ସନ୍ଦେହ ଘେରରେ ଦୁଇ ରୁଷିଆ ପର୍ଯ୍ୟଟକଙ୍କ ମୃତ୍ୟୁ: ପୋଲିସର ତନାଘନା

ରାୟଗଡ଼ା,୨୭।୧୨(ସ୍ବ.ପ୍ର.): ରାୟଗଡ଼ା ସହରରେ ଥିବା ଏକ ହୋଟେଲ୍‌ରୁ ୨ ଜଣ ରୁଷ୍‌ ପର୍ଯ୍ୟଟକଙ୍କ ସନ୍ଦେହଜନକ ଭାବେ ମୃତଦେହ ଜବତ ହୋଇଥିଲା। ଏହି ଘଟଣାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।
୨୨ ତାରିଖ ଭ୍ଲାଦିମର ବିଦାନୋଭ ଓ ୨୪ରେ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ହୋଇଥିଲା। ପାଭେଲ ରୁଷ୍‌ର ଜଣେ ପୂର୍ବତନ ଏମ୍‌ପି ବୋଲି ଜଣାପଡ଼ିଛି।
ଅପରପକ୍ଷରେ, ସେମାନଙ୍କ ସହିତ ଆସିଥିବା ଆଉ ଦୁଇଜଣ ପର୍ଯ୍ୟଟକ ତୁରୋଭ ମିଖାଇଲ ଓ ପାନାସେଙ୍କୋ ନତାଲିଆ ମଙ୍ଗଳବାର ଭୁବନେଶ୍ୱର ଫେରିଯାଇଛନ୍ତି। ପୋଲିସ ସେମାନଙ୍କୁ ଅତି ସୁରକ୍ଷା ଭିତରେ ରାୟଗଡ଼ା ପାରି କରାଇଛି। ଏଭଳି କି ତାଙ୍କର ଗାଇଡ୍‌ ଜିତେନ୍ଦ୍ର ସିଂଙ୍କ ପାଟି ମଧ୍ୟ ବନ୍ଦ କରି ଦେଇଥିଲେ। ଯେପରି କି ଜିତେନ୍ଦ୍ର ସିଂଙ୍କୁ କିଛି କହିବାକୁ ପୋଲିସ ପୂରା ମନା କରିଦେଇଛି। ପୋଲିସ ମଧ୍ୟ କିଛି ମତାମତ ଦେଇନାହିଁ। ଫଳରେ ମୃତ୍ୟୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ମାତ୍ର ହୋଟେଲ ମ୍ୟାନେଜର କହିଛନ୍ତି ଯେ, ଦୁଇ ମୃତକଙ୍କୁ ଅନ୍ୟ କେହି ଭେଟି ନ ଥିଲେ। ସେମାନଙ୍କ ଭାଷା ମଧ୍ୟ ଆମେ କେହି ଜାଣି ନାହୁଁ। ଏଣେ ତୁରୋଭ ମିଖାଇଲ ମଧ୍ୟ ରୁଷିଆ ଭାଷା ଛଡ଼ା ଅନ୍ୟ କୌଣସି ଭାଷା ଜାଣି ନ ଥିବା କହି କିଛି କହିବା ପାଇଁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri