୨ ବର୍ଷ ବିତିଲା, ଚାଲିପାରିଲାନି ପାସେଞ୍ଜର ଟ୍ରେନ୍‌

ଚଣ୍ଡିଖୋଲ,୧୬ା୭(ଡି.ଏନ୍‌.ଏ.): ବହୁ ଆଶା ଭରସା ନେଇ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଲଳିତଗିରି, ରନତ୍ଗିରି, ଉଦୟଗିରି, ଓଳାଶୁଣୀ ଓ ଜାତୀୟ ଉଦ୍ୟାନ ଭିତରକନିକାକୁ ବାହାର ରାଜ୍ୟର ପର୍ଯ୍ୟଟକ ଆସିବେ ବୋଲି ସେତେବେଳେ ଘୋଷଣା କରାଯାଇଥିଲା। ତେବେ ଏହାମଧ୍ୟରେ ୨ ବର୍ଷ ହେବ ଏହି ରେଳପଥରେ ମାଲବାହୀ ଟ୍ରେନ୍‌ ଚଳାଚଳ କରୁଥିଲେ ମଧ୍ୟ ଅଦ୍ୟାବଧି ପାସେଞ୍ଜର ଟ୍ରେନ୍‌ ଚାଲିପାରିଲା ନାହିଁ। ୨୦୨୦ ଜୁଲାଇ ୩୦ରେ ଏହି ରେଳପଥରେ ପ୍ରଥମ କରି ମାଲବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲା। ଏହାପରେ ପାସେଞ୍ଜର ଟ୍ରେନ୍‌ ପ୍ରଥମେ ଚଳାଇବାକୁ ଦାବି କରି ଲୋକେ ରେଳରୋକୋ ଆନ୍ଦୋଳନ ଆରମ୍ଭ କରିଥିଲେ। ଫଳରେ ୭ଦିନ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା। ପରେ ପୂର୍ବତଟ ରେଳପଥ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ, କରୋନା କଟକଣା ହଟିବା ପରେ ଏହି ରେଳପଥରେ ପାସେଞ୍ଜର ଟ୍ରେନ୍‌ ଚାଲିବ। ଏହାମଧ୍ୟରେ ପ୍ରତିଶ୍ରୁତିକୁ ୨ ବର୍ଷ ଅତିକ୍ରମ ହୋଇଗଲାଣି। କିନ୍ତୁ ପାସେଞ୍ଜର ଟ୍ରେନ୍‌ ଚାଲିପାରିନାହିଁ। କେବେ ଚାଲିବ ତାହା ମଧ୍ୟ ଠିକ୍‌ରେ କେହି କହି ପାରୁନାହାନ୍ତି। ୨୦୨୧ରେ କେନ୍ଦ୍ର ସରକାର ରେଳ ବଜେଟ୍‌ରେ ୧୦୦ କୋଟି ଟଙ୍କା ଏହି ରେଳପଥର ଉନ୍ନତି ପାଇଁ ପ୍ରଦାନ କରିଥିଲେ। ଶୀଘ୍ର ୮୨ କିଲୋମିଟର ଅତିକ୍ରମ କରିଥିବା ଏହି ରେଳପଥରେ ବିଭିନ୍ନ ସ୍ଥାନରେ ହୋଇଥିବା ରେଳ ଷ୍ଟେଶନ୍‌ଗୁଡ଼ିକର ଉନ୍ନତୀକରଣ କରାଗଲାପରେ ପାସେଞ୍ଜର ଟ୍ରେନ୍‌ ଚାଲିବ ବୋଲି ସେତେବେଳେ ପୂର୍ବତଟ ରେଳପଥ ଓ ରେଳ ବିକାଶ ନିଗମ ଲିମିଟେଡ୍‌ ତରଫରୁ କୁହାଯାଇଥିଲା।
ସୂଚନା ଥାଉକି, ଭାରତର ପ୍ରଥମ ଫାଟକ ବିହୀନ ରେଳପଥ ଭାବେ ପରିଗଣିତ ହରିଦାସପୁର-ପାରାଦୀପ ରେଳପଥ ୧୯୯୭ରେ କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇ ଜମି ଅଧିଗ୍ରହଣ କାମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟ ୨୦୦୭ରେ ଶେଷ ହେବାର ଥିବାବେଳେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ବିଳମ୍ବ ହୋଇଥିଲା। ୨୦୨୦ ଜୁନ୍‌ରେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ପ୍ରଥମ କରି ମାଲବାହୀ ଟ୍ରେନ୍‌ ଚାଲିଲା। ଏହି ରେଳପଥ ପିପିପି ମୋଡ୍‌ରେ ହୋଇଛି, ଯାହାକି ବହୁ ବଡ଼ବଡ଼ କମ୍ପାନୀ ରେଳପଥ ନିର୍ମାଣରେ ଅର୍ଥ ଲଗାଣ କରିଛନ୍ତି। ଉକ୍ତ ରେଳପଥ ମଧ୍ୟରେ ୯ଟି ଷ୍ଟେଶନ୍‌ ନିର୍ମାଣ କରାଯାଇଛି। ପୂର୍ବରୁ ହରିଦାସପୁର ଷ୍ଟେଶନ ଥିଲାବେଳେ ନୂତନ କରି ଚଣ୍ଡିଖୋଲ, ରନତ୍ଗିରି ରୋଡ୍‌, ଲଳିତଗିରିରୋଡ୍‌, ବାଜିପଡ଼ା, କେନ୍ଦ୍ରାପଡ଼ା, ମାର୍ଶାଘାଇ ରୋଡ଼, କଳାଗଡ଼, ନୂଆଗାଁ ଓ ସିଜୁ ଷ୍ଟେଶନ୍‌ ନିର୍ମାଣ କରାଯାଇଛି। ରେଳ ବିକାଶ ନିଗମ ଲିମିଟେଡ୍‌ ଏହି ଷ୍ଟେଶନ୍‌ଗୁଡ଼ିକର ଉନ୍ନତୀକରଣ କାର୍ଯ୍ୟ ହାତକୁ ନେଇଛି। ତେବେ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ହେତୁ ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ତୁରନ୍ତ ପାସେଞ୍ଜର ଟ୍ରେନ୍‌ ନ ଚାଲିଲେ ଆଞ୍ଚଳିକ ବିକାଶ ପରିଷଦ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏ ସମ୍ପର୍କରେ ପୂର୍ବତଟ ରେଳପଥର ଲୋକସମ୍ପର୍କ ଅଧିକାରୀ ନିରାକାର ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ଉକ୍ତ ରେଳପଥରେ ଷ୍ଟେଶନଗୁଡ଼ିକର ଆଧୁନିକୀକରଣ କାର୍ଯ୍ୟ ଅଦ୍ୟାବଧି ସରିନାହିଁ। ମାଲବାହୀ ଟ୍ରେନ୍‌ରେ ଯିବାରେ ବିଶେଷ ଅସୁବିଧା ନାହିଁ। ମାତ୍ର ପାସେଞ୍ଜର ଟ୍ରେନ୍‌ ଯିବାକୁ ହେଲେ ସିଗନାଲ ପଏଣ୍ଟଠୁ ଆରମ୍ଭ କରି ଯାତ୍ରୀଙ୍କ ସମସ୍ତ ପ୍ରକାର ସୁବିଧା ଆବଶ୍ୟକ ଅଛି। ତେଣୁ କାର୍ଯ୍ୟ ଶେଷ ହେଲାପରେ ପାସେଞ୍ଜର ଟ୍ରେନ୍‌ ଚାଲିବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri