Categories: ଖେଳ

ଅଲିମ୍ପିଆନ୍‌ ଟ୍ରିପଲ ଜମ୍ପର୍‌ ଆନା ଜୋସଙ୍କୁ ୩ ବର୍ଷ ବାସନ୍ଦ

ମୋନାକୋ,୫ା୭: ଡୋପିଂ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଡୋମିନିକାନ୍‌ ରିପବ୍ଲିକର ଅଲିମ୍ପିକ୍ସ ଟ୍ରିପଲ ଜମ୍ପର୍‌ ଆନା ଜୋସ ଟିମାଙ୍କୁ ୩ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଆଥଲେଟିକ୍ସ ଇଣ୍ଟେଗ୍ରିଟି ୟୁନିଟ୍‌ ପକ୍ଷରୁ ବୁଧବାର ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ ବିଶ୍ୱ ଚାମ୍ପିୟନଶିପ୍‌ର ଫଳାଫଳକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। ଜାନୁୟାରୀ ୨୦୨୨ରୁ ଏହି ବାସନ୍ଦାଦେଶ ଲାଗୁ କରାଯିବ। ଇୟୁଜିନର ଓରେଗନରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପରେ ୧୦ମ ସ୍ଥାନ ହାସଲ କରିବା ପରେ ତାଙ୍କ ନମୂନା ପଜିଟିଭ୍‌ ଜଣାପଡିଥିଲା। ୩୩ ବର୍ଷୀୟା ଆନା ଜୋସଙ୍କୁ ଜାନୁୟାରୀ ୨୦୨୫ ଯାଏ ବାସନ୍ଦ କରାଯିବ।

Share