ଧରାପଡ଼ିଲା ଦୁଇ ଲୁଟେରା ଗ୍ୟାଙ୍ଗ୍‌, ୮ ଗିରଫ

ଭୁବନେଶ୍ୱର,୪। ୮(ବ୍ୟୁରୋ):  କମିଶନରେଟ ପୋଲିସର ନିଦ ହଜାଇଥିବା ଦୁଇ ଲୁଟେରା ଗ୍ୟାଙ୍ଗ୍‌ ଧରାପଡିଛି। ଏଥିସହ ୮ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୭୦ ମୋବାଇଲ ଫୋନ୍‌, ୨୩ ଲାପ୍‌ଟପ୍‌, ୯ ବାଇକ ଓ ୨ ଏଲ୍‌ଇଡି ଟିଭି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚକେଇସିଆଣିରେ ରହୁଥିବା ରଞ୍ଜନ ସେନାପତି(୨୦), ମାଳିସାହି ମସ୍‌ଜିଦ କଲୋନୀର ସଞ୍ଜୟ ବେହେରା(୨୩), ବରମୁଣ୍ଡା ପାଲାମଣ୍ଡପ ସାହିର ମଣ୍ଟୁ ପାଇକରାୟ(୩୮) ଓ ସେକ୍‌ ଜାଭେଦ(୩୭)। ଏମାନେ ଦୁଇ ଲୁଟେରା ଗ୍ୟାଙ୍ଗ୍‌ର ସଦସ୍ୟ ହୋଇଥିବାବେଳେ ଏମାନଙ୍କ ନାମରେ ଖାରବେଳ ନଗର, ଖଣ୍ଡଗିରି, ଜଟଣୀ ଓ ଏୟାରଫିଲ୍ଡ ଥାନାରେ ଏକାଧିକ ମାମଲା ରହିଛି। ସେହିପରି ଅନ୍ୟ ୪ଜଣ ହେଲେ ସାମନ୍ତରାପୁରର ଚନ୍ଦନ କୁମାର ପ୍ରଧାନ(୨୭), ଗୁରୁଜଙ୍ଗ ଟାଙ୍ଗିସାହିର ଭାଗବତ ପ୍ରସାଦ ମହାପାତ୍ର(୩୨), ପୁରୀ ଜିଲା ଗୋପର ଆଲୋକ ବେହେରା(୨୮) ଓ ନିମାପଡାର ପ୍ରଦୀପ କୁମାର ଦାଶ(୩୩)। ଏମାନେ ଲୁଟ୍‌ ଓ ଚୋରି ସାମଗ୍ରୀ କିଣିବା ଅଭିଯୋଗରେ ଗିରଫ ହୋଇଥିଲେ। ତେବେ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।
ଗତ କିଛିଦିନ ହେବ ରାଜଧାନୀରେ ଲୁଟ୍‌ ଓ ଚୋରି ବଢ଼ି ଯାଇଥିଲା। ପୋଲିସ ଅଧିକାରୀ ମଧ୍ୟ ବର୍ତ୍ତି ପାରି ନ ଥିଲେ। ଶେଷରେ ଏମାନଙ୍କୁ ଧରିବା ପାଇଁ ୩ଟି ସ୍କ୍ବାଡ୍‌ ଗଠନ କରାଯାଇ ଜେଲ୍‌ ଫେରନ୍ତା ଲୁଟେରାଙ୍କ ଉପରେ ନଜର ରଖିଥିଲା। ଏନେଇ ଏକ ତାଲିକା ପ୍ରସ୍ତୁତ କରାଯାଇ ଚଢ଼ାଉ ଆରମ୍ଭ ହୋଇଥିଲା। ପୋଲିସ ଦେଇଥିବା ସୂଚନାନୁସାରେ, ଗିରଫ ମଣ୍ଟୁ ଗ୍ୟାଙ୍ଗ୍‌ ଗଢି ଖଣ୍ଡଗିରି ଓ ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଛାତ୍ରାବାସକୁ ଟାର୍ଗେଟ କରୁଥିଲେ। ଦିନରେ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିବା ପରେ ରାତିରେ ସହଯୋଗୀଙ୍କ ସହ ସେ ବାଲ୍‌କୋନି ଦେଇ ହଷ୍ଟେଲରେ ପଶି ଲାପ୍‌ଟପ୍‌ ଓ ମୋବାଇଲ୍‌ ଫୋନ୍‌ ସମେତ ଯାହା ପାରୁଥିଲେ ଚୋରି କରୁଥିଲେ। ତେବେ ଯେପରି କେହି ସହଜରେ ଧରିପାରିବେ ନାହିଁ ସେଥିପାଇଁ ସେମାନେ ଦେହରେ ତେଲ ବୋଳି ଯାଉଥିଲେ। ରବିବାର ରାତିରେ ଖଣ୍ଡଗିରି ଅଞ୍ଚଳରେ ଯାଞ୍ଚବେଳେ ମଣ୍ଟୁ ଧରାପଡିଥିଲେ। ତାଙ୍କୁ ପଚରାଉଚରା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରି ସାମଗ୍ରୀ ଜବତ କରିବା ସହ ସେସବୁକୁ କିଣିଥିବା ୪ଜଣଙ୍କୁ ଗିରଫ କରାଯାଇଥିଲା।
ସେହିପରି ରଞ୍ଜନ, ସଞ୍ଜୟ ଓ ଜାଭେଦ ଅନ୍ୟଏକ ଗ୍ୟାଙ୍ଗ୍‌ କରିଥିଲେ। ସେମାନେ ଭିଡ଼ରେ ପଶି ଲୋକଙ୍କ ମୋବାଇଲ ଓ ପର୍ସ ଝାମ୍ପି ନେବା ସହ ରାତିରେ ଯାତ୍ରୀଙ୍କୁ ଅଟକାଇ ଲୁଟୁଥିଲେ। ଏହାସହ ଲୋକଙ୍କ ଘରେ ପଶି ଚୋରି କରୁଥିଲେ। ସ୍ପେଶାଲ ସ୍କ୍ବାଡ୍‌ ଏକ ଚୋରି ମୋବାଇଲ୍‌ ଫୋନ୍‌ର ଇଏମ୍‌ଆଇ ନମ୍ବରରୁ ସେମାନଙ୍କ ପାଖରେ ପହଞ୍ଚତ୍ଥିଲା।
ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଲୋକମାନେ ସେକେଣ୍ଡ ହ୍ୟାଣ୍ଡ୍‌ ସାମଗ୍ରୀ କିଣିବାବେଳେ ରସିଦ ବା ବିଲ୍‌ ଦେଖି କିଣନ୍ତୁ। ନ ହେଲେ ଜାଣତରେ ହେଉ ଅବା ଅଜାଣତରେ କ୍ରାଇମ୍‌ କରି ବସିବେ। ପ୍ରମାଣ ମିଳିଲେ ଆମେ ଗିରଫ କରିବାକୁ ବାଧ୍ୟ ହେବୁ। ଏହାସହ ବାଇକ୍‌ରେ ଜିପିଏସ୍‌ ଲଗାଇ ନିଜ ହେପାଜତରେ ରଖନ୍ତୁ ବୋଲି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri