Categories: ଖେଳ

କରୋନା ଆକ୍ରାନ୍ତ ହେଲେ ଏହି ୨ କ୍ରିକେଟର୍‌

ଜୋହାନ୍ସବର୍ଗ, ୨୦।୮: ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ୨ ଜଣ ଖେଳାଳି କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ପକ୍ଷରୁ ଗୁରୁବାର ଏହା ସ୍ପଷ୍ଟ କରାଯାଇଛି। ତେବେ କେଉଁ ଦୁଇଜଣ ଖେଳାଳି ଏହି ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ସିଏସ୍‌ଏ ପକ୍ଷରୁ ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ। ସିଏସ୍‌ଏ ପକ୍ଷରୁ ଅଗଷ୍ଟ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଏକ ସ୍ପେଶାଲ ‘କଲ୍‌ଚର କ୍ୟାମ୍ପ’ ଆୟୋଜିତ କରାଯାଇଛି। ଏହି କ୍ୟାମ୍ପରେ ଯୋଗଦେବା ପୂର୍ବରୁ ୫୦ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ଖେଳାଳି କରୋନା ପଜିଟିଭ ବୋଲି ଜଣାପଡ଼ିଛନ୍ତି। ସେମାନଙ୍କୁ ଏବେ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଛି। ଯେଉଁ ଖେଳାଳି ଏହି କ୍ୟାମ୍ପରେ ଯୋଗ ଦେଇପାରି ନାହାନ୍ତି ସେମାନେ ଅନ୍‌ଲାଇନ ମାଧ୍ୟମରେ ଏଥିରେ ଯୋଡ଼ି ହେବେ।

Share