌ ରଘୁବଂଶୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ୩୭.୧ ଓଭରରେ ୧୧୧/ଅଲ୍‌ଆଉଟ (ମେହରବ-୩୦, ରବି କୁମାର-୩/୧୪, ଭିକି ଓସ୍ବାଲ-୨/୨୫)। ଭାରତ ୩୦.୫ ଓଭରରେ ୧୧୭/୫ (ରଘୁବଂଶୀ-୪୪, ରଶିଦ-୨୬, ଧୁଲ-୨୦*, ମଣ୍ଡଳ-୪/୩୧)।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri