ରାଣୀର ଲମ୍ବ ୨୦ ଇଞ୍ଚ

ଢାକା,୧୩ ।୭: ବାଂଲାଦେଶର ଏକ ଗାଈ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବାକୁ ତା’ ମାଲିକଙ୍କ ଘରେ ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକଙ୍କ ଭିଡ ଲାଗୁଛି । ବାଂଲାଦେଶରେ କରୋନାର ପ୍ରକୋପ କମ୍ ହୋଇ ନ ଥିଲେ ବି ଏହାରି ଭିତରେ ଲୋକେ ରାଣୀକୁ ଦେଖିବାକୁ ଯାଉଛନ୍ତି । ୨୦ ଇଞ୍ଚର ଏହି ଗାଈ ରାଣୀ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହାର ଉଚ୍ଚତା ମାତ୍ର ୫୧ ସେଣ୍ଟିମିଟର ବା ପାଖାପାଖି ୨୦ ଇଞ୍ଚ । ଲାଞ୍ଜରୁ ନେଇ ମୁଣ୍ଡ ପର୍ଯ୍ୟନ୍ତ ଲମ୍ବ ୨୬ ଇଞ୍ଚ । ଏହାର ଓଜନ ୨୮ କିଲୋଗ୍ରାମ । ରାଣୀର ମାଲିକ ଦାବି କରନ୍ତି ଏହା ବିଶ୍ୱର ସବୁଠାରୁ ଛୋଟ ଗାଈ । ତାଙ୍କର କହିବା କଥା ହେଲା ଏପର୍ଯ୍ୟନ୍ତ ଗିନିଜ ୱାର୍ଲଡ ରେକର୍ଡରେ ଯେଉଁ ଗାଈ ସ୍ଥାନ ପାଇଛି ତାହାଠାରୁ ଏହା ୪ ଇଞ୍ଚ ଛୋଟ । ହେଲେ ଏପର୍ଯ୍ୟନ୍ତ ଗିନିଜ ୱାର୍ଲଡ ରେକର୍ଡ ପକ୍ଷରୁ କିଛି ଦାବି କରାଯାଇ ନାହିଁ । ରାଣୀ ବାଂଲାଦେଶର ରାଜଧାନୀ ଢାକା ନିକଟ ଚାରିଗ୍ରାମର ଏକ ଫାର୍ମ ହାଉସରେ ରହୁଛି । ଏହି ଫାର୍ମ ହାଉସର ମ୍ୟାନେଜର କୁହନ୍ତି ସେ ଗିନିଜ ୱାର୍ଲଡ ରେକର୍ଡ ପାଇଁ ରାଣୀର ନାମ ସବୁଠାରୁ ଛୋଟ ଗାଈ ଭାବେ ସ୍ଥାନ ଦେବାକୁ ଆବେଦନ କରିଛନ୍ତି । ବର୍ତ୍ତମାନ ରାଣୀର ବୟସ ପାଖାପାଖି ୨ ବର୍ଷ । ଏବେ ଗିନିଜ ୱାର୍ଲଡ ରେକର୍ଡ ସବୁଠାରୁ ଛୋଟ ଗାଈର ରେକର୍ଡ ଭାରତ ନିକଟରେ ରହିଛି । କେରଳର ମାଣିକ୍ୟମ ନାମକ ଏକ ଗାଈ ଗିନିଜ ୱାର୍ଲଡ ରେକର୍ଡରେ ସବୁଠାରୁ ଛୋଟ ଗାଈ ଭାବେ ସ୍ଥାନିତ ହୋଇଛି । ଯାହାର ଲମ୍ବ ୨୪ ଇଞ୍ଚ । ଯଦି ରାଣୀକୁ ଗିନିଜ ୱାର୍ଲଡ ରେକର୍ଡ ମାନ୍ୟତା ପ୍ରଦାନ କଲା ତ ଏହି ରେକର୍ଡ ବାଂଲାଦେଶକୁ ଚଲିଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri