ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଡ଼ୁଲୁରୀ ପାଇନ ବଣରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ସୋମବାର ସକାଳେ ଉକ୍ତ ଡୁଲୁରୀ ପାଇନ୍ ବଣ ଖାଁ ଖାଁ ହୋଇପଡ଼ିଛି। ପର୍ଯ୍ୟଟକମାନେ ଭୟଭୀତ ହୋଇ କାଁ ଭାଁ ଆସିଛନ୍ତି।
ପ୍ରକାଶ ଯେ, ଉକ୍ତ ପର୍ଯ୍ୟଟନକ୍ଷେତ୍ରକୁ ବଣଭୋଜି ସହ ବୁଲାବୁଲି ପାଇଁ ପର୍ଯ୍ୟଟକ ଅଧିକ ପସନ୍ଦ କରନ୍ତି। ଭୋର ସମୟରେ ହିଁ ପର୍ଯ୍ୟଟକ ରାଜ୍ୟ ଓ ରାଜ୍ୟ ବାହାରୁ ବସ୍ ସମେତ ବିଭିନ୍ନ କାର, ଜିପ୍ରେ ସେଠାରେ ପହଞ୍ଚି ଯାଉଥିବା ବେଳେ କିନ୍ତୁ ସୋମବାର ଏହା କମିଛି। ଏବେ ଶୀତ ଛୁଟି ଆସନ୍ତା ୨ ପର୍ଯ୍ୟନ୍ତ ରହିଥିବାରୁ ସ୍କୁଲ, କଲେଜ ସବୁ ଛୁଟି ରହିଛି ଛୁଟିର ମଜା ନେବାକୁ ପର୍ଯ୍ୟଟକ ଆସନ୍ତା ୫ ପର୍ଯ୍ୟନ୍ତ ସବୁ ହୋଟେଲ ଲଡଜ ବୁକିଂ କରୁଥିବା ବେଳେ ଦିନରେ ଆସି ଫେରିଯାଉଥିବା ପର୍ଯ୍ୟଟକମାନେ ମଧ୍ୟ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ୍ ବଣରେ ଭୋଜିଭାତ କରୁଥିବା ନଜିର ରହିଥିଲେ ସୁଦ୍ଧା ରବିବାର ଘଟଣା ପରେ ସୋମବାର ଏହି ସଂଖ୍ୟା କମିବା ଚିନ୍ତା ଜନକ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ମଧ୍ୟାହ୍ନ ହୋଇ ଆସୁଥିଲେ ମଧ୍ୟ ସଂଖ୍ୟା କମ୍ ଆସିଥିବା ଡୁଲୁରୀ ପର୍ଯ୍ୟଟନକ୍ଷେତ୍ରର ପରିଚାଳକ ସଞ୍ଜୀବ ପ୍ରଧାନ କହିଛନ୍ତି।


