ବସ୍‌ଷ୍ଟାଣ୍ଡରୁ ଉଦ୍ଧାର ହେଲେ ୨ ଝିଅ

ବାଲେଶ୍ୱର ଅଫିସ, ୬।୩: ବାଲେଶ୍ୱର ଜିଲା ସୋରର କସ୍ତୁରବା କନ୍ୟାଶ୍ରମରୁ ଚମ୍ପଟ ହୋଇଥିବା ୨ ଝିଅଙ୍କୁ ଶନିବାର ଉଦ୍ଧାର କରାଯାଇଛି। ଉକ୍ତ ୨ ଝିଅ ବାଲେଶ୍ବର ବସ୍‌ଷ୍ଟାଣ୍ଡରୁ ଉଦ୍ଧାର ହୋଇଛନ୍ତି। ଉଭୟ ବସଷ୍ଟାଣ୍ଡ ପାଖରେ ବସି କାନ୍ଦୁଥିବାର ସ୍ଥାନୀୟ ଲୋକେ ଦେଖି ସହଦେବ ଖୁଣ୍ଟା ପୋଲିସ ଜିମା ଦେଇଛନ୍ତି।

ସେମାନେ ଆଶ୍ରମରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି । ସୋର କସ୍ତୁରବା କନ୍ୟାଶ୍ରମ କର୍ତ୍ତୃପକ୍ଷ ସେମାନଙ୍କୁ ନିଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି। ଉକ୍ତ କନ୍ୟାଶ୍ରମରେ ବହୁତ ନିଯ୍ୟାତନା ଦିଆଯିବା ସହ ସେଠାରେ ଭଲରେ ଖାଇବାକୁ ଦିଆଯାଉ ନାହିଁ। ବିନା କାରଣରେ ମାଡ଼ ମରାଯାଉଛି । କସ୍ତୁରବା କନ୍ୟାଶ୍ରମରେ ନିଯ୍ୟାତନା ଦିଆଯାଉଥିବାରୁ ଉଭୟ ଜିଲାପାଳଙ୍କ ନିକଟକୁ ଯାଉଥିଲେ ବୋଲି ସେମାନେ କହିଛନ୍ତି।