Posted inରାଜ୍ୟ

ଟଙ୍କା ମୂଲଚାଲକୁ ନେଇ ଡବଲ ମର୍ଡର

ଯାଜପୁର ଅଫିସ/ପାଣିକୋଇଲି(ଡି.ଏନ.ଏ.),୧୪ା୯: ଯାଜପୁର ଜିଲା ପାଣିକୋଇଲି ଥାନା ସାନସୋତି ଗ୍ରାମରେ ଏକ ପୋଲ ନିକଟରେ ଘଟିଥିବା ଡବଲ ମର୍ଡର ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଅପ୍ରାକୃତିକ ଯୌନ ସମ୍ପର୍କ ଓ ଟଙ୍କା ମୂଲଚାଲକୁ ନେଇ ସେମାନଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଭଦ୍ରକର ଜଣେ ନାବାଳକଙ୍କ ଏବଂ ୨ ଜଣ କିନ୍ନରଙ୍କ ସମେତ ୭ଜଣଙ୍କୁ ପାଣିକୋଇଲି ପୋଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ ପାଣିକୋଇଲି ଥାନାରେ ଏକ ମାମଲା(ନଂ.୨୩୮/୨୧) ଦଫା ୩୦୨, ୨୦୧ ଓ ୩୪ ଆଇପିସିରେ ରୁଜୁ ହୋଇଛି। ଅଭିଯୁକ୍ତମାନେ ହେଲେ ଦୀପା କିନ୍ନର ଓ ଶୀଲା କିନ୍ନର, ଭଦ୍ରକ ଜିଲା ପୁରୁଣାବଜାର ଥାନା ଗରଦପୁର ଅଞ୍ଚଳର ସତ୍ୟଜିତ୍‌ ବେହେରା, ମନୋଜ ସାହୁ, ରାଜେନ୍ଦ୍ର ସାହୁ, ମନୋଜ ବେହେରା ଏବଂ ଜଣେ ଯୁକ୍ତ ୨ ପଢୁଥିବା ନାବାଳକ ଛାତ୍ର ବୋଲି ଡିଏସ୍‌ପି ପ୍ରମୋଦ କୁମାର ମଲ୍ଲିକ କହିଛନ୍ତି।

ସୂଚନା ଅନୁଯାୟୀ, ଗତ ୨ ତାରିଖରେ ମାନସ ରଞ୍ଜନ ଦାସ ଓ ବିଜୟ କୁମାର ସାହୁ ନିଜ ଗ୍ରାମ ଜହ୍ନାରୁ ରାଉତରାପୁରସ୍ଥିତ ସାଙ୍ଗ ପାଖକୁ ଯାଇଥିଲେ। ସେଠାରେ ଜୁଆ ଖେଳି କିଛି ଟଙ୍କା ଜିତିବା ପରେ ସନ୍ଧ୍ୟାରେ ବ୍ୟାସନଗରସ୍ଥିତ ଏକ ବାର୍‌ରେ ପହଞ୍ଚି ମଦ୍ୟପାନ କରିଥିଲେ। ସେଦିନ ରାତି ୯ଟା ୧୫ ପର୍ଯ୍ୟନ୍ତ ଦୁହେଁ ବାର୍‌ରେ ଥିଲେ। ସେଠାରୁ ବାହାରି ଜହ୍ନାସ୍ଥିତ ଏକ ହୋଟେଲରେ କିଛି ସମୟ କଟାଇଥିଲେ। ପରେ ରାତିରେ ପାଣିକୋଇଲି ଟୋଲଗେଟ ପାର ହୋଇ ଶିଲା ଓ ଦୀପା କିନ୍ନରଙ୍କ ନିକଟରେ ପହଞ୍ଚି ଥିଲେ। ସେଠାରେ ୨ କିନ୍ନରଙ୍କ ସହ ବିଜୟ ଓ ମାନସ ମଦ ପିଇବା ପରେ ତାଙ୍କ ସହ ମୂଲଚାଲ ନେଇ ବଚସା ଆରମ୍ଭ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏହି ସମୟରେ ନିୟମିତ ଭାବେ ଭଦ୍ରକରୁ ଆସୁଥିବା କିନ୍ନରଙ୍କ ୫ ଗ୍ରାହକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହି ୫ଜଣଙ୍କ ସମେତ ୨ କିନ୍ନର ମିଶି ବିଜୟ ଓ ମାନସଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ମାନସଙ୍କ ମୃତ୍ୟୁ ହୋଇଥିବା ଜାଣି ସେମାନେ ମିଳିତ ଭାବେ ବିଜୟଙ୍କ ଉପରେ ଆକ୍ରମଣ କରିଥିଲେ। ପରେ ଉଭୟଙ୍କୁ ସେମାନେ ଆଣି ନିର୍ମାଣାଧୀନ ପୋଲ ଉପରେ ପକାଇ ଦେଇଥିଲେ। ସେମାନେ ବ୍ୟବହାର କରୁଥିବା ବାଇକ୍‌କୁ ଆଣି ପୋଲ ତଳକୁ ପକାଇ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ। ସୋମବାର ସମସ୍ତ ଅଭିଯୁକ୍ତଙ୍କୁ ଥାନାରେ ଜେରା ପରେ ସେମାନେ ଏହି ଘଟଣା ସ୍ବୀକାର କରିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri