Categories: ରାଜ୍ୟ

ଦିଲ୍ଲୀକୁ ଗଡିବ ଆଉ ୨ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୯।୧୦(ବ୍ୟୁରୋ)-ଓଡ଼ିଶାରୁ ନୂଆଦିଲ୍ଲୀକୁ ଗଡିବ ଆଉ ୨ଟି ସ୍ବତନ୍ତ୍ର ଟ୍ରେନ। ୧୭ ତାରିଖରୁ ଚାଲିବ ଭୁବନେଶ୍ୱର-ଆନନ୍ଦବିହାର ସ୍ପେଶାଲ ଟ୍ରେନ। ଏହି ଟ୍ରେନ ପ୍ରତି ଶନିବାର ଅପରାହ୍ନ ୧୨ଟା ୪୫ରେ ଭୁବନେଶ୍ୱର ଛାଡ଼ିବ। ୧୯ ତାରିଖରୁ ପ୍ରତି ସୋମବାର ସକାଳ ୭ଟା ୫ରେ ଆନନ୍ଦବିହାରରୁ ଛାଡିବ। ସେହିପରି ୨୧ରୁ ଦୂରନ୍ତ ଏକ୍ସପ୍ରେସ ପ୍ରତି ବୁଧବାର ସକାଳ ୭ଟା ୪୦ରେ ଭୁବନେଶ୍ୱର ଛାଡ଼ିବ। ୨୨ ତାରିଖରୁ ପ୍ରତି ଗୁରୁବାର ଅପରାହ୍ନ ୧୨ଟା ୫୫ରେ ନୂଆଦିଲ୍ଲୀରୁ ଛାଡ଼ିବ।