ଦୁଇ ଦୋକାନରୁ ଚୋରି, ଚାରିଆଡ଼େ ପଡ଼ିଛି ରକ୍ତର ଛିଟା

ଆଳି,୬ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ମହାବୀର ବଜାରର ଦୁଇଟି ଦୋକାନରୁ ଚୋରି ହୋଇଛି। ମହାବୀର ବଜାରରେ ଥିବା ରିଭା ବିୟୁଟି ପାର୍ଲର ଓ ଶିବଶଙ୍କର ଜୁଏଲାରୀରୁ ଚୋରି ହୋଇଥିବା ଜଣାପଡ଼ିଛି। ଲୁଟେରାମାନେ ଉଭୟ ଦୋକାନ ପଛପଟ ତାଡ଼ି ଦୋକାନରେ ଲୁଟ୍‌ପାଟ୍‌ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଲୁଟେରାମାନେ ଲୁଟ୍‌ କରିବା ବେଳେ କ୍ଷତାକ୍ତ ହୋଇଥିବାରୁ ଦୋକାନ ପରିସରରେ ରକ୍ତର ଦାଗ ଲାଗିଛି। ମହାବୀର ବଜାରରୁ ବାରମ୍ବାର ଚୋରି ହେବା ଘଟଣା ଅଞ୍ଚଳର ବ୍ୟବସାୟୀଙ୍କୁ ଆତଙ୍କିତ କରିଦେଇଛି।

Dharitri – Odisha’s No.1 Odia Daily