ସାମୁଦ୍ରିକ ଝଡ଼ ‘ଗୋନି’ର ତାଣ୍ଡବ: ମାନିଲା ବିମାନ ବନ୍ଦର ୨୪ ଘଣ୍ଟା ପାଇଁ ବନ୍ଦ

ମାନିଲା,୧।୧୧: ଫିଲିପାଇନ୍ସ୍‌ର ପୂର୍ବ ଅଞ୍ଚଳରେ ସାମୁଦ୍ରିକ ଝଡ଼ ‘ଗୋନି’ର ତାଣ୍ଡବ ଆରମ୍ଭ ହୋଇଛି। ରବିବାର ଭୋର୍‌ ସମୟରେ ଏହା କାଟାଣ୍ଡୁଆନାସ୍‌ ଦ୍ୱୀପରେ ମାଡ଼ ହୋଇଛି। ସ୍ଥଳଭାଗରେ ମାଡ଼ ସମୟରେ ଏହାର ଘଣ୍ଟାପ୍ରତି ବେଗ ୨୨୫ କିଲୋମିଟର ଥିବା କୁହାଯାଉଛି। ଏବେ ଏହାର ପ୍ରଭାବରେ ପ୍ରଭାବିତ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୨୮୦ କିଲୋମିଟରକୁ ବୃଦ୍ଧି ପାଇଛି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉପକୂଳ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ‘ଗୋନି’ ତାଣ୍ଡବ ୨୦୧୩ରେ ହୋଇଥିବା ସାମୁଦ୍ରିକ ଝଡ଼ ‘ହେୟାନା’କୁ ମନେ ପକାଇ ଦେଇଛି। ଉଦ୍ଧାରକାରୀ ଦଳଗୁଡ଼ିକ ପକ୍ଷରୁ ଝଡ଼ ପରବର୍ତ୍ତୀ ସଙ୍କଟର ମୁକାବିଲା ଲାଗି ସଜାଗ ରହିଛନ୍ତି। ରାସ୍ତାରେ ଭାଙ୍ଗି ପଡ଼ିଥିବା ଗଛ ହଟାଇବା ସହିତ ପ୍ରଭାବିତ ଲୋକଙ୍କ ପାଖରେ ଶୀଘ୍ର ରିଲିଫ୍‌ ସାମଗ୍ରୀ ପହଞ୍ଚାଇବା ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ମାନିଲା ବିମାନ ବନ୍ଦରକୁ ୨୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି। ଏହି ସମୟରେ କୌଣସି ବିମାନ ଉଡ଼ାଣ କରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବଜେଟ କମାଇଛନ୍ତି ୬୫% ଦେଶ

ନୂଆଦିଲ୍ଲୀ, ୧।୩: କରୋନା ମହାମାରୀ ପରେ ୬୫ ପ୍ରତିଶତ ନିମ୍ନ ଏବଂ ନିମ୍ନ-ମଧ୍ୟମ ଆୟକାରୀ ଦେଶ ସେମାନଙ୍କ ଶିକ୍ଷା ବଜେଟ ହ୍ରାସ କରିଛନ୍ତି। କେବଳ କମ୍‌...

ବନ୍ଦ ହେଲା ଅମୃତସର-ଲାହୋର ବସ୍‌ ସେବା

ନୂଆଦିଲ୍ଲୀ/ଇସଲାମାବାଦ,୧୦।୮: ବିଚଳିତ ପାକିସ୍ତାନ ଏବେ ଭାରତକୁ ନେଇ ଆଉ ଏକ ବଡ ନିଷ୍ପତ୍ତି ନେଇଛି। ପ୍ରଥମେ କୁଟନୈତିକ ସମ୍ପର୍କ, ପରେ ଟ୍ରେନ୍‌ ସେବା ବନ୍ଦ କରିଥିବା...

ପାଶ୍ଚାତ୍ୟରେ ‘ଅଣୁ ଅସ୍ତ୍ର’ ଛନକା

ମସ୍କୋ/କିଭ୍‌,୭ା୧୧: ୟୁକ୍ରେନ୍‌ ଉପରେ ଆକ୍ରମଣ କରି ହରଡ଼ଘଣାରେ ପଡ଼ିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିକଟରେ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ଇମାନ୍ବେଲ ମାକ୍‌ରଁଙ୍କ ସହ କଥା...

ପାକିସ୍ତାନ ସଙ୍କଟରେ ରୁଷିଆର ଏଣ୍ଟ୍ରି, ଇମ୍ରାନ୍‌ଙ୍କ ମସ୍କୋ ଯାତ୍ରା ପାଇଁ ଦଣ୍ଡ ଦେଉଛି ଆମେରିକା !…

ଇସଲାମାବାଦ୍‌, ୫।୪ : ପାକିସ୍ତାନରେ ରାଜନୈତିକ ସଙ୍କଟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ପାକିସ୍ତାନ ବିଶେଷଜ୍ଞମାନେ ମଧ୍ୟ ଏନେଇ ବହୁ ଚିନ୍ତିତ। ଆଗାମୀ କିଛି ଦିନ...

ଭାରତ ପାଇଁ ଆମ ଦ୍ୱାର ଖୋଲା: ଆମେରିକା

ଓ୍ବାଶିଂଟନ,୨୯ା୪: ଆମେରିକା କହିଛି ୫୫ରୁ ଅଧିକ ଦେଶ ଇଣ୍ଟରନେଟର ଭବିଷ୍ୟତ ବିଷୟରେ ଏକ ଘୋଷଣାପତ୍ର ଜାରି କରିଛନ୍ତି। ଭାରତ ଭଳି ଦେଶ ପାଇଁ ଏହାର ଦ୍ୱାର...

ରୁଷିଆ ଛାଡ଼ିଲେ ଏଲେନା ମିଲାଶିନା

ମସ୍କୋ,୫ା୨: ପୁରସ୍କାର ବିଜୟିନୀ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟ ଏଲେନା ମିଲାଶିନା ଚେଚନ୍ୟାରୁ ହତ୍ୟା ଧମକ ପାଇବା ପରେ ଶୁକ୍ରବାର ସାମୟିକ ଭାବେ ରୁଷିଆ ଛାଡ଼ିଛନ୍ତି। ଚେଚନ୍ୟାରେ ମାନବାଧିକାର...

ହୋଟେଲରେ ସୋସିଆଲ ଡିଷ୍ଟାନସିଂର ଭିନ୍ନ ଚିତ୍ର

ଓ୍ବାଶିଂଟନ,୧୫।୫: କରୋନା ଭାଇରସ ସଂକ୍ରମଣକୁ ନେଇ ବିଶ୍ୱର ଅଧିକାଂଶ ଦେଶରେ ଏବେ ଲକ୍‌ଡାଉନ ଜାରି ରହିଛି। ଆମେରିକାରେ ସ୍ଥିତି ଅସମ୍ଭାଳ ହୋଇପଡିଥିବା ବେଳେ ଏବେ ଏହି...

ଦାୟିତ୍ୱରୁ ମୁହଁ ଫେରାଇ ହେବନାହିଁ

କାବୁଲ,୨୪।୯:ଆଫଗାନିସ୍ତାନର ଅଶ୍ରଫ ଗନି ସରକାର ଅମଳରେ କାବୁଲ ମେୟର ଥିବା ଦାଉଦ ସୁଲତାନଜୋୟ ତାଲିବାନ୍‌ ଶାସନରେ ବି ରାଜଧାନୀକୁ ଚଳାଉଛନ୍ତି। ଏବେ ସେ ତାଲିବାନ୍‌ ନିଯୁକ୍ତ...

Advertisement
Archives

Model This Week