ପୌର ନିର୍ବାଚନ ଲାଗି ୨ ପର୍ଯ୍ୟବେକ୍ଷକ ନିଯୁକ୍ତ

ଛତ୍ରପୁର,୧୦ା୩(ଡି.ଏନ୍‌.ଏ.)  ପୌର ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସରିଛି। ଗଞ୍ଜାମ ଜିଲାର ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଓ ୧୬ଟି ଏନ୍‌ଏସିରେ ନିର୍ବାଚନ ପରିଚାଳନା ପାଇଁ ୨ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ରାଜ୍ୟ ଅର୍ଥ ବିଭାଗର ଅତିରିକ୍ତ ସଚିବ ନୃସିଂହ ଚରଣ ସ୍ବାଇଁ ପର୍ଯ୍ୟବେକ୍ଷକ ଥିବାବେଳେ ତାଙ୍କ ମୋବାଇଲ ଫୋନ୍‌ ନମ୍ବର (୯୪୩୭୦୮୭୯୭୫) ଜାରି କରାଯାଇଛି ା ସେହିପରି ଜିଲାର ସମସ୍ତ ଏନ୍‌ଏସି ଓ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ରାଜସ୍ବ ବିଭାଗର ଅତିିରକ୍ତ କମିଶନର ବିଶ୍ୱନାଥ ସାହୁ ପର୍ଯ୍ୟବେକ୍ଷକ ଥିବାବେଳେ ତାଙ୍କ ମୋବାଇଲ ଫୋନ୍‌ ନମ୍ବର (୯୪୩୭୦୫୨୨୩୯) ଜାରି କରାଯାଇଛି ା ରାଜନୈତିକ ଦଳ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଓ ସର୍ବସାଧାରଣ ଉକ୍ତ ନମ୍ବରରେ ଫୋନ୍‌ କରି ନିର୍ବାଚନ ସମ୍ପର୍କରେ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇପାରିବେ ବୋଲି ସୂଚନା ଦିଆଯାଇଛି ା