ଦୁଇ ନାବାଳିକାଙ୍କୁ ବାନ୍ଧି ଗଣବଳାତ୍କାର

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜଧାନୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସୋମବାର ଭୁବନେଶ୍ୱର ପଟିଆ ରେଳ ଷ୍ଟେଶନ ନିକଟରେ ଦୁଇ ନାବାଳିକାଙ୍କ ହାତଗୋଡ଼ ବାନ୍ଧି ରାତିସାରା ଗଣ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ବଳତ୍କାରର ଶିକାର ହୋଇଥିବା ପୀଡ଼ିତା ମଧ୍ୟରୁ ଜଣଙ୍କ ବୟସ ୧୨ ବର୍ଷ ଓ ଅନ୍ୟଜଣେ ୧୪ ବର୍ଷର। ସ୍ଥାନୀୟ ଅଞ୍ଚଳର ୨ ଯୁବକ ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ଜଣାପଡ଼ିଛି। ମଙ୍ଗଳବାର ସକାଳୁ ନାବାଳିକାଦ୍ୱୟ ଅଭିଯୁକ୍ତଙ୍କ କବଳରୁ ଖସିଆସି ସେମାନଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା। ଖବର ପାଇ ଇନ୍‌ଫୋସିଟି ଥାନା ପୋଲିସ ସହାୟତାରେ ଚାଇଲ୍ଡଲାଇନ କର୍ମକର୍ତ୍ତା ୨ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି। ପରେ ଏନେଇ ଜିଆର୍‌ପି ଥାନାରେ ଘଟଣା ସଂକ୍ରାନ୍ତରେ ଅଭିଯୋଗ କରାଯାଇଛି। ପୋଲିସ ପୋକ୍‌ସୋ ଆକ୍ଟ ସହ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ରାଜଧାନୀରେ ଆଲୋଡ଼ନ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ପୀଡ଼ିତାଦ୍ୱୟ ସୋମବାର ସାରେ ପଟିଆ ରେଳ ଷ୍ଟେଶନକୁ ଯାଇଥିବାବେଳେ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ ଅପହରଣ କରି ରେଳ ଓଭରବ୍ରିଜ ନିକଟକୁ ନେଇଯାଇଥିଲେ। ଏହାପରେ ସେମାନେ ନାବାଳିକାଦ୍ୱୟଙ୍କୁ ଏକ ଦଉଡିରେ ବାନ୍ଧି ରାତିସାରା ବଳାତ୍କାର କରିଥିଲେ। ଏପଟେ ପୀଡିତାଦ୍ୱୟ କାନ୍ଦିବା ସହ ଯନ୍ତ୍ରଣାରେ ଚିତ୍କାର କରୁଥିଲେ ମଧ୍ୟ ଯୁବକଦ୍ୱୟ ଛାଡି ନ ଥିଲେ। ରାତି ହୋଇଥିବାରୁ ଚିତ୍କାର କେହି ଶୁଣି ପାରି ନ ଥିଲେ। ଏପରିକି ଘଟଣା ବିଷୟରେ ଅନ୍ୟମାନଙ୍କୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସକାଳେ ନାବାଳିକାଦ୍ୱୟଙ୍କୁ ଅଭିଯୁକ୍ତମାନେ ଛାଡ଼ି ଦେଇଥିଲେ। ପୀଡିତା ଦ୍ୱୟ ଘରେ ପହଞ୍ଚି ଘଟଣା ବିଷୟରେ ଜଣାଇଥିଲେ। ପରିବାର ଲୋକେ ଏନେଇ ଅଭିଯୁକ୍ତଙ୍କୁ ପଚାରିବାରୁ ସେମାନେ ଘଟଣାକୁ ଚାପି ଦେବାକୁ ଟଙ୍କା ଯାଚିଥିଲେ। ଏନେଇ ଚାଇଲ୍ଡଲାଇନ ଖବର ପାଇବା ପରେ ଜୋନ-୬ ଏସିପି ଓ ଇନ୍‌ଫୋସିଟି ଥାନାକୁ ଜଣାଇଥିଲେ। ପରେ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଖୋଳତାଡ଼ କରିଥିଲା। ଏହା ଜିଆର୍‌ପି ଥାନା ଅଧୀନରେ ଆସୁଥିବାରୁ ସ୍ଥାନୀୟ ପୋଲିସରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏଥିସହ ଚାଇଲ୍ଡଲାଇନ୍‌ ପୀଡ଼ିତାଦ୍ୱୟଙ୍କୁ ଘଟଣାସ୍ଥଳରୁ ନେଇ ଜିଆର୍‌ପି ଥାନାରେ ପହଞ୍ଚତ୍ଥିଲା। ତେବେ ଜଣେ ପୀଡ଼ିତାଙ୍କ ମା’ଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ପୀଡିତାଙ୍କୁ ପଚରାଉଚରା କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ଉଦ୍ୟମ ଚଳାଇଛି। ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ଥିବା ବଡ଼ପନିକି ଆମିଷ ଦୋକାନରେ କାମ କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri