ଦୁଇ ନାବାଳିକାଙ୍କୁ ବାନ୍ଧି ଗଣବଳାତ୍କାର

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜଧାନୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସୋମବାର ଭୁବନେଶ୍ୱର ପଟିଆ ରେଳ ଷ୍ଟେଶନ ନିକଟରେ ଦୁଇ ନାବାଳିକାଙ୍କ ହାତଗୋଡ଼ ବାନ୍ଧି ରାତିସାରା ଗଣ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ବଳତ୍କାରର ଶିକାର ହୋଇଥିବା ପୀଡ଼ିତା ମଧ୍ୟରୁ ଜଣଙ୍କ ବୟସ ୧୨ ବର୍ଷ ଓ ଅନ୍ୟଜଣେ ୧୪ ବର୍ଷର। ସ୍ଥାନୀୟ ଅଞ୍ଚଳର ୨ ଯୁବକ ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ଜଣାପଡ଼ିଛି। ମଙ୍ଗଳବାର ସକାଳୁ ନାବାଳିକାଦ୍ୱୟ ଅଭିଯୁକ୍ତଙ୍କ କବଳରୁ ଖସିଆସି ସେମାନଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା। ଖବର ପାଇ ଇନ୍‌ଫୋସିଟି ଥାନା ପୋଲିସ ସହାୟତାରେ ଚାଇଲ୍ଡଲାଇନ କର୍ମକର୍ତ୍ତା ୨ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି। ପରେ ଏନେଇ ଜିଆର୍‌ପି ଥାନାରେ ଘଟଣା ସଂକ୍ରାନ୍ତରେ ଅଭିଯୋଗ କରାଯାଇଛି। ପୋଲିସ ପୋକ୍‌ସୋ ଆକ୍ଟ ସହ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ରାଜଧାନୀରେ ଆଲୋଡ଼ନ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ପୀଡ଼ିତାଦ୍ୱୟ ସୋମବାର ସାରେ ପଟିଆ ରେଳ ଷ୍ଟେଶନକୁ ଯାଇଥିବାବେଳେ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ ଅପହରଣ କରି ରେଳ ଓଭରବ୍ରିଜ ନିକଟକୁ ନେଇଯାଇଥିଲେ। ଏହାପରେ ସେମାନେ ନାବାଳିକାଦ୍ୱୟଙ୍କୁ ଏକ ଦଉଡିରେ ବାନ୍ଧି ରାତିସାରା ବଳାତ୍କାର କରିଥିଲେ। ଏପଟେ ପୀଡିତାଦ୍ୱୟ କାନ୍ଦିବା ସହ ଯନ୍ତ୍ରଣାରେ ଚିତ୍କାର କରୁଥିଲେ ମଧ୍ୟ ଯୁବକଦ୍ୱୟ ଛାଡି ନ ଥିଲେ। ରାତି ହୋଇଥିବାରୁ ଚିତ୍କାର କେହି ଶୁଣି ପାରି ନ ଥିଲେ। ଏପରିକି ଘଟଣା ବିଷୟରେ ଅନ୍ୟମାନଙ୍କୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସକାଳେ ନାବାଳିକାଦ୍ୱୟଙ୍କୁ ଅଭିଯୁକ୍ତମାନେ ଛାଡ଼ି ଦେଇଥିଲେ। ପୀଡିତା ଦ୍ୱୟ ଘରେ ପହଞ୍ଚି ଘଟଣା ବିଷୟରେ ଜଣାଇଥିଲେ। ପରିବାର ଲୋକେ ଏନେଇ ଅଭିଯୁକ୍ତଙ୍କୁ ପଚାରିବାରୁ ସେମାନେ ଘଟଣାକୁ ଚାପି ଦେବାକୁ ଟଙ୍କା ଯାଚିଥିଲେ। ଏନେଇ ଚାଇଲ୍ଡଲାଇନ ଖବର ପାଇବା ପରେ ଜୋନ-୬ ଏସିପି ଓ ଇନ୍‌ଫୋସିଟି ଥାନାକୁ ଜଣାଇଥିଲେ। ପରେ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଖୋଳତାଡ଼ କରିଥିଲା। ଏହା ଜିଆର୍‌ପି ଥାନା ଅଧୀନରେ ଆସୁଥିବାରୁ ସ୍ଥାନୀୟ ପୋଲିସରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏଥିସହ ଚାଇଲ୍ଡଲାଇନ୍‌ ପୀଡ଼ିତାଦ୍ୱୟଙ୍କୁ ଘଟଣାସ୍ଥଳରୁ ନେଇ ଜିଆର୍‌ପି ଥାନାରେ ପହଞ୍ଚତ୍ଥିଲା। ତେବେ ଜଣେ ପୀଡ଼ିତାଙ୍କ ମା’ଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ପୀଡିତାଙ୍କୁ ପଚରାଉଚରା କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ଉଦ୍ୟମ ଚଳାଇଛି। ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ଥିବା ବଡ଼ପନିକି ଆମିଷ ଦୋକାନରେ କାମ କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri