ବ୍ରାଜିଲରେ ଜନ୍ମ ନେଲା ୭.୩ କିଲୋର ଶିଶୁ, ଡାକ୍ତର ଆଶ୍ଚର୍ଯ୍ୟ

ଲୌକେଷ୍ଟର,୩ ।୨: ବ୍ରାଜିଲରେ ନିକଟରେ ୨ ଫୁଟ ଲମ୍ବା ଓ ୧୬ ପାଉଣ୍ଡ ଅର୍ଥାତ୍ ୭.୩ କିଲୋଗ୍ରାମର ଏକ ଶିଶୁ ଜନ୍ମ ନେଇଛି । ଶରିର ବୃଦ୍ଧି ଯୋଗୁ ହସ୍ପିଟାଲରେ ଶିଶୁ ‘ଏଂଗରସନ ସାଂଟୋସ’ଙ୍କ ଜନ୍ମ ସିଜରିଆନ ସେକ୍ସନ ମାଧ୍ୟମରେ କରାଯାଇଛି । ଏହି ପ୍ରକାର ଶିଶୁଙ୍କୁ ଚିକିତ୍ସା ବିଜ୍ଞାନରେ ‘ମୌକ୍ରୋସୋମିୟା’ କୁହାଯାଇଥାଏ । ଏମିତି ଆକାର ବୃଦ୍ଧି ପଛରେ ବହୁ କାରଣ ଥିବା ବେଳେ ଏହାର କୁପ୍ରଭାବ ମାଆ ଉପରେ ବି ପଡିଥାଏ ।

ଏ ସମ୍ପର୍କରେ ଲୌଂକେଷ୍ଟର ବିବିରେ ପ୍ରଫେସର ଓ କ୍ଲିନିକାଲ ଆନାଟୋମି ଲର୍ନିଙ୍ଗ ସେଣ୍ଟରର ନିର୍ଦ୍ଦେଶକ ଡା. ଏଡମ ଟେଲର କହିଛନ୍ତି, ମୌକ୍ରୋସୋମିୟା ଗ୍ରୀକ୍ ଶବ୍ଦ । ଏହାର ଅର୍ଥ ହେଉଛି ବିଶାଳ ଶରୀର । ସାଧାରଣତଃ ବାଳକ ଶିଶୁ ୭ ପାଉଣ୍ଡ ୬ ଆଉଂସ ଅର୍ଥାତ୍ ୩.୩ କିଲୋଗ୍ରାମ ଓ ବାଳିକା ଶିଶୁ ୭ ପାଉଣ୍ଡ ୨ ଆଉଂସ ଅର୍ଥାତ୍ ୩.୨ କିଲୋ ଓଜନର ହୋଇଥାଆନ୍ତି । ସମସ୍ତ ୪ କିଲୋଗ୍ରାମରୁ ଅଧିକ ଓଜନର ଜନ୍ମିତ ଶିଶୁଙ୍କୁ ମୌକ୍ରୋସୋମିୟା କୁହାଯାଇଥାଏ । ବିଶ୍ୱରେ ଜନ୍ମିତ ୧୨ ପ୍ରତିଶତ ଶିଶୁ ମୌକ୍ରୋସୋମିୟା ହୋଇଥାଆନ୍ତି । ବାଳକ ଶିଶୁ ଏମିତି ହେବା ସମ୍ଭାବନା ଅଧିକ ଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri