୨ଦିନ ହେଲା ଖାଇବା ଛାଡିଦେଇଛି ଦନ୍ତା

ସମ୍ବଲପୁର,୨୧ା୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ୍‌ ଅନ୍ତର୍ଗତ ସାପଲହରା ଗ୍ରାମ ପୋଖରୀରେ ୫ ଦିନ ହେଲା ଏକ ଆହତ ଦନ୍ତା ମୃତ୍ୟୁ ସହ ସଂଗ୍ରାମ କରୁଛି। ୨ ଦିନ ହେଲା ହାତୀଟି ସମ୍ପୂର୍ଣ୍ଣ ଖାଇବା ଛାଡ଼ିଦେଇଛି। କେବଳ ସାଲାଇନ୍‌ ଓ ଔଷଧ ଦିଆଯାଉଛି। ଶରୀରର ଗୋଟିଏ ପାର୍ଶ୍ୱ ପାଣି ଓ ପଙ୍କରେ ବୁଡ଼ିରହିଛି। ହାତୀଟି ଏତେ ଦୁର୍ବଳ ହୋଇଯାଇଛି ଯେ ନିଜ ଶରୀରକୁ ମଧ୍ୟ ସେ ହଲାଇ ପାରୁନାହିଁ। ସାତକୋଶିଆରୁ ଡାକ୍ତର କିଶୋର ସାହୁଙ୍କ ସହିତ ଏକ ଡାକ୍ତରୀ ଟିମ୍‌ ଆସି ଚିକିତ୍ସା କରୁଛି। ସମ୍ବଲପୁର ଜିଲା ବନ୍ୟପ୍ରାଣୀ ବିଶେଷଜ୍ଞ ଆବଶ୍ୟକ ଚିକିତ୍ସା ସେବା ଯୋଗାଉଥିବାବେଳେ ବନ କର୍ମଚାରୀ ଏହାକୁ ଜଗି ରହିଛନ୍ତି। ବର୍ତ୍ତମାନ କେବଳ ଭଗବାନଙ୍କ ଭରସାରେ ହାତୀଟି ରହିଛି ବୋଲି ଆଲୋଚନା ହେଉଛି।
ଡିଏଫ୍‌ଓ ବି. ନୀଳାମ୍ବର କହିଛନ୍ତି, ଦନ୍ତାକୁ ଯଥାସମ୍ଭବ ଚିକିତ୍ସା କରାଯାଉଛି। ବିଶେଷଜ୍ଞମାନେ ଆସିଛନ୍ତି। ହାତୀ ଦେହରେ ଜ୍ୱର ରହିଛି ବୋଲି ଡାକ୍ତରମାନେ କହୁଛନ୍ତି। ପାଣିରେ ବୁଡ଼ିରହିବା ଯେତିକି ସମସ୍ୟା ନୁହେଁ, ନ ଖାଇବା ଏକ ବଡ଼ ସମସ୍ୟା। ନିଜ ହିସାବରେ ଖାଦ୍ୟ ଖାଇବା ଆରମ୍ଭ କଲେ ଖୁବ୍‌ଶୀଘ୍ର ଭଲ ହୋଇଯିବ ବୋଲି ଟିମ୍‌ କହିଥିଲା। ସୂଚନାଯୋଗ୍ୟ, ମେ’୨୯ରେ ଆହତ ଦନ୍ତାକୁ ମୁର୍ଗାବାରି ଗ୍ରାମ୍ୟ ଜଙ୍ଗଲରେ ବନ ବିଭାଗ ଠାବ କରିଥିଲା। ଜୁନ୍‌ ୨ରୁ ଏହାର ଚିକିତ୍ସା ଆରମ୍ଭ ହୋଇଥିଲା। ଓୟୁଏଟି ପ୍ରଫେସର ଇନ୍ଦ୍ରମଣି ନାଥ, ସମ୍ବଲପୁର ବୁର୍ଲାର ଭିଏସ୍‌ ସତ୍ୟଜାତ ପଣ୍ଡା, ଯୁଯୁମୁରା ଭିଏସ୍‌ ଅମ୍ରତି ସାହୁଙ୍କୁ ନେଇ ଗଠିତ ଟିମ୍‌ ଚିକିତ୍ସା କରିଥିଲା। ଦନ୍ତାର ଗୋଡ଼ରେ ଗଭୀର କ୍ଷତ ରହିଥିଲା। ଟ୍ରାଙ୍କୁଲାଇଜ କରି କ୍ଷତ ସଫା କରିବା ପରେ ଆବଶ୍ୟକ ଇଞ୍ଜେକ୍‌ଶନ ଓ ଔଷଧ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri