ଦୁଇ ପ୍ରକାର ଯୁଦ୍ଧ

ପୃଥିବୀରେ ଯଦି ସବୁଠାରୁ ବଡ଼ ସମସ୍ୟା ବିଷୟରେ ଆଲୋଚନା କରାଯିବ, ତାହା ହେଲେ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ସାମ୍ନାକୁ ଆସୁଛି। ସଦ୍ୟ ଦେଖାଦେଇଥିବା କେରଳର ଓ୍ବାୟନାଡ ବିପତ୍ତିଠାରୁ ଆରମ୍ଭ କରି ଦିଲ୍ଲୀ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ରାଜସ୍ଥାନ ଏବଂ ବିହାରରେ ବର୍ଷା ବିତ୍ପାତ ଅସଂଖ୍ୟ ଲୋକଙ୍କ ଜୀବନ ନେଇଥିବା ବେଳେ ପ୍ରବଳମାତ୍ରାରେ ଧନସମ୍ପତ୍ତି ନଷ୍ଟ କରିଦେଇଛି। ତେବେ ଓ୍ବାୟନାଡ ପ୍ରାକୃତିକ ବିପର୍ଯ୍ୟୟରେ ୩୬୧ ଜଣଙ୍କ ମୃତ୍ୟୁ ସହ ଅନେକେ ନିଖୋଜ ହେବା ଏବେ ସମଗ୍ର ଦେଶରେ ପ୍ରମୁଖ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଏଇ କିଛି ବର୍ଷ ହେବ କେରଳରେ ଭୂସ୍ଖଳନ ବାରମ୍ବାର ଘଟିଚାଲୁଛି। ବିଶେଷଜ୍ଞଙ୍କ ମତରେ ଜଳବାୟୁ ପରବର୍ତ୍ତନ ଯୋଗୁ ପ୍ରବଳ ବର୍ଷା ହେଉଛି ଓ ପାର୍ବତ୍ୟାଞ୍ଚଳ ଭୂମିକୁ ବିନା ଚିନ୍ତାରେ ବ୍ୟବହାର କରାଯାଉଥିବାରୁ ଏଭଳି ସଙ୍କଟ ଉପୁଜିଛି। ପ୍ରବଳ ମାତ୍ରାରେ ଗଛକଟା, ବେଆଇନ ରାଜପଥ ଓ କୋଠା ନିର୍ମାଣ, ପର୍ଯ୍ୟାପ୍ତ ପଥର ଖନନ ଓ ଅନିୟନ୍ତ୍ରିତ ପର୍ଯ୍ୟଟନ ଜଙ୍ଗଲ ଅଞ୍ଚଳକୁ ସଙ୍କୁଚିତ କରିବାରେ ଲାଗିଛି। ସ୍ଥିତି ଏମିତି ହୋଇଛି ଯେ, ଭୂସ୍ଖଳନ ଯୋଗୁ କେତେକ ଜଳଉତ୍ସର ଗତିପଥ ପରିବର୍ତ୍ତନ ଘଟି ଜନବସତିକୁ ମାଡ଼ି ଆସିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିକାଶ ନାମରେ ଯେଉଁସବୁ ପଦକ୍ଷେପ ନିଆଯାଉଛି, ତାହା ଫଳରେ ପଶ୍ଚିମଘାଟ ପର୍ବତମାଳାରେ ପରିବେଶୀୟ ଓ ଭୂତାତ୍ତ୍ୱିକ ସ୍ତର ଭାଙ୍ଗି ଯାଉଛି। ଅର୍ଥନୈତିକ ଅଭିବୃଦ୍ଧି ଓ ରାଜସ୍ବ ସଂଗ୍ରହର ନିଶା ଆଜି ପରିବେଶ ପ୍ରତି ବିପଦ ଆଣିଦେଇଛି।

ଏବେ ବିକଶିତ ଭାରତ କଥା ବାରମ୍ବାର କୁହାଯାଉଛି। ଏକ ଦେଶ ପାଇଁ ‘ବିକାଶ’ ନିତାନ୍ତ ଜରୁରୀ। କିନ୍ତୁ ପ୍ରକୃତି ଓ ପରିବେଶକୁ ହେୟଜ୍ଞାନ କରି ଯେଉଁ ତଥାକଥିତ ବିକାଶ କଥା କୁହାଯାଉଛି, ତାହା ଭବିଷ୍ୟତ ପାଇଁ ମାରାତ୍ମକ ସ୍ଥିତି ସୃଷ୍ଟି କରୁଛି। କେରଳର ଓ୍ବାୟନାଡ ଗୋଟେ ବଡ଼ ଶିକ୍ଷା ଦେଇଗଲା। ଦୁଇ ମାସ ତଳକୁ ଗଲେ ଆମେରିକା ଭଳି ଥଣ୍ଡା ଦେଶରେ ଜୁନ୍‌ ମଧ୍ୟଭାଗରେ ଅତ୍ୟଧିକ ଗରମ ଅନୁଭୂତ ହେବାରୁ ୭ କୋଟି ଲୋକ ଡହଳବିକଳ ଅବସ୍ଥାକୁ ଆସି ଯାଇଥିଲେ। ଭାରତର ରାଜସ୍ଥାନଠାରୁ ଆରମ୍ଭ କରି ସାହାରା ସହ ମଧ୍ୟପ୍ରାଚ୍ୟ ଭଳି ମରୁଭୂମି ଅଞ୍ଚଳରେ ବିଗତ କିଛି ବର୍ଷ ହେବ ଯେଭଳି ପ୍ରବଳ ବର୍ଷା ହେଉଛି, ସେଥିରୁ ସ୍ପଷ୍ଟ ସୂଚନା ମିଳୁଛି ଯେ ପୃଥିବୀର ବିଭିନ୍ନ ଭାଗରେ ପ୍ରକୃତି ସମ୍ପୂର୍ଣ୍ଣ ରୂପେ ବଦଳିବାରେ ଲାଗିଛି। ମନୁଷ୍ୟକୃତ ବିପର୍ଯ୍ୟୟ ଯୋଗୁ ପ୍ରକୃତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ରୋକିବା ଲାଗି ଯେତେ ସମ୍ମିଳନୀ ହେଲେ ମଧ୍ୟ ତାହାର ସୁଫଳ ମିଳିପାରୁ ନାହିଁ। ମଣିଷର ଅତ୍ୟଧିକ ଲୋଭ ପ୍ରକୃତିକୁ କ୍ରୋଧିତ କରି ଦେଉଥିବାରୁ ତାହାର କୋପ ମାନବଜାତିକୁ ବିନାଶ ଆଡ଼କୁ ଟାଣି ନେଉଛି।

ଏଠାରେ ଭିନ୍ନ ଏକ ଦିଗକୁ ଦେଖାଯାଉ। ମଣିଷ ମୁଣ୍ଡ ଉପରେ ‘ଡୋମୋକ୍ଲିସ୍‌ ଖଣ୍ଡା’ ଭଳି ଜଳବାୟୁ ପରିବର୍ତ୍ତନଜନିତ ବିପଦ ଝୁଲୁଥିବା ସତ୍ତ୍ୱେ ସେଥିପ୍ରତି ଅନେକଙ୍କ ଖାତିର ନାହିଁ। ସେଥିରୁ କିଭଳି ରକ୍ଷା ପାଇ ହେବ ମଣିଷଜାତି ଭାବିବା ଅପେକ୍ଷା ପରସ୍ପର ମଧ୍ୟରେ ଲଢ଼େଇରେ ବ୍ୟସ୍ତ। ପ୍ରତ୍ୟେକ ଦେଶ ଭିତରେ ଅଶାନ୍ତି ଓ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଉପୁଜୁଥିବା ଯୁଦ୍ଧ ସମଗ୍ର ପୃଥିବୀକୁ ଅଶାନ୍ତ କରିରଖିଛି। କିଛି ଲୋକଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ନିକଟ ଅତୀତରେ ଅନେକଙ୍କ ଜୀବନ ଯାଇଛି। ହେଲେ ଏବେ ଅନ୍ୟ ରାଷ୍ଟ୍ରର ଭୂମି ଅକ୍ତିଆରଠାରୁ ଆରମ୍ଭ କରି ଅହଂଭାବ ପ୍ରଦର୍ଶନ ତଥା ଆଧିପତ୍ୟ ବିସ୍ତାର କରିବା ଲକ୍ଷ୍ୟରେ ଅଚାନକ ଯୁଦ୍ଧ ଘୋଷଣା କରି ଦିଆଯାଉଛି। ଏବେ ପୃଥିବୀ ପ୍ରତ୍ୟକ୍ଷ କରୁଥିବା ଦୁଇଟି ଯୁଦ୍ଧ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଇସ୍ରାଏଲ-ହମାସ ଲଢ଼େଇ ବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ସବୁଠାରୁ ଭୟଙ୍କର ରୂପ ଧାରଣ କରିଛି। ରୁଷିଆର ଆକ୍ରମଣ ଅଢ଼େଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିବା ବେଳେ ଇସ୍ରାଏଲ-ହମାସ ସଂଘର୍ଷ ୧୦ ମାସ ଧରି ଲାଗିରହିଛି। ଏବେ ଇସ୍ରାଏଲ-ହମାସ ଯୁଦ୍ଧର ପରିସର ବଢ଼ିବାର ସବୁ ସଙ୍କେତ ଦେଲାଣି। ଇସ୍ରାଏଲ ସେନା ଲେବାନନ୍‌ର ବେରୁଟ୍‌ରେ ହେଜବୋଲ୍ଲାର ଦ୍ୱିତୀୟ ସର୍ବୋଚ୍ଚ ନେତା ଫଉଦ୍‌ ଶୁକର୍‌ଙ୍କୁ ଏୟାର ଷ୍ଟ୍ରାଇକ୍‌ କରି ହତ୍ୟା କରିଥିବା ୩୦ ଜୁଲାଇରେ ଘୋଷଣା କରିଥିଲା। ଏହାର ଦିନକ ପରେ ଇରାନ୍‌ ରାଜଧାନୀ ତେହେରାନ୍‌ରେ ହମାସ୍‌ର ବଡ଼ ନେତା ଇସ୍‌ମାଇଲ୍‌ ହାନିୟେଙ୍କୁ ହତ୍ୟା କରାଯାଇଛି। ସେହିଭଳି ଗାଜା ଷ୍ଟ୍ରିପ୍‌ ଦକ୍ଷିଣ ଭାଗରେ ଜୁଲାଇ ୧୩ରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ହମାସ୍‌ର ସାମରିକ ମୁଖ୍ୟ ମହମ୍ମଦ ଡେଇଫ୍‌ ନିହତ ହୋଇଥିବା ବିଷୟ ୧ ଅଗଷ୍ଟରେ ଇସ୍ରାଏଲ ସେନା ଘେଷଣା କରିବା ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି। ଏଭଳି ସ୍ଥଳେ ହମାସ୍‌ ନେତା ଇସ୍‌ମାଇଲ୍‌ ହାନିୟେଙ୍କୁ ତେହେରାନ୍‌ରେ ହତ୍ୟାର ପ୍ରତିଶୋଧ ନେବାକୁ ଇସ୍ରାଏଲ ଉପରେ ତୁରନ୍ତ ଆକ୍ରମଣ କରିବା ଲାଗି ଇରାନ୍‌ର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ନିର୍ଦ୍ଦେଶ ଦେବା ପରେ ମଧ୍ୟପ୍ରାଚ୍ୟ ଅଶାନ୍ତ ଆଡ଼କୁ ସମ୍ପୂର୍ଣ୍ଣ ଭାବେ ଚାଲିଯାଉଥିବା ଲକ୍ଷ୍ୟ କରାଯାଉଛି। କାରଣ ପାଲେଷ୍ଟାଇନ୍‌ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଯୋଗୁ ଘଟିଥିବା ଧନଜୀବନହାନିକୁ ଆଉ ମୁସ୍‌ଲିମ ରାଷ୍ଟ୍ର ବରଦାସ୍ତ କରିବାକୁ ଚାହୁଁନାହିଁ। ଇହୁଦୀ ରାଷ୍ଟ୍ର ଇସ୍ରାଏଲ୍‌ ପାଶ୍ଚାତ୍ୟ ସମର୍ଥନ ପାଇ ବଳୀୟାନ ହେଉଥିବାରୁ ତାହାର ଗତିରୋଧ କରିବା ଲାଗି ମୁସଲିମ୍‌ ରାଷ୍ଟ୍ର ଏକଜୁଟ ହେବାରେ ଲାଗିଛନ୍ତି। ଫଳରେ ନିକଟ ଭବିଷ୍ୟତରେ ସମାନ ଚିନ୍ତାଧାରାରେ ବିଶ୍ୱାସୀ ରାଷ୍ଟ୍ର ମିଳିମିଶି ଅନ୍ୟ ରାଷ୍ଟ୍ରସମୂହ ଉପରେ ଆକ୍ରମଣ କରିବାକୁ ପଛାଇ ନ ପାରନ୍ତି। ଯଦି ତାହା ବାସ୍ତବ ରୂପ ଧାରଣ କରେ ଏହାର ପରିଣତି କେଉଁଭଳି ହେବ ଏବେଠାରୁ ଆକଳନ କରିବା କଷ୍ଟକର।
ଦେଖିବାକୁ ଗଲେ ପ୍ରକୃତି ମାନବସମାଜ ଉପରେ ଯୁଦ୍ଧ ଆରମ୍ଭ କରିଦେଇଥିବା ବେଳେ ମଣିଷ ମଣିଷ ଉପରେ ଯୁଦ୍ଧ ଲଦି ପୃଥିବୀକୁ ଅଶାନ୍ତ ଗ୍ରହରେ ପରିଣତ କରିଦେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri