ଦୁଇ ମେଗା ଜଳ ଯୋଗାଣ ପ୍ରକଳ୍ପ କାମ ଧିମା

ଛତ୍ରପୁର,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଓ ପୁରୀ ଜିଲାରେ ଦୀର୍ଘଦିନର ପାଣି ସମସ୍ୟା ଦୂର କରିବା ଲାଗି ୨ଟି ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପରିକଳ୍ପନା କରିଥିଲେ ା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଓ ପୁରୀ ଜିଲା ପାଇଁ ବସୁଧା ଯୋଜନାରେ ଉକ୍ତ ୨ ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ା ହେଲେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ବହୁ ମନ୍ଥର ଗତିରେ ଚାଲିଛି ା ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ କରିଥିବା ବେଳେ ବାରମ୍ବାର ଏହି କାର୍ଯ୍ୟ ସାରିବା ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରି ଚାଲିଛନ୍ତି। ଅନ୍ୟପକ୍ଷରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଏବଂ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଯନ୍ତ୍ରୀମାନଙ୍କ ନିର୍ଦ୍ଦେଶକୁ ମଧ୍ୟ ମାନୁ ନ ଥିବା ବିଭିନ୍ନ ସମୟରେ ସମୀକ୍ଷା ବେଳେ ଦେଖିବାକୁ ମିଳିଛି ା ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରୁଥିବା ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦର ଜିଭିପିଆର୍‌ ଇଞ୍ଜିନିୟରର୍ସ ଲିମିଟେଡ୍‌ ଠିକା ସଂସ୍ଥାକୁ ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କଡା ଚେତବାନୀ ସମ୍ବନ୍ଧୀୟ ନୋଟିସ୍‌ କରାଯାଇଛି ା ଉକ୍ତ ୨ ପ୍ରକଳ୍ପ କାମ ବହୁ ଧିମା ଚାଲିଛି ଏବଂ ଏହା ଜମା ଗ୍ରହଣୀୟ ନୁହେଁ। ସପ୍ତାହକ ମଧ୍ୟରେ ପ୍ରକଳ୍ପ ନ ଆଗେଇଲେ କଳା ତାଲିକା ଭୁକ୍ତ କରାଯିବ ଏବଂ ଆଉ କେବେ ଉକ୍ତ ବିଭାଗର କୌଣସି କାର୍ଯ୍ୟର ଟେଣ୍ଡରରେ ଏହି ଠିକାଦାର ସଂସ୍ଥା ଅଂଶଗ୍ରହଣ କରିପାରିବନି। ଏନେଇ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ଉକ୍ତ ଠିକା ସଂସ୍ଥାକୁ ନୋଟିସ୍‌ ଜାରି ହୋଇଛି।
ସୂଚନା ଅନୁସାରେ ଗଞ୍ଜାମ ବ୍ଲକର ୭ଟି ପଞ୍ଚାୟତ ଅଧିନ ୫୫ ଗାଁ ଓ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ର ୧୪ ପଂଚାୟତ ଅଧିନ ୯୨ ଗ୍ରାମ ରେ ପାଣି ସମସ୍ୟା ଦୂର ପାଇଁ ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି ା ସେହିପରି ପୁରୀ ଜିଲା ର କଣାସ ବ୍ଲକ ର ୧୨୬ ଗାଁ, ବ୍ରହ୍ମଗିରି ବ୍ଲକ ର ୧୮ ଗାଁ ଓ ସତ୍ୟବାଦୀ ବ୍ଳକ ର ୧୪ ଗାଁ ପାଇଁ ମଧ୍ୟ ଆଉ ଏକ ମେଗା ପାଇପ୍‌ ଜଳଯୋଗଣ ପ୍ରକଳ୍ପ କାମ ଚାଲିଛି ା ଉଭୟ ପ୍ରକଳ୍ପ କାମ ଧିମା ଚାଲିଛି ଏବଂ ଉଭୟର କାମ ଉକ୍ତ ଠିକା ସଂସ୍ଥା ଦାୟିତ୍ୱ ନେଇଛି ା
ସଚନାଯୋଗେ, ଗଞ୍‌ାମ-ପୁରୀ ଜିଲା ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୨୦୩.୪୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ା ଏହି ପ୍ରକଳ୍ପ କାମ ୨୦୧୮ ଅଗଷ୍ଟ ୨୮ ତାରିଖରେ ଆରମ୍ଭ ହୋଇଥିଲା ା ପ୍ରଥମେ ଏହା ୨୦୨୦ ଅଗଷ୍ଟ ୨୬ ତାରିଖରେ ସାରିବା ଲକ୍ଷ୍ୟ ରହିଥିଲା। ପରେ ଏହାର ଅବଧିକୁ ୨ ବର୍ଷ ବୃଦ୍ଧି କରାଯାଇ ଚଳିତ ବର୍ଷ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ା ତେବେ ଆହୁରି ଏହି ପ୍ରକଳ୍ପ ସାରିବାକୁ ଆହୁରି ବିଳମ୍ବ ହେବା ଏକ ପ୍ରକାର ନିଶ୍ଚିତ ବୋଲି ୧ ତାରିଖରେ ତକତ୍ାଳୀନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଦ୍ୱାରା ଛତ୍ରପୁର ଠାରେ ଅନୁଷ୍ଠିତ ଗଞ୍ଜାମ-ପୁରୀ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା ବୈଠକ ସ୍ପଷ୍ଟ ହୋଇସାରିଛି ା


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri