ହାତୀ ଦାନ୍ତ ଡିଲ୍‌ ବେଳେ ମାଡ଼ିବସିଲା ବନ ବିଭାଗ: ଧରାପଡ଼ିଲେ ୩ ଅଭିଯୁକ୍ତ

ଦେବଗଡ଼,୨୭।୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହରରେ ହାତୀ ଦାନ୍ତ ଡିଲ୍‌ ବେଳେ ମାଡ଼ିବସିଲା ବନ ବିଭାଗ। ହାତୀ ଦାନ୍ତ ଚୋରା ଚାଲାଣ ଅଭିଯୋଗରେ ଶନିବାର ବନ ବିଭାଗ ଦେବଗଡ଼ର ପ୍ରେମରାଜ ସାହୁ, ସମୀର କପରଦାର(ବାପି) ଓ ଦିଲ୍ଲୀର ରାଜେଶ କୁମାରଙ୍କୁ ଗିରଫ କରିଛି। ଅଧିକାରୀମାନେ ତାଙ୍କଠାରୁ ୨ଟି ହାତୀ ଦାନ୍ତ ତବତ କରିଛନ୍ତି। ଏପରିକି ବନ ବିଭାଗ ଅଧିକାରୀମାନେ ଅଭିଯୁକ୍ତମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛନ୍ତି। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।