ଥାନାରେ ଦୁଇ ଯାଆ : ଦେଢ଼ଶୁରଙ୍କ ନାମରେ ନିର୍ଯାତନା ମାମଲା

ଜୟପୁର,୨୬ା୮(ନି.ପ୍ର.): ଶ୍ୱଶୁର ଘରେ ବୋହୂକୁ ଦିଆଯାଉଛି ଯୌତୁକ ନିର୍ଯାତନା। ନିର୍ଯାତନା ଦେଉଛନ୍ତି ଦୁଇ ଦେଢ଼ଶୁର । ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲା ଜୟପୁର ଥାନା ଅଞ୍ଚଳରେ। ମହିଳା ଜଣକ ତୁରନ୍ତ ନ୍ୟାୟ ଦାବିରେ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି।
ସୂଚନାଯୋଗ୍ୟ, ଜୟପୁର ସହର ରାଜୁ ସାହିର କୁଞ୍ଜବିହାରୀ ମହାପାତ୍ରଙ୍କ ସ୍ତ୍ରୀ ମଧୁସ୍ମିତା ମହାପାତ୍ର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଏହାସହ ମଧୁସ୍ମିତାଙ୍କ ଯାଆ ନମତି ମହାପତ୍ର ମଧ୍ୟ ଦିଅର କୁଞ୍ଜବିହାରୀ ମହାପାତ୍ରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ୨ଟି ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ନିର୍ଯାତନା ଅସ୍ୟହ ହେବାରୁ ମଧୁସ୍ମିତା ମାନବାଅଧିକାର କମିଶନର କୋରାପୁଟ ଜିଲା ସାଧାରଣ ସମ୍ପାଦିକା ଚିନ୍ମୟୀ ସାହୁଙ୍କୁ ଜଣାଇଥିଲେ। ଏ ନେଇ ଚିନ୍ମୟୀ ଥାନାକୁ ଯାଇ ଦେଢ଼ଶୁର ରାଘବ ମହାପାତ୍ର ଓ ମୁନା ମହାପାତ୍ରଙ୍କୁ ଡକାଇ ବୁଝାଶୁଝା କରିଥିଲେ। ମାତ୍ର ଘଟଣାର କୌଣସି ସମାଧାନ ହୋଇପାରି ନ ଥିଲା। ଏହାର ଯଥାଶୀଘ୍ର ସମାଧାନ ପାଇଁ ମଧୁସ୍ମିତା ଧାରଣା ଦେଇଛନ୍ତି। ମୁନାଙ୍କ ସ୍ତ୍ରୀ ନମିତ ମଧ୍ୟ ତାଙ୍କ ପରିବାର ପ୍ରତି ବିପଦ ଥିବା କହି ଦିଅର କୁଞ୍ଜ ନାମରେ ଅଭିଯୋଗ ଆଣିଛନ୍ତି।