ସରପଞ୍ଚ ପାଇଁ ଲଢୁଛନ୍ତି ଦୁଇ ସଉତୁଣୀ

କେନ୍ଦ୍ରାପଡ଼ା ଅଫିସ,୨୫।୧: କେନ୍ଦ୍ରାପଡ଼ା ବ୍ଲକ ଧୂମାତ ପଞ୍ଚାୟତରେ ଦୁଇ ସଉତୁଣୀ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ପଞ୍ଚାୟତର ଅକ୍ଷୟ ମଲ୍ଲିକଙ୍କ ପ୍ରଥମ ସ୍ତ୍ରୀ ସସ୍ମିତା ସରପଞ୍ଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତେବେ ଅକ୍ଷୟଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ମଧ୍ୟ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସୂଚନା ଅନୁଯାୟୀ, ସସ୍ମିତାଙ୍କ ବିବାହ ପରେ ପାରିବାରିକ ବିବାଦ ଯୋଗୁ ପ୍ରାୟ ୩ ବର୍ଷ ହେଲା ସ୍ବାମୀ ଅକ୍ଷୟଙ୍କୁ ଛାଡପତ୍ର ଦେଇ ବାପଘରେ ରହୁଛନ୍ତି। ଏଥିସହିତ ସେ ସ୍ଥାନୀୟ ଅଞ୍ଚଳରେ ଆଶାକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ଅପରପକ୍ଷରେ କମଳା ସ୍ବାମୀଙ୍କ ପ୍ରେରଣାରେ ଚଳିତ ନିର୍ବାଚନ ମଇଦାନକୁ ଆସିଛନ୍ତି।