Posted inଜାତୀୟ

ଦୁଇପଟୁ ଆକ୍ରମଣ ଯୋଜନା

ନୂଆଦିଲ୍ଲୀ,୨ା୭: ସୀମାକୁ ନେଇ ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଥିଲା ବେଳେ ଏପଟେ ପାକିସ୍ତାନ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନ ଏବଂ ପିଓକେରେ ଥିବା ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟକୁ ଦୁଇ ଡିଭିଜନ ସୈନ୍ୟ ପଠାଇଛି। ଏଥିସହିତ ଜମ୍ମୁ-କଶ୍ମୀରରେ ହିଂସା ସୃଷ୍ଟି ଲାଗି ଚାଇନା ଅଧିକାରୀମାନେ ପାକିସ୍ତାନର ଅଲ୍‌ ବଦର ଆତଙ୍କବାଦୀ ସଂଗଠନ ସହ କଥାବାର୍ତ୍ତା ଚଳାଇଥିବା ଗୋଇନ୍ଦା ସୂଚନା ମିଳିଛି। ସୀମାରେ ଚାଇନା ଓ ପାକିସ୍ତାନ ମିଳିତ ହୋଇଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। କାରଣ ପୂର୍ବ ପାର୍ଶ୍ୱରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)କୁ ଚାଇନା ୨୪ ହଜାର ସୈନ୍ୟ ପଠାଇଥିବାବେଳେ ପାକିସ୍ତାନ ଏପଟେ ୨୦ ହଜାର ସୈନ୍ୟ ଏଲ୍‌ଓସିକୁ ପଠାଇଛି। ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ମଧ୍ୟ ପାକିସ୍ତାନ ଏତେ ସଂଖ୍ୟାରେ ସୈନ୍ୟ ସୀମାକୁ ପଠାଇ ନ ଥିଲା। ସୀମାନ୍ତ ଅଞ୍ଚଳରେ ପାକିସ୍ତାନୀ ରାଡାର୍‌ଗୁଡ଼ିକ ମଧ୍ୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ପାକିସ୍ତାନ ଓ ଚାଇନା ସୀମାରେ ଏକସଙ୍ଗେ ସୈନ୍ୟ ବଢ଼ାଇବା ସହ କଶ୍ମୀରରେ ଆତଙ୍କବାଦ ବଢ଼ାଇବା ପାଇଁ ଉଦ୍ୟମ ଚଳାଇଥିବାରୁ ଦୁଇପଟୁ ଆକ୍ରମଣର ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ ଗୁରୁତର ପରିସ୍ଥିତି ସୃଷ୍ଟି ହେବା ନେଇ ବାସ୍ତବତା ସହ ଜଡ଼ିତ ଥିବା ରଣନୀତି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସେପଟେ ସ୍କଦୁରେ କିଛିଦିନ ତଳେ ଚାଇନାର ଏକ ରିଫୁଏଲର ବିମାନ ଅବତରଣ କରିବା ପରେ ପିଓକେରେ ଥିବା ଏୟାରବେସ୍‌ ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ଚାଇନା ବାୟୁସେନା ଗିଲ୍‌ଗିଟ-ବାଲ୍ଟ୍‌ିସ୍ତାନ ଏୟାରବେସ୍‌କୁ ବ୍ୟବହାର କରିବା ସମ୍ଭାବନା ବଢ଼ୁଛି।
ଚାଇନାର ଭିତିରି ଗୁମର ଆସ୍ତେ ଆସ୍ତେ ପଦାକୁ ଆସୁଛି। ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତୀୟ ସେନା ସହ ରକ୍ତାକ୍ତ ସଂଘର୍ଷ ପରେ ସମାଧାନ ଲାଗି ୩ ଥର ଆଲୋଚନା ହେବା ସହ ଶାନ୍ତି ଫେରାଇ ଆଣିବା ପାଇଁ ଚାଇନା ସୈନ୍ୟ ପ୍ରତ୍ୟାହାର କରିବାକୁ କହୁଥିବା ବେଳେ ଏବେ ଏଲ୍‌ଏସିକୁ ୨୪ ହଜାର ସୈନ୍ୟ ପଠାଇଛି। ଫଳରେ ପରିସ୍ଥିତି ଅଧିକ ଉତ୍ତେଜନାମୂଳକ ହୋଇପଡ଼ିଛି। ଭାରତୀୟ ଗୋଇନ୍ଦା ବିଭାଗର ସୂଚନା ଅନୁଯାୟୀ, ଚାଇନା ଅଧିକ ୨ ଡିଭିଜନ(୨୪,୦୦୦) ସୈନ୍ୟ ସୀମାକୁ ପଠାଇଛି। ସେମାନେ ଆଧୁନିକ ଯୁଦ୍ଧ ସରଞ୍ଜାମ, ଟ୍ୟାଙ୍କର, ଲଢ଼ୁଆ ବିମାନ ସହ ଏଲ୍‌ଏସିରେ ପ୍ରସ୍ତୁତ ଥିବା କୁହାଯାଇଛି। ଲଦାଖରେ ମଧ୍ୟ ଅଧିକ ୨ ଡିଭିଜନ ସୈନ୍ୟ ଚାଇନା ମୁତୟନ କରିଛି। ଏଥିରୁ ସ୍ପଷ୍ଟ ଯେ, ସେମାନେ ଭାରତ ସହ ସାଲିସ୍‌ କରିବାକୁ ଚାହୁଁ ନାହାନ୍ତି। ଭାରତ ସୀମା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।
ଭାରତ ମଧ୍ୟ ସୀମାରେ ସେନା ଠୁଳ କରିବା ସହ ଟି-୯୦ ଟ୍ୟାଙ୍କ, ଲଢ଼ୁଆ ବିମାନ ପ୍ରସ୍ତୁତ କରି ରଖିଛି। ଯଦିଓ ଆପୋସ ଆଲୋଚନା ଜରିଆରେ ଭାରତ ଶାନ୍ତିରକ୍ଷା ଉପରେ ଗୁରୁତ୍ୱ ଦେଉଛି, ତଥାପି ସାମ୍ରାଜ୍ୟବାଦୀ ଚିନ୍ତାଧାରାରେ ନିପୁଣ କମ୍ୟୁନିଷ୍ଟ ଶାସକଙ୍କ ମତିଗତିକୁ ବିଶ୍ୱାସ କରାଯାଇ ନ ପାରେ। ସେଥିଲାଗି ଭାରତ କୂଟନୈତିକ ସ୍ତରକୁ ଅଧିକ ଗୁରୁତ୍ୱ ଦେବା ସହ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, ଫ୍ରାନ୍ସ ଆଦି ରାଷ୍ଟ୍ର ସହ ସମ୍ପର୍କରେ ଅଛି। ଯେକୌଣସି ପରିସ୍ଥିତିର ସମ୍ମୁଖୀନ ଲାଗି ଭାରତୀୟ ସେନା ପ୍ରସ୍ତୁତ ଥିବା କହିଛି।

୧୨ ଘଣ୍ଟାର ଆଲୋଚନା ନିଷ୍ଫଳ
ପୂର୍ବ ଲଦାଖର ଗଲ୍‌ଓ୍ବାନ ଉପତ୍ୟକାରେ ଭାରତ- ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ସୀମାରେ ଶାନ୍ତିରକ୍ଷା ନେଇ ଦୁଇଦେଶର ସେନା ଅଧିକାରୀସ୍ତରୀୟ ଆଲୋଚନା ୧୨ ଘଣ୍ଟା ଧରି ଚାଲିଥିଲେ ହେଁ କିଛି ସୁଫଳ ମିଳିପାରି ନାହିଁ। ଭାରତୀୟ ଅଞ୍ଚଳ ଚୁଶୁଲରେ ଏହି ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହୋଇ ରାତି ୧୧ଟାରେ ଶେଷ ହୋଇଥିଲା। ସଂଘର୍ଷ ପରେ ଏହା ଦୁଇପକ୍ଷ ମଧ୍ୟରେ ତୃତୀୟ ବୈଠକ ଥିଲା। ପ୍ରଥମ ଦୁଇଟି ବୈଠକ ଚାଇନାର ମୋଲ୍‌ଡୋରେ ଜୁନ୍‌ ୬ ଓ ଜୁନ୍‌ ୨୨ରେ ସେନା କମାଣ୍ଡରସ୍ତରୀୟ ହୋଇଥିଲା। ପ୍ରତ୍ୟେକ ବୈଠକରେ ସୀମା ସ୍ଥିତିକୁ ନେଇ ଆଲୋଚନା କରାଯାଇଥିଲା। ସୀମାରେ ଶାନ୍ତିରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପାଙ୍ଗୋଙ୍ଗରୁ ଚାଇନା ସେନା ପ୍ରତ୍ୟାହାର କରିବା ଲାଗି ରାଜି ହୋଇଥିଲେ ମଧ୍ୟ ତାହା କରି ନ ଥିଲା। ଫିଙ୍ଗର ୮ରେ ଏଲ୍‌ଏସି ରହିଥିବା ଭାରତ ଦର୍ଶାଇ ଫିଙ୍ଗର ୪ ଓ ୫ରେ ଚାଇନା ସେନା ପ୍ରବେଶ କରିଥିବା ଉଠାଇଥିଲା। ଡେମ୍‌ଚୋକ ଓ ଦେପ୍‌ସାଙ୍ଗରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଦେଇଛି।
ଗତ ଜୁନ୍‌ ୨୨ରେ ୧୧ ଘଣ୍ଟାକାଳ ଦୁଇ ପକ୍ଷ ମଧ୍ୟରେ ଆଲୋଚନା କରାଯାଇଥିଲା। ପୂର୍ବ ଲଦାଖ ଅଞ୍ଚଳରେ ସଂଘର୍ଷ ଏଡ଼ାଇ ଶାନ୍ତିରକ୍ଷା ଲାଗି ଦୁଇପକ୍ଷ ସହମତି ପ୍ରକାଶ କରିଥିଲେ। ଆଲୋଚନା ଆଗକୁ ଜାରି ରହିବ ଓ ପର୍ଯ୍ୟାୟକ୍ରମେ ସେନା ପ୍ରତ୍ୟାହାର କରାଯିବ ବୋଲି ସ୍ଥିର କରାଯାଇଥିବା ଜଣାପଡ଼ିଛି। ୩ ଥର ଆଲୋଚନା ପରେ ବି କିଛି ସୁଫଳ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏପର୍ଯ୍ୟନ୍ତ ଚାଇନା ସେନା ପଛକୁ ହଟିବା ପରିବର୍ତ୍ତେ ସେଠାରେ ଶକ୍ତି ବୃଦ୍ଧି କରିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri