ଟିକା ନେବା ପରେ ଗଲା ୨ ଜୀବନ

କୁଳିଅଣା,୧୭ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଧୀନ କେଶରପୁର ବିଦ୍ୟାଳୟ ଟିକାକରଣ କେନ୍ଦ୍ରରେ ଗୁରୁବାର ପ୍ରଥମ ଡୋଜ୍‌ କୋଭିସିଲ୍ଡ ଟିକା ନେବାର କିଛି ସମୟ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବିପିନ ମହାନ୍ତ। ଟିକା ନେଇ ଘରକୁ ଫେରିବା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ତାଙ୍କୁ କୁଳିଅଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଚାନ୍ଦୁଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଆଇଆଇସି କୁନି ବେସ୍ରା ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କୁଳିଅଣା ଥାନା ଅଧୀନ ଗାଙ୍ଗରାଜ ଗ୍ରାମର ଶାନ୍ତିଲତା ସିଂ ଗୁରୁବାର ଦ୍ୱିତୀୟ ଡୋଜ୍‌ ଟିକା ନେବାର ୫ମିନିଟ ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ତାଙ୍କୁ ପିଆର୍‌ଏମ୍‌ ମେଡିକାଲକୁ ଚିକତ୍ସା ପାଇଁ ପଠାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।