୨ ବର୍ଷ ପରେ ଏଥର ରଥଯାତ୍ରାରେ ସାମିଲ ହେବେ ଭକ୍ତ

ପୁରୀ ଅଫିସ,୫ା୫: ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଏନେଇ ପ୍ରଶାସନ ପକ୍ଷରୁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକ ପରେ ପୁରୀ ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ୨ ବର୍ଷ ପରେ ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରାରେ ଭକ୍ତମାନେ ସାମିଲ ହେବେ। କରୋନା ମହାମାରୀ ଯୋଗୁ ଭକ୍ତମାନେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇ ପାରୁ ନ ଥିଲେ। ତେବେ ଚଳିତବର୍ଷ ଭକ୍ତଙ୍କୁ ନେଇ ଅନୁଷ୍ଠିତ ହେବ ଘୋଷଯାତ୍ରା। ଏନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ କହିଛନ୍ତି। କରୋନା ପରିସ୍ଥିତି ଗମ୍ଭୀର ହେଲେ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ। ସେଥିପାଇଁ ସମସ୍ତ ବିଭାଗ ନିଜ ଆକ୍ସନ ପ୍ଲାନ ପ୍ରଦାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ୪/୫ ଦିନ ପରେ ପୁଣି ବୈଠକ ବସିପାରେ। କରୋନା ମହାମାରୀ ପାଇଁ ୨ ବର୍ଷ ହେଲା ଭକ୍ତମାନେ ରଥଯାତ୍ରାରେ ସାମିଲ ହୋଇପାରୁ ନ ଥିଲେ। କେବଳ ସେବାୟତମାନେ ରଥ ଟାଣୁଥିଲେ। ଚଳିତବର୍ଷ ଭକ୍ତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆକଳନ କରାଯାଇଛି। ସେଥିପାଇଁ ଭକ୍ତମାନେ କିପରି ସୁରୁଖୁରୁରେ ରଥଯାତ୍ରାରେ ସାମିଲ ହେବେ ସେନେଇ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯିବ।