ନୀଳଗିରି,୧୦ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ରାଧାକିଶୋରପୁର ପଞ୍ଚାୟତ ସୋନ ନଦୀ ରଣିତ ଘାଟରେ ଘଟିଛି ଅଘଟଣ। ବୁଧବାର ମଧ୍ୟାହ୍ନରେ ଦୁଇ ସାଙ୍ଗ ଜାମୁକୋଳି ଖାଇ ନଦୀଘାଟକୁ ଗାଧୋଇବାକୁ ଯାଇଥିଲେ। ଦୁଇ ନାବାଳକ ସାଙ୍ଗ ନଦୀରେ ଗାଧୋଇବା ସମୟରେ ଅସାବଧାନତା ଯୋଗୁ ଜଣେ ନଦୀଗଣ୍ଡରେ ବୁଡିଯିବା ଯୋଗୁ ଅନ୍ୟ ଜଣେ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ବୁଡିଯାଇଥିଲେ। ସ୍ଥାନୀୟ ଲୋକେ, ପୋଲିସ, ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୧ ଘଣ୍ଟାର ପ୍ରୟାସ ପରେ ଉଭୟ ଦୁଇ ସାଙ୍ଗଙ୍କୁ ଉଦ୍ଧାର କରି ରେମଣା ମେଡିକାଲକୁ ନେଇଥିଲେ। ତେବେ ଡାକ୍ତର ଉଭୟ ଦୁଇ ସାଙ୍ଗଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।