ପ୍ରାଥମିକ ଶିକ୍ଷକଙ୍କ ନାମରେ ୨ଟି ଦୁଇ ମହଲା କୋଠା, ମାର୍କେଟ କମ୍ପ୍ଲେକ୍ସ

ଅମରପାଲି,୩।୩: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଜଣେ ଶିକ୍ଷକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ସେ ହେଲେ ସେ ବୀରମହାରାଜପୁର ବ୍ଳକ ପଥରଘାଟ ୟୁପି ସ୍କୁଲରେ ସହକାରୀ ଶିକ୍ଷକ ସନ୍ତୋଷ ସାହୁ। ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢାଉ କରିଛି ।

ବୁଧବାର ସମ୍ବଲପୁର ଏବଂ ସୋନପୁର ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ତାଙ୍କର ପୈତୃକ ଘର କେଞ୍ଜିରିଆପାଲି ସମେତ ରହୁଥିବା ଲାତୁରପେଟ (ବାଘମାରୀ) ଘରେ ଚଢାଉ କରିଥିଲେ। କେଞ୍ଜିରିଆପାଲିରେ ତାଙ୍କର ଏକ ୨ ମହଲା କୋଠା ଓ ଲାତୁରପେଟରେ ଅନ୍ୟ ଏକ ୨ ମହଲା କୋଠା ରହିଥିବା ଜଣାଯାଇଛି। ଏହାଛଡା ବୀରମହାରାଜପୁର ଉପଖଣ୍ଡର ଲାତୁରପେଟରେ ୧୦ଟି ଦୋକାନ ଘର ଓ ଗୋଟିଏ ଚାରିଚକିଆ ଗାଡି ଥିବା ତଦନ୍ତରୁ ଜଣାପଡିଛି । ଭିଜିଲାନ୍ସ ପକ୍ଷରୁ ସମ୍ପତ୍ତିର ଆକଳନ ଜାରି ରହିଛି । ଆକଳନ ପରେ ପ୍ରକୃତ ସମ୍ପତ୍ତିର ମୂଲ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।