ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ ଦୁଇଟିକୁ କୂଅ ଭିତରେ ଦେଖିବା ପରେ ବନ ବିଭାଗକୁ ସୂଚନା ଦେଇଥିଲେ।
ଖବର ପାଇ ରାଇଘର ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହେଟାବାଘ ଦୁଇଟିକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଏପଟେ ଦୁଇ ହେଟାବାଘଙ୍କୁ ଦେଖିବା ପାଇଁ ଘଟଣାସ୍ଥଳରେ ସହ ସହ ଲୋକଙ୍କ ଭିଡ଼ ଜମିଛି।
ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ, ବନ ବିଭାଗ ପକ୍ଷରୁ ହେଟାବାଘ ଦୁଇଟିକୁ ସୁରକ୍ଷିତ ଭାବେ କୂଅରୁ ବାହାର କରିବାକୁ ପ୍ରୟାସ କରାଯାଉଛି।